ପାକିସ୍ତାନରେ ମସୁଦ ଅଜହରର ଦୁଇ ଭାଇ ସମେତ ୪୪ ଜୈସ ଆତଙ୍କବାଦୀ ଗିରଫ

Published By : Prameya-News7 Bureau | March 05, 2019 IST

ପୁଲଓ୍ବାମା ଆକ୍ରମଣ ପରେ ଚାରିପଟୁ ଘେରି ରହିଥିବା ପାକିସ୍ତାନ ଏବେ ଜୈସର ମୁଖ୍ୟ ମସୁଦ ଅଜହରର ଦୁଇ ଭାଇ ସମେତ ୪୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ପାକିସ୍ତାନର ସ୍ବରାଷ୍ଟ୍ର ମନ୍ତ୍ରୀ ଶହରୟାର ଆଫ୍ରିଦି ଆଜି କହିଛନ୍ତି ଯେ ମସୁଦ ଅଜହରର ଭାଇ ମୁଫ୍ତି ଅବଦୁଲ୍ ରଉଫ ଏବଂ ହମ୍ମାଦ ଅଜହର ସମେତ ୪୪ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। କୈାଣସି ପ୍ରକାରର ଚାପରେ ଏମାନଙ୍କୁ ଗିରଫ କରାଯାଇନାହିଁ ବୋଲି ଶହରୟାର ଦାବି କରିଛନ୍ତି।

ଏକ ପ୍ରେସ୍ କନଫରେନ୍ସରେ ଶହରୟାର ଦାବି କରିଛନ୍ତି ଯେ ପାକିସ୍ତାନ ସରକାର ଏହି କାର୍ଯ୍ୟାନୁଷ୍ଠାନ କୈାଣସି ବାହାର ଦେଶର ଚାପ ଫଳରେ ନେଇନାହିଁ। ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବନ୍ଧିତ ସଙ୍ଗଠନ ବିରୁଦ୍ଧରେ ନିଆଯାଇଛି। ଜୈସର ମୁଖ୍ୟ ମସୁଦ ଅଜହରର ଭାଇ ମୁଫ୍ତି ଅବ୍ଦୁଲ ରଉଫ ଏବଂ ହମ୍ମାଦ ଅଜହରକୁ ଗିରଫ କରାଯିବା ପଛରେ ପାକିସ୍ତାନ ଭାରତର ଚାପ ପକାଇବା ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କଲେ ମଧ୍ୟ ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନ ପ୍ରତି ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଚାରିଆଡ଼ୁ ଚାପ ପଡ଼ିଥିଲା। ଏଥିପାଇଁ ପାକିସ୍ତାନ ମସୁଦ ଅଜହରର ଦୁଇ ଭାଇଙ୍କୁ ଗିରଫ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.