Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କରୋନା ଭୟର ପ୍ରଭାବ: ATMରୁ ସାନିଟାଇଜର ଚୋରି କଲେ ପାକିସ୍ତାନୀ ଯୁବକ, ଭିଡିଓ ଭାଇରାଲ୍

30/03/2020 at 5:33 PM

ନୂଆଦିଲ୍ଲୀ ୩୦।୦୩: ପାକିସ୍ତାନ ସାମ୍ବାଦିକ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣ ନିଜର ହସ ରୋକି ପାରିବେ ନାହିଁ। ଏହି ଭିଡିଓରେ ଜଣେ ବ୍ୟକ୍ତି ଏଟିଏମରୁ ସାନିଟାଇଜର ଚୋରାଉଥିବା ଦେଖିବାକୁ ମିଳିଛି।

କରୋନା ଭାଇରସ୍ ସମଗ୍ର ଦୁନିଆରେ ହାହାକାର ସୃଷ୍ଟି କରିଛି। ନିଜକୁ ଏହି ଘାତକ ଭାଇରସରୁ ବଞ୍ଚାଇବା ପାଇଁ ଘର ଭିତରେ ରହିବାକୁ ସମସ୍ତେ ବିବଶ ହୋଇଛନ୍ତି। ପୂର୍ବରୁ ଅନେକ ସାବଧାନ ଓ ସତର୍କତାମୂଳକ ପଦକ୍ଷେବ ବିଷୟରେ  ଘୋଷଣା କରାଯାଇଛି, ଯେମିତି କି ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାନିଟାଇଜରର ଉପଯୋଗ କରି ଭାଇରସର ପ୍ରଭାବକୁ କମ୍ କରିବା।

ହେଲେ ଏହି ସତର୍କତା ଉପାୟ ପାଇଁ  ବଜାରରେ ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି। ଯେମିତି ଲୋକେ କରୋନା ଭାଇରସର ପ୍ରକୋପରୁ ରକ୍ଷା ପାଇଁ ମାସ୍କ, ଗ୍ଲୋଭ୍, ସାନିଟାଇଜର ଓ ହେଣ୍ଡ ଓ୍ଵାସ କଥା ଜାଣିଲେ ଏହି ସବୁ ସାମଗ୍ରୀ କିଣିବା ଆରମ୍ଭ କରି ଦେଲେ। ଏହି ସବୁ ଜିନିଷ ସଂପ୍ରତି  ଲୋକଙ୍କ ପାଇଁ କେତେ ଜରୁରୀ ତାହା ଏହି ଭିଡିଓରେ ପ୍ରମାଣିତ ହୋଇଛି।

ପାକିସ୍ତାନ ସାମ୍ବାଦିକଙ୍କ ନୈଲା ଇନାୟତ ଦ୍ଵାରା ଟୁଇଟ୍‌ରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ଏଟିଏମରୁ ଟଙ୍କା କାଢିବା ପରେ ସାନିଟାଇଜର ବୋତଲ ଚୋରି କରୁଛନ୍ତି।

୩୨ ସେକେଣ୍ଡର ସିସିଟିଭି ଫୁଟେଜ୍‌ରେ ଏଟିଏମରୁ ଟଙ୍କା ବାହାରିବା ପରେ ବ୍ୟକ୍ତି ଜଣକ ତୁରନ୍ତ ପକେଟ୍‌ରେ ପଇସା ଭର୍ତ୍ତି କରି ଦେଲେ। ଏହା ପରେ ଚାଲାକର ସହ ନିଜ ପକେଟ୍‌ରେ ସାନିଟାଇଜର ବୋତଲକୁ ଭର୍ତ୍ତି କରି ଦେଲେ। ନିଜ ହାତକୁ ସଫା କରିବା ପରିବର୍ତ୍ତେ ବ୍ୟକ୍ତି ଜଣକ ପୂରା ବୋତଲ ଉଠାଇ ନିଜ  ଜ୍ୟାକେଟ୍‌ର ପକେଟ୍‌ରେ ଭର୍ତ୍ତି କରି ଦେଲେ। ଏହି ଭିଡିଓ ସେୟାର ହେବା ମାତ୍ରେ ଲୋକେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

   Related Posts