ଏଫ୍‌ଏଟିଏଫ୍ ବୈଠକରେ ପାକିସ୍ତାନକୁ ଝଟ୍‌କା, ମିଳିଲାନି କୌଣସି ଦେଶର ସମର୍ଥନ

Published By : Prameya-News7 Bureau | October 15, 2019 IST

ଫ୍ରାନ୍ସ ୧୫।୧୦: ପ୍ୟାରିସରେ ଚାଲିଥିବା ଏଫଏଟିଏଫ ବୈଠକରେ ପାକିସ୍ତାନକୁ ବଡ ଝଟକା । ମିଳିଲାନି କୌଣସି ଦେଶର ସମର୍ଥନ । ଆତଙ୍କବାଦ ଉପରେ ଲଗାମ ଲଗାଇବା ନେଇ କୌଣସି କଠୋର ପଦକ୍ଷେପ ନେଇନଥିବାରୁ ଏଫଏଟିଏଫର ସମସ୍ତ ସଭ୍ୟ ଦେଶ ପାକିସ୍ତାନ ହାତ ଛାଡି ଦେବେ ବୋଲି ସଙ୍କେତ ମିଳୁଛି ।

ଏଫଏଟିଏଫ ବୈଠକରେ ପାକିସ୍ତାନ ଏକା ହୋଇଯାଇଛି । ଏଫଏଟିଏଫ ବଡ ଆକ୍ସନ ନେବାର ଆଶଙ୍କା ରହିଛି । ଟେରର୍ ଫଣ୍ଡିଂ ଏବଂ ମନି ଲଣ୍ଡ୍ରିଂ ରୋକିବାରେ ବିଫଳତା ନେଇ ପାକିସ୍ତାନକୁ ଭୋଗିବାକୁ ପଡିପାରେ । ପାକିସ୍ତାନକୁ ଡାର୍କ ଗ୍ରେ ତାଲିକାଭୁକ୍ତ କରା ଯାଇପାରେ । ଗ୍ରେ ଏବଂ ବ୍ଲାକ୍ ଲିଷ୍ଟ ମଝିରେ ଡାର୍କ ଗ୍ରେ କ୍ୟାଟେଗୋରୀ ରହିଛି । ଡାର୍କ ଗ୍ରେ ଏକ ଚେତାବନୀ । ବ୍ଲାକ୍ ଲିଷ୍ଟ ହେବା ଆଗରୁ ସୁଧୁରୁବା ଲାଗି ପାକିସ୍ତାନକୁ ଶେଷ ସୁଯୋଗ ମିଳିପାରେ ।

ଜୁନ୍ ୨୦୧୮ରୁ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସାମିଲ କରିସାରିଛି । ଆତଙ୍କବାଦ ବିରୋଧରେ ପଦକ୍ଷେପ ନେବାକୁ ୨୭ପଏଣ୍ଟ ଗାଇଡଲାଇନ୍ ଦେବା ସହ ଏକ ବର୍ଷ ସମୟ ଦେଇଥିଲା । ତେବେ ଏହି ଏକ ବର୍ଷ ଭିତରେ ପାକିସ୍ତାନ ଆତଙ୍କବାଦ ବିରୋଧରେ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନେଇନି । ତେଣୁ ଇମ୍ରାନଙ୍କ ଉପରେ ଏଫଏଟିଏଫ ଖଣ୍ଡା ପଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.