Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଭାରତର କାର୍ଯ୍ୟାନୁଷ୍ଠାନରେ ବିଚଳିତ ପାକ୍, ୧୧ ସୈନ୍ୟ ନିହତ ହେବା ପରେ ଭାରତୀୟ ଦୂତାବାସଙ୍କୁ ସମନ୍ କଲା ପାକିସ୍ତାନ

14/11/2020 at 9:17 AM

ଲାହୋର, ୧୪|୧୧:  ଏଲଓସିରେ ଶୁକ୍ରବାର ପାକିସ୍ତାନ ତରଫରୁ ହୋଇଥିବା ଅସ୍ତ୍ରବିରତି ଉଲଙ୍ଘନର ଭାରତ ମୁହଁତୋଡ ଜବାବ ଦେଇଛି । ଭାରତୀୟ ସେନା ପାକ୍‌ର ୧୧ ଜଣ ସୈନ୍ୟଙ୍କୁ ନିପାତ କରିଛି । ଏହାସହ ୧୬ ଜଣ ଯବାନ ଆହତ ହୋଇଛନ୍ତି । ତେବେ ଭାରତ ତରଫରୁ ହୋଇଥିବା ଏହି ଆକ୍ରମଣରେ ପାକିସ୍ତାନ ବିଚଳିତ ହୋଇ ପଡିଛି ।

ପାକିସ୍ତାନ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ ପଠାଇଛି । ଏହା ବ୍ୟତୀତ ଶନିବାର ପାକିସ୍ତାନ ଡିଜି ଓ ବୈଦେଶିକ ମନ୍ତ୍ରୀ ଏମଏମ କ୍ୟୁରେସୀ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ । ନ୍ୟୁଜ ଏଜେନ୍ସିର ସୂଚନା ଅନୁସାରେ, ସକାଳ ୧୦ଟା ୩୦ରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ।

ସେହିପରି ୧୧ଜଣ ପାକ୍ ସୈନ୍ୟ ନିହତ ହେବା ପରେ ପାକିସ୍ତାନ ତରଫରୁ ସୀମାନେ ଭୀଷଣ ଗୁଳିଗୋଳା କରାଯାଉଛି । ପାକିସ୍ତାନୀ ସେନା ମୋର୍ଟାର ସହ ଆର୍ଟଲେରୀ ତୋପର ମଧ୍ୟ ବ୍ୟବହାର କରାଯାଉଛି । ଭାରତ ମଧ୍ୟ ଏହାର କଡା ଜବାବ ଦେଉଛି ।

ସୂଚନାଯୋଗ୍ୟ, ପ୍ରଥମେ ପାକିସ୍ତାନ କରିଥିବା ଗୁଳି ମାଡ଼ରେ ଜଣେ ବିଏସଏଫ ଏସଆଇଙ୍କ ସମେତ ୩ ଯବାନ ପ୍ରାଣ ହରାଇଥିଲେ। ୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପାକିସ୍ତାନ ପକ୍ଷରୁ ବାରମୁଲା ଜିଲ୍ଲାର ହାଜିପୁର ଅଞ୍ଚଳରେ ଗୁଳି ବର୍ଷା ହୋଇଥିଲା। ଏହା ବ୍ୟତୀତ ତଂଗଧାର ସେକ୍ଟର ଓ ଗୁରେଜ ସେସକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହି ସମୟରେ ପାକ୍‌ ସେନ ଗୁଳିମାଡ଼ କରିବା ସହ ମୋର୍ଟାର ମଧ୍ୟ ମାଡ଼ କରିଥିଲା। ଏହାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ଫଳରେ ୧୧ ଜଣ ପାକ୍ ସୈନ୍ୟ ନିହତ ହୋଇଥିଲେ ।

   Related Posts