Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଆହତ ତାଲିବାନ ଆତଙ୍କବାଦୀଙ୍କ ଚିକିତ୍ସା କରୁଛି ପାକିସ୍ତାନ, ଧରା ପଡିଲା ପାକ୍‌ର ଆତଙ୍କୀ ପ୍ରୀତି

17/07/2021 at 9:54 AM

ନୂଆଦିଲ୍ଲୀ, ୧୭/୦୭ :  ଆଫଗାନିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତିଦିନ ସେଠାରେ ହିଂସାକାଣ୍ଡ ଘଟୁଛି । ବିଶ୍ୱର ଅନେକ ଦେଶ ଆଫଗାନିସ୍ତାନରେ ହିଂସା ରୋକିବାରୁ ଅପିଲ କରୁଛନ୍ତି । ଏହାମଧ୍ୟରେ ପାକିସ୍ତାନ କିନ୍ତୁ ଆତଙ୍କବାଦୀଙ୍କ ପାଇଁ ସଦାବେଳେ ବାହାରିଛି । ଆଫଗାନିସ୍ତାରେ ଆକ୍ରମଣ ପାଇଁ ଦାୟୀ ତାଲିବାନକୁ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ ଓ ସମର୍ଥନ କରୁଛି ।

ଆଫଗାନ୍ ସାଂସଦ ମରିୟମ ସୋଲେମନଖାଲି କହିଛନ୍ତି ଯେ, ପାକିସ୍ତାନ ଆହତ ତାଲିବାନ ଆତଙ୍କବାଦୀଙ୍କୁ ଚିକିତ୍ସା କରୁଛି । ଜୁଲାଇ ୧୪ରୁ ଏବେସୁଦ୍ଧା ୨୫ ଆତଙ୍କବାଦୀଙ୍କ ଚିକିତ୍ସା ପାକିସ୍ତାନରେ ଜାରି ରହିଛି । ଏନେଇ ସେ ତାଲିକା ମଧ୍ୟ ପ୍ରଦାନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ତାଲିବାନ କେବଳ ଭାରତ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ବିପଦ । ପାକ୍ ସେନା ପଛରେ ରହି ତାଲିବାନକୁ ବଳ ଦେଉଛି ।

ଆହୁରି ମଧ୍ୟ ସୂଚନା ମିଳିଛି ଯେ, ସୀମାରେ ଥିବା ୪୦୦୦୦ ମାଦ୍ରାସାରେ ପାକ୍ ଆତଙ୍କବାଦୀଙ୍କୁ ତାଲିମ ଦେଉଛି । ସେମାନଙ୍କୁ ଆଫଗାନିସ୍ତାନ ପଠାଉଛି । ତାଲିବାନ କେବେବି ପାକିସ୍ତାନର ବିନା ସମର୍ଥନରେ ୨୦ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ କରିପାରିବ ନାହିଁ ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହର ପରେ ଆତଙ୍କ ବଢିଚାଲିଛି । ଗୁଳିଗୋଳା ସହ ଲୁଟ୍ ବଢିଯାଇଛି । ଦେଶର ୮୫ ପ୍ରତିଶତ ଅଂଶକୁ ତାଲିବାନ କବଜା କରିନେଇଥିବା କୁହାଯାଉଛି ।

   Related Posts