Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସସିଓ ବୈଠକରେ ନୂଆ ନକ୍ସା ରାଜନୀତିକୁ ଝଟକା, ପାକିସ୍ତାନକୁ ଋଷର ଚେତାବନୀ

16/09/2020 at 8:54 PM

ମସ୍କୋ : କାଶ୍ମୀରକୁ ନେଇ ପାକିସ୍ତାନର ଦୁଷ୍ଟାମୀ ବେଳକୁ ବେଳ ସୀମା ପାରହେବାରେ ଲାଗିଛି। ଏଥିରେ ପାକିସ୍ତାନ ନିକଟରେ ପ୍ରସ୍ତୁତ କରିଥିବା ଏକ କାଳ୍ପନିକ ନକ୍ସାକୁ ଋଷିଆରେ ଅନୁଷ୍ଠିତ ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ବୈଠକରେ ଉପସ୍ଥାପିତ କରିଥିଲା। ତେବେ ଏଥିଲାଗି ପାକିସ୍ତାନକୁ ଋଷିଆ ଚେତାବନୀ ଦେଇଥିବା ଜଣାପଡିଛି।

ଏସସିଓ ବୈଠକରେ ଭାରତ ପକ୍ଷରୁ ଯୋଗଦେଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ଉପସ୍ଥିତିରେ ପାକିସ୍ତାନର ଏନଏସଏ ନୂଆ ନକ୍ସା ଉପସ୍ଥାପନ କରିଥିଲେ। ଏଥିରେ ଅଜିତ ଡୋଭଲ ବୈଠକରୁ ଉଠିଯାଇଥିବା ବେଳେ ପାକିସ୍ତାନକୁ ଆଗକୁ ଯେପରି ଏମିତି କିଛି  ହରକତ ନ କରିବାକୁ ପରାମର୍ଶ ଦିଆଯାଇଥିଲା। ଆୟୋଜକ ଋଷିଆ ପାକିସ୍ତାନର ନକ୍ସାକୁ ଅନୁମତି ଦେଇ ନଥିଲା।

ସଂଘାଇ ସହଯୋଗ ସଙ୍ଗଠନର ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ଋଷିଆରେ ହୋଇଛି। ଏଥିରେ ପାକିସ୍ତାନ ଜାଣିଶୁଣି ନିଜେ ପ୍ରସ୍ତୁତ କରିଥିବା ଏକ ନକ୍ସା ଉପସ୍ଥାପନ କରିଥିଲା। ଯେଉଁଥିରେ କାଶ୍ମୀର ଓ ଗୁଜୁରାଟର ଜୁନଗଡକୁ ପାକିସ୍ତାନର ଅଂଶ ଭାବେ ଦେଖାଯାଇଥିଲା। ତେବେ ଏହି କାଳ୍ପନିକ ନକ୍ସା ପୂର୍ବରୁ କେଉଁଠାରେ ନଥିବାରୁ ପାକିସ୍ତାନର ଧୃଷ୍ଟତା ଧରାପଡିଯାଇଥିଲା।

ତେବେ ବୈଠକରେ ପାକିସ୍ତାନ ଯେଉଁ କାଣ୍ଡ କଲା ତାହା ନିୟମର ଉଲ୍ଲଂଘନ ଥିଲା ଏଣୁ ଆୟୋଜକଙ୍କ ସହ ଆଲୋଚନା କରି ଭାରତ ବୈଠକକୁ ବହିଷ୍କାର କରିଥିଲା। ତେବେ ଋଷିଆ ପକ୍ଷରୁ ଏ ନେଇ ଭାରତକୁ ସ୍ପଷ୍ଟ କରାଯାଇଥିବା ଜଣାପଡିଛି। ଏଥିରେ ପାକିସ୍ତାନର କୃତ୍ୟକୁ ଋଷିଆ ସମର୍ଥନ କରିନଥିବା କହିଥିବା ବେଳେ ପାକିସ୍ତାନକୁ ମଧ୍ୟ ଏ ନେଇ ସତର୍କ କରାଇ ଦିଆଯାଇଛି।    

   Related Posts