ପାକିସ୍ତାନର ଡୁପ୍ଲିକେସି ଚାଲ୍ : ତିଆରି କଲା ନକଲି ଆରୋଗ୍ୟ ସେତୁ ଆପର ନୂଆ ଭର୍ସନ୍, ଭାରତୀୟ ଡାଟା ଚୋରାଇବା ଲକ୍ଷ୍ୟ

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦/୦୬ : ସାରା ଦୁନିଆ ବର୍ତ୍ତମାନ କରୋନା ଭାଇରସ ସହ ଯୁଦ୍ଧ କରୁଥିବାବେଳେ ପାକିସ୍ତାନ ଏହିଭଳି ସଙ୍କଟ ସମୟରେ ମଧ୍ୟ ଭାରତର ଜାସୁସି କରୁଛି | ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତୀୟଙ୍କ ଜାସୁସି କରିବ ପାଇଁ ଆରୋଗ୍ୟ ସେତୁ ଆପ ତିଆରି କରିଛି | ଏହି ଆପ କୁ ୨୦୨୦ ଏପ୍ରିଲ ମାସରେ ଡେଭେଲପ କରାଯାଇଥିଲା | ବର୍ତ୍ତମାନ ଏହି ନକଲି ଆପର ନୂଆ ଭର୍ସନ ଲଞ୍ଚ କରାଯାଇଛି |

ଆଇଏସଆଇ ସାହାଯ୍ୟରେ ହ୍ୟାକର୍ସ ଏହି ଆପକୁ ଭାରତୀୟ ବ୍ୟୁରୋକ୍ରାସି ଓ ଡିଫେନ୍ସ ସହ ଜଡିତ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଯୋଜନା କରୁଛି | ଏହାଛଡା ସାଧାରଣ ଭାରତୀୟ ନାଗରିକଙ୍କୁ ମଧ୍ୟ ପାକିସ୍ତାନୀ ହ୍ୟାକର୍ସ ଦ୍ୱାରା ଏହି ଆପ ଜରିଆରେ ଟାର୍ଗେଟ କରାଯାଉଛି | ନକଲି ଆରୋଗ୍ୟ ସେତୁ ଆପ ସମ୍ପୂର୍ଣ ଅସଲି ଆରୋଗ୍ୟ ସେତୁ ଆପ ଭଳି କାମ କରୁଛି |

{"id":284050,"sizeSlug":"large"}

ଯେଉଁମାନେ ଏହି ନକଲି ଆପକୁ ଡାଉନଲୋଡ଼ କରୁଛନ୍ତି, ସେମାନଙ୍କ ଫୋନର ସମସ୍ତ ଡାଟା ହ୍ୟାକର୍ସଙ୍କୁ ମିଳିଯାଉଛି | ଫୋନ ଡିଟେଲରୁ ଆରମ୍ଭ କରି ଲୋକେସନ ପର୍ଯ୍ୟନ୍ତ ସମସ୍ତ ଡାଟା ଲିକ ହୋଇଯାଉଛି | ମହାରାଷ୍ଟ୍ର ସାଇବର ସେଲ ଏହି ମାମଲାର ଯାଞ୍ଚ କରୁଛି | ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ସାଇବର ସେଲ ବିଭାଗର ଆଇଜି ଯଶସ୍ବୀ ଯାଦବ କହିଛନ୍ତି ଯେ, ମହାରାଷ୍ଟ୍ର ସାଇବର ବିଭାଗ ଅନେକ ଭୟଙ୍କର ମେଲୱେୟର ସମ୍ପର୍କରେ ଜାଣିବାକୁ ପାଇଛି | ଯାହାଫଳରେ ଦେଶର ସମ୍ବେଦନଶୀଳ ଡାଟା ଚୋରି କରାଯାଇପାରେ | କିଛି ପାକିସ୍ତାନୀ ହ୍ୟାକର୍ସ ନକଲି ଆରୋଗ୍ୟ ସେତୁ ଆପ ତିଆରି କରିଛନ୍ତି ଯାହାଫଳରେ ବ୍ୟୁରୋକ୍ରାଟ୍ସ ଓ ଡିଫେନ୍ସ ସହ ଜଡିତ ଅଧିକାରୀଙ୍କ ଫୋନରୁ ଡାଟା ପାଇପାରିବେ |

{"id":284051,"sizeSlug":"large"}

ଭାରତ ସରକାର କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବ ପାଇଁ ଆରୋଗ୍ୟ ସେତୁ ଆପ ଲଞ୍ଚ କରିଥିଲେ | ଏହି ଆପକୁ ଭାରତରେ ବହୁତ ଭଲ ରେସ୍ପରେନ୍ସ ମଧ୍ୟ ମିଳିଛି | ଦେଶର କୋଟି କୋଟି ଜନତା ଏହି ଆପ ବ୍ୟବହାର କରୁଛନ୍ତି | ସମସ୍ତ ସରକାରୀ କର୍ମଚାରୀଙ୍କୁ ଏହି ଆପ ଡାଉନଲୋଡ଼ କରିବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.