Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ମୁଣ୍ଡ ନୁଆଁଇଲା ପାକିସ୍ତାନ: ଭାଙ୍ଗିଗଲା ଇମ୍ରାନ ଖାନଙ୍କ ମୁହଁ ଫୁଟାଣି, ଜାଣନ୍ତୁ କେମିତି…

31/08/2019 at 7:20 PM

ନୂଆଦିଲ୍ଲୀ୩୧|୮: ମୁଣ୍ଡ ନୁଆଁଇଲା ପାକିସ୍ତାନ । ଭାଙ୍ଗିଗଲା ଇମ୍ରାନ ଖାନଙ୍କ ମୁହଁ ଫୁଟାଣି । ଏବେ ଭାରତ ସହ କଥା ହେବାକୁ ମନ ବଳାଉଛି ପାକିସ୍ତାନ । କାଶ୍ମୀର ପ୍ରସଙ୍ଗରେ ବିଶ୍ବ ଦରବାରରେ ନିରାଶ ହେବା ପରେ ଇସଲାମବାଦର ଚେତା ପଶିଛି । ଭାରତ ସହ ଦ୍ବିପାକ୍ଷୀୟ ଆଲୋଚନା ପାଇଁ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀ ।

ବୃହତ ଶକ୍ତିଙ୍କଠାରୁ ସମର୍ଥନ ମିଳିଲାନି , ଏପରିକି ଇସଲାମୀୟ ରାଷ୍ଟ୍ର ବି ଇସଲାମାବାଦକୁ କାଶ୍ମୀର ବ୍ୟାପରରେ ଦରଦ ଦେଖାଇଲେ ନାହିଁ । ଶୁକ୍ରବାର ‘କାଶ୍ମୀର ଆୱାର’ରେ ଗର୍ଜନ କରି ବି ଇମ୍ରାନଙ୍କ ଭରସା ପାଇଲାନି । ଏବେ ନରମ କଥା କହିଛନ୍ତି ପାକ ବୈଦଶିକ ମନ୍ତ୍ରୀ । ଭାରତ ସହ ଆଲୋଚନା ଲାଗି ଆମେ କେବେ ମନା କରିନୁ ।

ତେବେ ଆଲୋଚନା ଲାଗି ଭାରତ ଅନୁକୂଳ ପରିବେଶ ସୃଷ୍ଟି କରୁନି ବୋଲି ପାକ ବିଦେଶମନ୍ତ୍ରୀ କହିଛନ୍ତି । ଏପରିକି ତୃତୀୟ ପକ୍ଷ କଥା ବି ଉଠାଇଛନ୍ତି । ଏପଟେ ଆତଙ୍କ ଓ ହିଂସା ମୁକ୍ତ ବାତାବରଣରେ ପାକିସ୍ତାନ ସହ ଭାରତ ଦ୍ବିପାକ୍ଷିକ କଥାବାର୍ତ୍ତା ହେବା ପାଇଁ ରାଜିଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବି କହିଛନ୍ତି। 

କାଶ୍ମୀରରୁ ଧାରା ୩୭୦ ଉଛେଦ ରାଜ୍ୟ ପୁନର୍ଗଠନ ପରଠୁ ପାକିସ୍ତାନ କ୍ଷୁବ୍ଧ । ଦ୍ବିପାକ୍ଷିକ ସମ୍ପର୍କକୁ ଆନ୍ତର୍ଜାତୀକ ପ୍ରସଙ୍ଗ କରି ବିଶ୍ବର ବିଭନ୍ନ ଫୋରମରେ ଭାରତ ବିରୋଧୀ ଚାଲ ଜାରି ରଖିଛି ପାକିସ୍ତାନ । କିନ୍ତୁ ଭାରତର ସଫଳ କୁଟନୈତିକ ଅଭିଯାନ ଆଗରେ ପାକର ଦୋମୁହାଁ ନୀତି ଫେଲ ମାରିଛି ।

ଆତଙ୍କବାଦ ପ୍ରସଙ୍ଗରୁ କାଶ୍ମୀର ଆଡକୁ ଠେଲିବାକୁ ପାକର ସବୁ ଉଦ୍ୟମ ଫସର ଫାଟିଛି । କେବଳ ଚୀନକୁ ଛାଡିଦେଲେ ସେଭଳି କୌଣସି ହେଭିୱେଟଙ୍କୁ ମନାଇପାରିନି ପାକିସ୍ତାନ । ମନ୍ତ୍ରୀଙ୍କ ଠାରୁ ଆମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧ ଧମକ ଦେଇ ଚାଲିଛନ୍ତି । କ୍ଷେପଣାସ୍ତ୍ର ଗଜନଭୀ ପରୀକ୍ଷା କରି ସ୍ଥିତିକୁ ଉଖାରିବାକୁ ଚେଷ୍ଟା ବି କରିଛି । କିନ୍ତୁ ଭାରତର ଦମ୍ଭପଣିଆ ଆଗରେ ସବୁ ଫୁସୁକି ଯାଇଛି । ଏପରିକି ପିଓକେ ହାତରୁ ଖସିବା ଭୟ ଏବେ ପାକିସ୍ତାନକୁ ଘାରିଛି ।

କାଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା । କିନ୍ତୁ ପାକିସ୍ତାନ ମାନିବାକୁ ନାରାଜ। ଗୋଟିଏ ଦିନ ପୂର୍ବରୁ ଆଣବିକ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନର ୟୁ-ଟର୍ଣ୍ଣ ସମସ୍ତଙ୍କୁ ଚକିତ କରିଛି।

   Related Posts