କାଙ୍ଗାଳ ପାକିସ୍ତାନ ଫେରାଇଲା ନାହିଁ ଅଭିନନ୍ଦନଙ୍କ ପିସ୍ତଲ, ମ୍ୟାପ ଏବଂ ସରଭାଇବଲ କିଟ୍

Published By : Prameya-News7 Bureau | March 02, 2019 IST

ଦିଲ୍ଲୀ ୨/୩ : ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଥିବା ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ପଠାଇବା ପରେ ଶାନ୍ତି ନୋବେଲ ପୁରସ୍କାର ଦାବି କରିଛି | ତଥାପି କାଙ୍ଗାଳ ପାକିସ୍ତାନ ନିଜ କାର୍ଯ୍ୟକଳାପ ସୁଧାରୁ ନାହିଁ | ପାକିସ୍ତାନ ଅଭିନନ୍ଦନଙ୍କ ମୁକ୍ତ କରିଦେଲା ସତ କିନ୍ତୁ ତାଙ୍କ ଜିନିଷ ତାଙ୍କୁ ଫେରସ୍ତ କଲାନାହିଁ | ପାକିସ୍ତାନ ଅଭିନନ୍ଦନଙ୍କ ପିସ୍ତଲ, ମ୍ୟାପ ଏବଂ ସରଭାଇବଲ କିଟ ଫେରସ୍ତ କଲାନାହିଁ |

ଶୁକ୍ରବାର ରାତିରେ ଯେତେବେଳେ ଅଭିନନ୍ଦନ ଅଟ୍ଟାରି ବର୍ଡ଼ରରେ ପ୍ରବେଶ କଲେ ସିଭିଲ ଡ୍ରେସରେ ଏବଂ ଖାଲି ହାତରେ ଆସିଥିଲେ | ଅଭିନନ୍ଦନ ଯେତେବେଳେ ପାକିସ୍ତାନ ସୀମା ଭିତରେ ଥିଲେ ସେତେବେଳେ ତାଙ୍କ ପାଖରେ ପିସ୍ତଲ ଥିଲା | ସେ ନିଜ ପିସ୍ତଲରେ ଫାଇରିଙ୍ଗ କରି ଦୌଡ଼ି ପଳାଇଥିଲେ ଏବଂ ତାଙ୍କ ପାଖରେ ଥିବା ଜରୁରୀ ଦସ୍ତାବିଜକୁ ନଷ୍ଟ କରିଦେଇଥିଲେ |

{"id":90179}

ହେଣ୍ଡ ଓଭର ସାର୍ଟିଫିକେଟ ଅନୁଯାୟୀ, ପାକିସ୍ତାନ ଅଭିନନ୍ଦନଙ୍କ ଘଣ୍ଟା, ଚଷମା ଏବଂ ମୌଜା ଫେରାଇ ଦେଇଥିଲା | ଶୁକ୍ରବାର ଅଭିନନ୍ଦନଙ୍କୁ ପାକିସ୍ତାନୀ ରେଞ୍ଜର୍ସର ଡେପୁଟି ସୁପରିଟେଣ୍ଡେଣ୍ଟ ଶାହାଜାଦ ଫୈଜଲ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡର ସଞ୍ଜୟ କୁମାରଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ଏଥିରେ କୁହାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.