ଭାରତ ଯୁଦ୍ଧ ଧମକ ଦେଲେ ଆମେ ବି ଜବାବ ଦେବାକୁ ପ୍ରସ୍ତୁତ ଅଛୁ ;ପାକିସ୍ତାନର ମେଜର ଜେନେରାଲ ଗଫୁର ରଖିଲେ ପୁଲଓ୍ଵାମାର ପ୍ରତ୍ୟୁତ୍ତର

Published By : Prameya-News7 Bureau | February 23, 2019 IST

ଇସାଲାମବାଦ- ଭାରତ ପୁଲଓ୍ଵମା ଘଟଣାକୁ ନେଇ ଦୋଷ ଦେବା ଅନୁଚିତ । ପାକିସ୍ତାନ ପୁଲଓ୍ଵମା ଘଟଣାର କିଛି ହାତ ନାହିଁ । ବିନା ପ୍ରମାଣରେ ପାକିସ୍ତାନ ଉପରେ ଦୋଷ ଲଦିବା ଆଦୌ ଠିକ ନୁହେଁ ବୋଲି ପାକିସ୍ତାନର ମେଜର ଜେନେରାଲ କହିଛନ୍ତି ।

ସେ ଏକ ପ୍ରେସ୍ ବିଜ୍ଞପ୍ତିରେ ପୁଲଓ୍ଵମା ଘଟଣାର ପ୍ରତ୍ୟୁତ୍ତର ରଖିଛନ୍ତି । ସେ କହିଛନ୍ତି ଭାରତ ପାଖରେ କିଛି ପ୍ରମାଣ ନ ଥାଇ ଏଭଳି ଦୋଷ ଦେବା ଆଦୌ ଠିକ୍ ନୁହେଁ । ଭାରତ ଯଦି ଏହି ଘଟଣା ଆଳରେ ଯୁଦ୍ଧ କରିବାକୁ ଚେତାବନୀ ଦିଏ, ଆମେ ବି ଜବାବ ଦେବାକୁ ପ୍ରସ୍ତୁତ ଅଛୁ । କାରଣ ପାକିସ୍ତାନ ଭାରତର ନାଲି ଆଖିକୁ ଡ଼ରେ ନାହିଁ, ଯଦି ସାହସ ଅଛି  ଆତଙ୍କୀ ସହ ପାକିସ୍ତାନର ହାତ ଅଛି ବୋଲି ପ୍ରମାଣ କରିବା ଦରକାର ।

ପାକିସ୍ତାନର ମେଜର ଜେନେରାଲ ଗଫୁର ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ନିଜ ଦେଶ ଉପରୁ ଦୋଷ ଛଡ଼ାଇବାକୁ ଚାହିଁଛନ୍ତି । କିନ୍ତୁ ପାକିସ୍ତାନର ଆଭିମୁଖ୍ୟ ସାରାବିଶ୍ଵ ଜାଣିଥିବାବେଳେ ମେଜର ଜେନେରାଲଙ୍କର ଏହିକଥା ମଧ୍ୟ ସମସ୍ତଙ୍କୁ ଚକିତ କରୁଛି ।

ସଂଯୁକ୍ତ ରାଷ୍ଟ୍ରସୁରକ୍ଷା ପରିଷଦର ଚେତାବନୀ ଦ୍ଵାରା ପାକିସ୍ତାନ ନିଜର ସ୍ଵର ନରମ ରଖିବା ବେଳେ ମେଜର ଜେନେରାଲଙ୍କ ବକ୍ତବ୍ୟ ପାକିସ୍ତାନର ସଂପୃକ୍ତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ ତ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.