Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କେବଳ ଲଦାଖ ନୁହେଁ PoKରେ ମଧ୍ୟ ଷଡଯନ୍ତ୍ର ରଚୁଛି ଡ୍ରାଗନ, କ୍ଷେପଣାସ୍ତ୍ର କ୍ଷେତ୍ର ନିର୍ମାଣ ପାଇଁ ପାକିସ୍ତାନକୁ କରୁଛି ସହଯୋଗ

7/10/2020 at 5:06 PM

ନୂଆଦିଲ୍ଲୀ ୭।୧୦: ଲଦାଖରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିବା ଚୀନ୍ ଏବେ ଷଡଯନ୍ତ୍ର କରିବାରେ ପାକିସ୍ତାନକୁ ସାହାଯ୍ୟ କରୁଛି । ପାକିସ୍ତାନ ପିଓକେରେ ଚୀନ୍ ର ସହୟତା ନେଇ ଭୂପୃଷ୍ଠରୁ ବାୟୁରେ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ର କ୍ଷେତ୍ର ନିର୍ମାଣ କରୁଛି । ଗୁଇନ୍ଦା ସୂତ୍ରରୁ ଏଭଳି ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ ଏଲଓସି ଆରପଟେ କେତେକ ସ୍ଥାନରେ ଚୀନ୍ ସାହାଯ୍ୟରେ ସୈନ୍ୟ ସ୍ଥଳ ସ୍ଥାପନ କରିବା ଉଦ୍ଦେଶ୍ୟରେ ଅନେକ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି । ଚୀନ୍ ପିଏଲଏ ଅଧିକାରୀଙ୍କୁ ଏହି ନିର୍ମାଣର ଦେଖାଶୁଣା କରିବାକୁ ଚୟନ କରାଯାଇଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ଭୂପୃଷ୍ଠରୁ ବାୟୁରେ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ର କ୍ଷେତ୍ର ନିର୍ମାଣର କାର୍ଯ୍ୟ ପାକିସ୍ତାନର ନିୟନ୍ତ୍ରଣରେ ଥିବା କାଶ୍ମୀରର ଲସାଦାନା ଢୋକ ନିକଟରେ ପାଓଲି ପୀର ଅଞ୍ଚଳରେ ପାକିସ୍ତାନୀ ସେନା ଏବଂ ପିଏଲଏ ଦ୍ବାରା କରାଯାଉଛି ।

ନିର୍ମାଣ କ୍ଷେତ୍ରରେ ପ୍ରାୟ ୧୨୦ ପାକିସ୍ତାନୀ ସେନାର ଜବାନ ଏବଂ ୨୫-୪୦ ସାଧାରଣଲୋକ ଥିବା ଜଣଯାଇଛି । କ୍ଷେପଣାସ୍ତ୍ର ସିଷ୍ଟମର କଣ୍ଟ୍ରୋଲ ରୁମ୍ ବେଦେଲ ବାଗ ରେ ସ୍ଥାପନା କରାଯିବ । ଏଥିରେ ପିଏଲଏର ୩ ଜଣ ଅଧିକାରୀଙ୍କ ସମେତ ୧୦ ଜଣ ଜବାନ ମୁତୟନ ହେବେ । ଜଣେ ଅଧିକାରୀ କହିଛନ୍ତି ପିଏଲଏ ଏବଂ ପାକିସ୍ତାନୀ ସେନାକୁ ପିଓକେରେ ଦେଓଲିୟନ ଏବଂ ଜୁରା ଭଳି ଚଳଚଞ୍ଚଳ ଅଞ୍ଚଳରେ ପାକିସ୍ତାନର ୧୨ତମ ଇନଫାଣ୍ଟ୍ରି ବ୍ରିଗେଡ ସହ ମଧ୍ୟ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି ।

ଚୀନ୍ ର ଇଞ୍ଜିନିୟରଙ୍କ ସାହାଯ୍ୟରେ ଜଗଲୋଟରୁ ଗୌରୀ କୋଟ ପର୍ଯ୍ୟନ୍ତ ସଡକପଥ ନିର୍ମାଣ କରାଯାଇଛି । ଯାହାକୁ ଗୁଲତାରୀ ପର୍ଯ୍ୟନ୍ତ ବଢା ଯାଇପାରେ । ଏହି ସମୟରେ ଜଲଗୋଟରେ ପିଏଲଏ ସୈନିକଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଏବା ପୂର୍ବରୁ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ସୋମବାର ଦିନ କହିଥିଲେ ଯେ, ପାକିସ୍ତାନ ଏବଂ ଚୀନ୍ ନିକଟରେ ଦ୍ବିପାକ୍ଷିକ ଅଭ୍ୟାସ ବୃଦ୍ଧି କରିଛି । ଏହା ଉପରେ ଭାରତ ନଜର ରଖିଛି । ଭାରତୀୟ ସେନା ଉଭୟ ଚୀନ୍ ଏବଂ ପାକିସ୍ତାନ ସହ ବହୁ ସମୟରୁ ଲଢେଇ ଜାରି ରଖିଛି । ବିବାଦୀୟ ସୀମାରେ ଏକାବେଳେ ସକ୍ରିୟ ହୋଇଉଠିଥିବା ଚୀନ୍ ଏବଂ ପାକିସ୍ତାନ ସହ ଲଢିବା ପାଇଁ ଭାରତ ସଶସ୍ତ୍ର ବଳର ସବୁଠୁ ଅଧିକ ବ୍ୟବହାର କରିଛି ।

   Related Posts