Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ସହ ରାଜନୈତିକ ସମ୍ପର୍କ ଛିନ୍ନ କରିବା ପରେ ଏୟାରସ୍ପେସର କରିଡର ବନ୍ଦ କଲା ପାକିସ୍ତାନ

8/08/2019 at 11:36 AM

ନୂଆଦିଲ୍ଲୀ ୮/୮: କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରାଯିବା ପରେ ପାକିସ୍ତାନ ଉତ୍ତ୍ୟକ୍ତ ହୋଇ ଭାରତର ବିମାନ ରାସ୍ତା ରୋକିଦେଇଛି। ପାକିସ୍ତାନ ଗତକାଲି ରାତିରେ ନିଜର ଏୟାର ସ୍ପେସର ଏକ କରିଡରକୁ ବନ୍ଦ କରି ଦେଇଛି। ଯାହା ଦ୍ବାରା ବିଦେଶୀ ଉଡ଼ାଣକୁ ଏବେ ୧୨ମିନିଟରୁ ଅଧିକ ସମୟ ଲାଗିବ। ପାକିସ୍ତାନ ଏହା ପୂର୍ବରୁ ବୁଧବାର ଭାରତ ସହ ରାଜନୈତିକ ସମ୍ପର୍କ କମ୍ କରିଥିଲା ଏବଂ ବ୍ୟାବସାୟିକ ସମ୍ପର୍କ ଶେଷ କରିଥିଲା।
ଏୟାର ଇଣ୍ଡିଆର ଜଣେ ଅଧିକାରୀଙ୍କ କରିଡର ବନ୍ଦ ହେବା ଦ୍ବାରା ଫ୍ଲାଇଟର ଗତିପଥ ବଦଳିଯାଇଛି। ଏୟାର ଇଣ୍ଡିଆର ଜଣେ କର୍ମଚାରୀ କହିଛନ୍ତି ଯେ ,‘ଗୋଟିଏ କରିଡରକୁ ବନ୍ଦ କରି ଦିଆଯାଇଛି ଏହାଦ୍ବାରା ୧୨ମିନିଟ୍ ଅଧିକ ସମୟ ଲାଗିବ। ଏହା ଦ୍ବାରା ଆମ ଉପରେ ଅଧିକ ପ୍ରଭାବ ପଡ଼ିବ ନାହିଁ। ’ ପାକିସ୍ତାନୀ ଏୟାରସ୍ପେସରୁ ଏୟାର ଇଣ୍ଡିଆକୁ ପ୍ରତିଦିନ ପାଖାପାଖି ୫୦ଟି ଫ୍ଲାଇଟ୍ ଅତିକ୍ରମ କରିଥାଏ।
ଭାରତ ସରକାର ଜାମ୍ମୁ-କାଶ୍ମୀରରେ ୩୭୦ଧାରା ଉଚ୍ଛେଦ କରିବାକୁ ବିରୋଧ କରି ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି। ପାକିସ୍ତାନର ସିଭିଲ୍ ଆଭିଏସନ୍ ଅଥୋରିଟି ଦ୍ବାରା ଜାରି ହୋଇଥିବା ନୋଟିସ୍ ଟୁ ଏୟାରମ୍ୟାନ୍ ଅନୁସାରେ ଏୟାରସ୍ପେସ୍ ଅଗଷ୍ଟ ୬ତାରିଖରୁ ସେପ୍ଟେମ୍ବର ୫ତାରିଖ ଯାଏଁ ବନ୍ଦ ରହିବ। ଏହା ବ୍ୟତୀତ ସିସିଏ ପାକିସ୍ତାନର ଏୟାରଲାଇନ୍ସ ର ବିମାନ ମାର୍ଗରେ ମଧ୍ୟ ପରିବର୍ତ୍ତନ କରିଛି। ଏଥିରେ ଖାସ୍ କରି ଲାହୋରର ଲୟାରଲାଇନ୍ସ ସାମିଲ ରହିଛି।
ଲାହୋର ଅଞ୍ଚଳରେ ବିଦେଶୀ ବିମାନକୁ ୪୬ହଜାର ଫୁଟରୁ ତଳେ ଉଡ଼ିବାର ଅନୁମତି ନାହିଁ। ଆଫଗାନିସ୍ତାନରୁ ଆସୁଥିବା ଉଡ଼ାଜାହାଜଗୁଡ଼ିକୁ ବିକଳ୍ପ ମାର୍ଗରେ ଯିବାପାଇଁ ନିର୍ଦେଶ ଦିଆଯାଇଛି। ପାକିସ୍ତାନ ବାଳାକୋଟ ଏୟାରଷ୍ଟ୍ରାଇକ୍ ପରେ ମଧ୍ୟ ନିଜ ଏୟାରସ୍ପେସ ବନ୍ଦ କରିଥିଲା,ଯାହାକୁ ଜୁଲାଇ ୧୬ତାରିଖରେ ସମସ୍ତ ବିମାନ ପାଇଁ ଖୋଲାଯାଇଥିଲା।

   Related Posts