Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଜଘନ୍ୟ ହତ୍ୟାକାଣ୍ଡ : ସାମାନ୍ୟ କଥାକୁ ନେଇ ରାଗରେ ଜର୍ଜରିତ ସ୍ବାମୀ ନିର୍ମମ ଭାବେ ପତ୍ନୀକୁ ହାଣିଲା, ଖଣ୍ଡ ଖଣ୍ଡ କରି ତନ୍ଦୁରରେ ପକାଇଲା

22/06/2021 at 6:07 PM

ଇସଲାମାବାଦ ୨୨/ ୦୬ : ପାକିସ୍ତାନର ଇସଲାମାବାଦରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଜ ପତ୍ନୀକୁ ହତ୍ୟା କରିବା ପରେ ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ତନ୍ଦୁରରେ ଜାଳିଦେବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ସାମାନ୍ୟ ଘଟଣାରୁ ରାଗରେ ଜର୍ଜରିତ ସ୍ବାମୀ ମହମ୍ମଦ ସରୀଫ୍‌ ଘଟାଇଥିଲା ଜଘନ୍ୟ କାଣ୍ଡ ।

ସୂଚନା ଅନୁସାରେ, ଅଭିଯୁକ୍ତ ମହମ୍ମଦ ସରୀଫ୍ ଚିଲ୍ଲା ଓ୍ବାହାନ୍ ସ୍ଥିତ ନିଜ ଘର ନିକଟରେ ଏକ ଦୋକାନ କରିଥିଲା । ତାର ଗୋଟିଏ ଝିଅ ମଧ୍ୟ ଅଛି । ୨ ଦିନ ପୂର୍ବରୁ ତାର ଝିଅ ହାଲିମା ସାଦିଆ କାହାକୁ କିଛି ନଜଣାଇ ଦୋକାନରୁ କିଛି ଟଙ୍କା ନେଇଯାଇଥିଲା । ଏଥି​‌ରେ ମହମ୍ମଦ ସରୀଫ୍‌ର ରାଗ ମୁଣ୍ଡକୁ ଚଢିଯାଇଥିଲା । ଘଟଣାକୁ ନେଇ ପତ୍ନୀ ସହିତ ଝଗଡା ହେବା ପରେ ଉତକ୍ଷିପ୍ତ ଅଭିଯୁକ୍ତ ମହମ୍ମଦ ପତ୍ନୀ ଇସରାତ୍‌ଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲା ।

ସୂଚନା ଅନୁସାରେ, ମହମ୍ମଦ ସରୀଫ୍ ଏବଂ ଇସରାତ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ଘଟଣା ପରେ ରାଗରେ ଜର୍ଜରିତ ସରୀଫ୍ ପତ୍ନୀକୁ ହଟାଇବାକୁ ସୁଯୋଗ ଖୋଜୁଥିଲା । କେହି ନଥିବା ବେଳେ ଇସରାତଙ୍କ ପଛ ପଟୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ହତ୍ୟା କରିବା ପରେ ମୃତଦେହକୁ ଉଠାଇ ନପାରିବାରୁ ଶରୀରକୁ ପ୍ରଥମେ ଖଣ୍ଡ ଖଣ୍ଡ କରି ହାଣିଥିଲା ଏବଂ ପରେ ସେଗୁଡିକୁ ତନ୍ଦୁରରେ ପକାଇଦେଇଥିଲା । ଏହାପରେ ପୋଡିଯାଇଥିବା ଅଂଶଗୁଡିକୁ ନିକଟସ୍ଥ କେନାଲାର ଫିଙ୍ଗିଦେଇଥିଲା ।

ନିକଟରେ ଥିବା ପଡୋଶୀମାନେ ଇସରାତର ଚିତ୍କାର ଶୁଣି ସେଠାକୁ ଆସିଥିଲେ କିନ୍ତୁ ଏହା ତାଙ୍କର ପାରିବାରିକ ମାମଲା କହି ସେଠାରୁ ତାଙ୍କୁ ଭଗାଇଦେଇଥିଲା ଅଭିଯୁକ୍ତ । ଏହାପରେ ପଡୋଶୀ ଅବଦୁଲ ଅଜିଜ ଏବଂ ହାଫିଜ ମହମ୍ମଦ ଇସରାତଙ୍କ ପରିବାର ଲୋକଙ୍କୁ ଏବାବଦରେ ଜଣାଇଥିଲେ । ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି  ପଚରାଉଚରା ଜାରି ରଖିଛି ।

ସୂଚନାଯୋଗ୍ୟ, ଭାରତରେ ମଧ୍ୟ ୧୯୯୫ ମସିହାରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ଯାହାକୁ କି ତନ୍ଦୁର ମର୍ଡର କେସ୍ ନାଁରେ ଜଣାଯାଏ । ପରକୀୟ ପ୍ରୀତି ସନ୍ଦେହରେ ସେତେବେଳ ଯୁବ କଂଗ୍ରେସ ନେତା ତଥା ବିଧାୟକ ଥିବା ସୁଶୀଲ ଶର୍ମା ତାଙ୍କ ପତ୍ନୀ ନୈନା ସାନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପରେ ମୃତଦେହକୁ ବଗୀୟା ନାମକ ଏକ ରେଷ୍ଟୁରାଣ୍ଟକୁ ନେଇ ସେଠାରେ ରେଷ୍ଟୁରାଣ୍ଟ ମ୍ୟାନେଜର ସହାୟତାରେ ତନ୍ଦୁର (ଜଳନ୍ତା ମାଟି ଚୁଲି)ରେ ପକାଇଦେଇଥିଲେ ।

ପରେ ପୋଲିସ ରେଷ୍ଟୁାରାଣ୍ଟ ମ୍ୟାନେଜରକୁ ଗିରଫ କରିବାରେ ସଫଳ ହୋଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସୁଶୀଲ କିନ୍ତୁ ଫେରାର ହୋଇଯାଇଥିଲା । ପରେ ୧୯୯୫ ମସିହା ଜୁଲାଇ ୧୦ ତାରିଖରେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲା ସୁଶୀଲ ଶର୍ମା । ଘଟଣାର ଶୁଣାଣି କରି ୨୦୧୮ ମସିହା ଅକ୍ଟୋବର ୮ ତାରିଖରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥି​‌ଲେ ସୁପ୍ରିମକୋର୍ଟ ।

   Related Posts