ଜଣେ ମହାଦାନୀଙ୍କୁ କାହିଁକି ମାନସିକ ଅସୁସ୍ଥ ବୋଲି ସନ୍ଦେହ କଲେ ପାକ୍ ବିଚାରପତି ?

Published By : Prameya-News7 Bureau | November 12, 2018 IST

ବଡ଼ ବିଚିତ୍ର ନ୍ୟାୟ ।  କ୍ଷତିଗ୍ରସ୍ତଙ୍କ ଲାଗି ଦାନ କରିବା କ'ଣ ଅପରାଧ ? ଜଣେ ମହାଦାନୀଙ୍କ ମାନସିକ ସ୍ଥିତି ନେଇ କାହିଁକି ସନ୍ଦେହ ପ୍ରକଟ କଲେ ପାକିସ୍ତାନର ପ୍ରଧାନ ବିଚାରପତି ? ଖବରଟି ରୋଚକ ଏବଂ ସତ୍ୟ । ପାକିସ୍ତାନ ବାସିନ୍ଦା ଶେଖ ସହିଦଙ୍କ ମାନସିକ ଅବସ୍ଥାର ଡାକ୍ତରୀ ପରୀକ୍ଷା ଲାଗି  ପ୍ରଧାନ ବିଚାରପତି  ମିଆଁ ସାକିବ୍ ନିସାର ନିର୍ଦ୍ଦେଶ ଦେବା ପରେ ହିଁ ଆଲୋଡନ । ଶେଖ ସହିଦ ହେଉଛନ୍ତି ସେହି ବ୍ୟକ୍ତି ଯେକି, ଦିଆମର-ଭାଷା ବନ୍ଧ ପାଣ୍ଠିକୁ ୮୦ ନିୟୁତ ଆମେରିକୀୟ ଡଲାର ଦାନ କରିଛନ୍ତି । ପାକିସ୍ତାନର ଜଳାଭାବ ଅଞ୍ଚଳରେ ଜଳ ଉପଲବ୍ଧି ଲାଗି ଗଠିତ ହୋଇଛି ଦିଆମର-ଭାଷା ବନ୍ଧ ପାଣ୍ଟି । ଆଉ ସବୁଠୁ ବଡ଼ କଥାଟି ହେଲା ସେହି ପାଣ୍ଠିର ଯୁଗ୍ମ ଅଧ୍ୟକ୍ଷ ହେଉଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଏବଂ ପାକିସ୍ତାନର ପ୍ରଧାନବିଚାରପତି । ସେହି ପାଣ୍ଠିକୁ ସହିଦ ୮୦ ନିୟତ ଡଲାର ଦାନ କରିଥିବା ବେଳେ, ସେ ନେଇ ଆପତ୍ତି କରିଛନ୍ତି ତାଙ୍କ ପତ୍ନୀ ଓ ପରିବାର । ରବିବାର ଦିନ ଦାନୀ ଶେଖ ସହିଦଙ୍କ ପତ୍ନୀ ତାଙ୍କ ତିନି ପିଲାଙ୍କୁ ଧରି ଲାହୋର ସ୍ଥିତ ପ୍ରଧାନବିଚାରପତିଙ୍କ କୋର୍ଟକୁ ଯାଇ ସ୍ୱାମୀଙ୍କ ଦାନର ବିରୋଧ କରିଛନ୍ତି । କହିଛନ୍ତି,ସେମାନଙ୍କ ଅଜାଣତରେ ଓ  ବିନାଅନୁମତିରେ ସହିଦ ଏତେ ବିପୁଳ ଅର୍ଥ ଦାନ କରିଛନ୍ତି । ଏପରିକି ଶେଖ ସହିଦଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ମାନସିକ ଅସୁସ୍ଥତା ଲାଗି ଔଷଧ ଖାଉଛନ୍ତି । ଡନ୍‌ରେ ପ୍ରକାଶିତ ଖବର ଅନୁଯାୟୀ ପ୍ରଧାନ ବିଚାରପତି ମିଆଁ ସାକିବ୍ ନିସାର ଏବେ ମହାଦାନୀ ଶେଖ ସହିଦଙ୍କ ମାନସିକ ପରୀକ୍ଷା କରାଇ ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.