ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ଲାଗିଲା 'ପାକିସ୍ତାନ ଜିନ୍ଦାବାଦ' ନାରା, ୬ ଅଟକ

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ, ୨୪୦୧ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଜିନନ୍ଦାବାଦ ନାରା ଲାଗିଛି । ନୂଆ ଦିଲ୍ଲୀର ଖାନ୍ ମାର୍କେଟ ମୋଟ୍ରୋ ଷ୍ଟେସନ ବାହାରେ ଏହି ନାରା ଲାଗିଥିଲା । ସୂଚନା ମିଳିବା ପରେ ପୋଲିସ ଆକ୍ସନ ମୋଡକୁ ଆସି ତଦନ୍ତ ଆରମ୍ଭ କରିଛି । ବରିଷ୍ଠ ଅଧିକାରୀଙ୍କ ସହ ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ପହଁଚିଛନ୍ତି । ଶନିବାର ବିଳମ୍ବିତ ରାତ୍ରରେ ଏହି ନାରା ଲଗାଯାଇଥିଲା ।

ନାରା ଲଗାଇବା ଅଭିଯୋଗରେ ପୋଲିସ ୩ ଯୁବକ ଓ ୩ ଯୁବତୀଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା କରାଯାଉଛି । ମାମଲ ବାବଦରେ ପୋଲିସ ବଡ କିଛି ଖୁଲାସା କରିପାରେ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ପିଏସ ତୋଗଲକ ରୋଡରେ ରାତି ପ୍ରାୟ ୧ଟା ବେଳେ ପୋଲିସକୁ କିଛି ବ୍ୟକ୍ତି ପାକିସ୍ତାନ ସପକ୍ଷରେ ନାରା ଲଗାଇଥିବା ସୂଚନା ମିଳିଥିଲା । ଏହାପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା ।

ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ସେଠାରେ ୩ ଯୁବକ, ୨ ଯୁବତୀ ଓ ଜଣେ ନାବାଳିକା ଥିଲେ । ସେମାନଙ୍କୁ ପଚରାଉଚୁରା ବେଳେ ସେମାନେ ଇଣ୍ଡିଆ ଗେଟ୍ ବୁଲିବାକୁ ଆସିଥିବା କହିଥିଲେ । ସେମାନେ ବାଇକ୍ ରେସ୍ କରିଥିଲେ । ଏହି ସମୟରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.