Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଚାପ ସୃଷ୍ଟି ଲାଗି ‘ପ୍ଲାନ-ବି’ ଘୋଷଣା କଲେ ଫଜଲୁର ରହେମାନ , କହିଲେ ଏଥର ଇସ୍ତଫା ଛଡା ଇମ୍ରାନଙ୍କର ଅନ୍ୟ ବାଟ ନାହିଁ

14/11/2019 at 3:37 PM

ଇସ୍ଲାମାବାଦ : ଇମ୍ରାନ ସରକାରଙ୍କୁ ପଦଚ୍ୟୁତ  କରିବା ଲାଗି ପାକିସ୍ତାନରେ ଦୀର୍ଘ ଦିନଧରି ଆଜାଦୀ ମାର୍ଚ୍ଚ ଚଳାଇଥିବା ଜମିଅତ ଉଲେମା-ଏ-ଇସ୍ଲାମ (ଜେୟୁଆଇ-ଏଫ) ନେତା ମୌଲାନା ଫଜଲୁର ରହେମାନ ତାଙ୍କର ‘ପ୍ଲାନ-ବି’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏଥିରେ ସାରା ଦେଶରେ ବନ୍ଦ ପାଳନ ଲାଗି ରହେମାନ ଆହ୍ୱାନ ଦେଇଥିବା ବେଳେ ଇମ୍ରାନ ଏଥର ତାଙ୍କ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଏଣୁ ଇସ୍ଲାମାବାଦରେ ଆନ୍ଦୋଳନ ଚଳାଇଥିବା ବିକ୍ଷୋଭକାରୀଙ୍କୁ ଏବେ ନିଜନିଜ ଘରକୁ ଫେରିଯିବା ଲାଗି ପରାମର୍ଶ ଦେଇଛନ୍ତି ମୌଲାନା ।

ରହେମାନ ଆଗାମୀ ୩ ମାସରେ ଦେଶର ଇଲେକ୍ସନ କରିବାକୁ ଦାବି କରୁଛନ୍ତି।  ନଚେତ ଇମ୍ରାନ ଇସ୍ତଫା ଦିଅନ୍ତୁ ବୋଲି କହୁଛନ୍ତି। ତେବେ ଇମ୍ରାନ ତାଙ୍କର କୌଣସି ଗୋଟିଏ ଦାବିକୁ ମଧ୍ୟ ସ୍ୱୀକାର କରିନାହାନ୍ତି। ଏଣୁ ରହେମାନ ନିଜ ଜିଦରେ ଅଡିଯାଇଥିବା ବେଳେ ବିରୋଧୀ ଦଳମାନେ ଏବେ ଇସ୍ଲାମାବାଦକୁ ସେମାନଙ୍କ ଠିକଣା କରିବା ରାଜଧାନୀରେ ଲୋକଙ୍କ ଲାଗି ନୂଆ ସମସ୍ୟାର କାରଣ ପାଲଟିଛି।

ତେବେ ରହେମାନ ମଧ୍ୟ ହାରିବା ଲୋକ ନୁହଁନ୍ତି। ଆଜାଦି ମାର୍ଚ୍ଚକୁ ସମ୍ବୋଧନ କରି ସରକାର ଆବେଦନ ନିବେଦନ ଶୁଣିବା ଭଳି ଲାଗୁ ନାହିଁ। ଏଣୁ ରାସ୍ତାଘାଟ ସମେତ ସାରା ଦେଶରେ ବନ୍ଦ ପାଳନ ହେଲେ ଯାଇ ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ ବୋଲି କହିଛନ୍ତି। ସରକାର ଏବେ ଦୁର୍ବଳ ହୋଇପଡିଲେଣି। ଏଣୁ ତାଙ୍କୁ ହଟେଇବାକୁ ବେଶିକିଛି ବଳ ଲଗାଇବାକୁ ପଡିବନି। ସାମାନ୍ୟ ଧକ୍କା ଦେଲେ ଇମ୍ରାନଙ୍କ ସରକାର ଧରାଶାୟୀ ହେବେ ବୋଲି ମୌଲାନା କହିଛନ୍ତି। ଏଣୁ ଏବେ ରାଜଧାନୀରେ ଆଉ ବିକ୍ଷୋଭ କରି କିଛି ଲାଭ ନାହିଁ ବୋଲି ମୌଲାନା କହିଥିବା ବେଳେ ବିକ୍ଷୋଭକାରୀମାନଙ୍କୁ ନିଜନିଜ ଘରକୁ ଫେରିଯିବାକୁ ପରାମର୍ଶ ଦେଇଛନ୍ତି।

ବୁଧବାର ଜେୟୁଆଇ-ଏଫ କେନ୍ଦ୍ରୀୟ ୱାର୍କିଂ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜଧାନୀରେ ଚଳାଯାଇଥିବା ଧାରଣା ଆଉ ଅଧିକ ସମୟ ନ ଚଳାଇ ପ୍ଲାନ-ବି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଯୋଜନା ଅନୁସାରେ ମୌଲାନାଙ୍କ ପାର୍ଟି ସାରାଦେଶରେ ବନ୍ଦ ପାଳନ ଲାଗି ଯୋଜନା କରିଛି। ଏଥିରେ ରାସ୍ତାଘାଟ, ଗାଡିମଟର, ବାଣିଜ୍ୟ ବ୍ୟବସାୟ ଓ ସ୍କୁଲ,କଲେଜ, କାର୍ଯ୍ୟାଳୟ ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରସଙ୍ଗରେ ସାଥ ଦେବାକୁ ମନା କଲା ସେନା
ମୌଲାନାଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଏବେ ଇମ୍ରାନଙ୍କ ସାଥ ଦେବାକୁ ସେନା ସଫାସଫାମନା କରିଦେଇଛି। ଏହା ସମ୍ପୂର୍ଣ୍ଣ ରାଜନୈତିକ ହୋଇଥିବାରୁ ସେନା ଏଥିରେ ଦଖଲ ଦେବ ନାହିଁ ବୋଲି ପୂର୍ବରୁ ମନା କରିସାରିଛି। ମୌଲାନାଙ୍କ ଆନ୍ଦେଳନ ଯୋଗୁ ପାକିସ୍ତାନରେ ଏବେ ଇମ୍ରାନ ସରକାର ବିରୋଧୀ ପରିବେଶ ସୃଷ୍ଟି ହୋଇଛି। ଯଦି ଏଭଳିକିଛି ହୁଏ ତେବେ ସେନା ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କରି କ୍ଷମତା ହାତକୁ ନେବା ସୁଗମ ହେବ ବୋଲି ଅନୁମାନ କରାଯାଉଛି।         

   Related Posts