ପାକିସ୍ତାନକୁ ଭାରତୀୟ ସେନାର ମୁହଁତୋଡ ଜବାବ : ପାକିସ୍ତାନର ୨ରେଞ୍ଜରଙ୍କ ମୃତ୍ୟୁ
26/12/2019 at 1:44 PM

ଶ୍ରୀନଗର ୨୬/୧୨: ଭାରତୀୟ ସେନାର ପାକିସ୍ତାନକୁ ମୁହଁତୋଡ ଜବାବ । ସୀମାରେ ପାକିସ୍ତାନ ପଟୁ ହେଉଥିବା ଫାଇରିଂର କଡା ଜବାବ ଦେଇଛନ୍ତି ଭାରତୀୟ ସେନା । କାଲି ରାତିରେ ଉରି ସେକ୍ଟରରେ ଭାରତୀୟ ସେନା ପାକିସ୍ତାନର କେତେକ ସେନା ପୋଷ୍ଟ ଉପରେ ଗୁଳିଗୋଳା ବର୍ଷା କରିଛି ।

ଏଥିରେ ପାକିସ୍ତାନର ୨ ଜଣ ରେଞ୍ଜରଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନର ଅନେକ ସେନା ପୋଷ୍ଟ ବି ଧ୍ବସ୍ତ ବିଧ୍ବସ୍ତ ହୋଇଛି । ବୁଧବାର ସଂଧ୍ୟାରେ ଜାମ୍ମୁ କାଶ୍ମୀରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ସେନା ଭାରତୀୟ ପୋଷ୍ଟ ଉପରେ ମୋଟର ମାଡ ସହ ପ୍ରବଳ ଗୁଳିମାଡ କରିଥିଲା । ଯେଉଁଥିରେ ଭାରତୀୟ ସେନାର ଜଣେ ସୁବେଦାର ସହିଦ ହୋଇଥିଲେ । ସେହିଭଳି ଜଣେ ଭାରତୀୟ ମହିଳା ବି ଗୁରୁତର ହୋଇଛନ୍ତି । ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି ।
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021