ଘା’ ଲୁଚାଉଛି ପାକିସ୍ତାନ: କହିଲା ଭାରତର ବିମାନ ଆସିଥିଲା , ହେଲେ ପାକିସ୍ତାନର ଏଫ୍-୧୬କୁ ଦେଖିବା ପରେ ଡରିକି ଫେରିଗଲା, ଗଲାବେଳେ ଖୋଲା ଯାଗାରେ ବୋମା ପକାଇଛି

Published By : Prameya-News7 Bureau | February 26, 2019 IST

ନୂଆଦିଲ୍ଲୀ୨୬|୨: ପାକିସ୍ତାନ ବାଲାକୋଟର ଜୈସ୍‌ ଏ ମହମ୍ମଦ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ଥରହର  ପାକିସ୍ତାନ ।  ଭାରତୀୟ ହମଲାକୁ ସ୍ବୀକାର କରିବା ସହ ହମଲାର କିଛି ଭିଡିଓ ଏବଂ ଫଟୋ ଜାରି କରିଛି ।  ଏହାପରେ ପାକ୍‌ ପ୍ରଧାନମନ୍ତ୍ରୀ ଜରୁରୀ ବୈଠକ କରିଛନ୍ତି ।  ପାକିସ୍ତାନ ଏବଂ ଚୀନ ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନ କରିଛନ୍ତି । ସେପଟେ ପାକିସ୍ତାନ ସଂସଦରେ ବିରୋଧୀ ଇମ୍ରାନ୍‌ ଖାଁ ସରକାରଙ୍କୁ ଘେରିଥିବା ବେଳେ ଦେଶରେ ଜରୁରୀ କାଳୀନ ସ୍ଥିତି ସୃଷ୍ଟି ହୋଇଛି ।… 

{"id":88987,"width":595,"height":315}

ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ହଡ଼କମ୍ପ। ପିଓକେର ବାଲାକୋଟ, ଚକୌଟି, ମୁଜାଫରାବାଦରେ ଥିବା ଜୈସ୍‌ ଏ ମହମ୍ମଦର ଶିବିର ଉପରେ ଏୟାର ଆଟାକ୍‌ ରେ ଚକମା ଖାଇଯାଇଛି ପାକିସ୍ତାନ ।   ପାକ୍‌ ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନ କରିଛନ୍ତି ଜରୁରୀ ବୈଠକ। ସାଙ୍ଗରେ ଅଛନ୍ତି ଖାସ୍‌ ମନ୍ତ୍ରୀ ଓ ସେନା ଅଧିକାରୀ ।  ହେଲେ ଭାରତୀୟ ବାୟୁସେନା ଯେ ଆକ୍ରମଣ କରି କ୍ୟାମ୍ପ ଉଡାଇଛି ତାହା ମାନିବାକୁ ନାରାଜ । ପାକ୍‌ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବାୟୁସେନା ବିମାନ LOC ପାର କରି ପାକିସ୍ତାନ ଅଞ୍ଚଳରେ ପଶିଥିଲେ କିନ୍ତୁ ପାକିସ୍ତାନ ବାୟୁସେନାର ଏଫ- ସିକ୍ସଟିନ ବିମାନ ଘଉଡ଼ାଇବାରୁ ସେମାନେ ଡରିକି ଫେରିଯାଇଥିଲେ। ଆଉ ଗଲାବେଳେ କୁଆଡେ ଭାରତୀୟ ବାୟୁସେନା କିଛି ବୋମା ଖୋଲାସ୍ଥାନରେ ପକାଇ ପଳାଇଛନ୍ତି।  ଭାରତ ଲାଇନ୍‌ ଅଫ କଣ୍ଟ୍ରୋଲ୍ ନିୟମକୁ ଭାଙ୍ଗିଛି । ତାର ଜବାବ ଦିଆଯିବ ବୋଲି ପାକିସ୍ତାନ କହିଛି।

{"id":88988,"width":598,"height":369}

ସେପଟେ ପାକିସ୍ତାନରେ ଇମ୍ରାନ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।  ସଂସଦରେ ଇମ୍ରାନ୍‌ ସରକାରଙ୍କୁ ସେମ୍‌ ସେମ୍‌ ବୋଲି କହିବା ସହ ଇମ୍ରାନ୍‌ ମୁର୍ଦ୍ଦାବାଦ ନାରା ଲଗାଇଛନ୍ତି ।  ସେହିଭଳି ପାକିସ୍ତାନର ପୂର୍ବତନ ବୈଦଶିକ ମନ୍ତ୍ରୀ ହିନା ରବାନୀ ଖର ଇମ୍ରାନଙ୍କୁ କଡା ସମାଲୋଚନା କରିବା ସହ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଉପୁଜିଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଆସି ସଂସଦରେ ଏନେଇ ବୟାନ ଦିଅନ୍ତୁ ବୋଲି କହିଛନ୍ତି ।

{"id":88989,"width":596,"height":339}

ସେପଟେ ପାକିସ୍ତାନର ସାଂସଦ ମାନେ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ  ଇସଲାମିକ୍ ରାଷ୍ଟ୍ର ସଂଗଠନକୁ ଅତିଥି ଭାବେ ଡକାଯାଇଥିବାରୁ ବିରୋଧ କରିଛନ୍ତି । ମାର୍ଚ୍ଚ ୧ ଏବଂ ୨ରେ ୟୁଏଇରେ ହେବାକୁ ଥିବା ଏହି ବୈଠକକୁ ଭାରତକୁ ଡକାଗଲେ ପାକିସ୍ତାନ ବୟକଟ କରିବା ଉଚିତ୍‌ ବୋଲି ସେମାନେ କହିଛନ୍ତି । ଇସ୍‌ଲାମିକ ସଂଗଠନ ଭାରତକୁ ତୈଳଯୋଗାଣ ବନ୍ଦ କରନ୍ତୁ ବୋଲି ମଧ୍ୟ ପାକିସ୍ତାନ ସଂସଦୀୟ ସଦସ୍ୟମାନେ ଦାବି କରିଛନ୍ତି।

{"id":88990,"width":594,"height":369}

ସେପଟେ ପାକିସ୍ତାନ ଚୀନକୁ ଘଟଣା ସଂପର୍କରେ ଅବଗତ କରିଛି।  ଭାରତୀୟ ବାୟୁସେନାର ଜୈସ୍‌ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ହଡବଡେଇ ଯାଇଥିବା ପାକିସ୍ତାନ ସରକାର ଖୁବ୍‌ ଶିଘ୍ର ସେହି ସ୍ଥାନକୁ ବିଦେଶୀ ମିଡିଆକୁ ନିଆଯିବ ବୋଲି କହିଛି। କିନ୍ତୁ ପ୍ରମାଣ ନଷ୍ଟରେ ଲାଗିଛି ପାକିସ୍ତାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.