ପାକିସ୍ତାନ ଟିମ୍‌କୁ ଝଟ୍‌କା : ସୋଏବ ଓ ରିଜଓ୍ୱାନଙ୍କୁ ଫ୍ଲୁ, ଖେଳିବେନି ସେମିଫାଇନାଲ !

Published By : Prameya-News7 Bureau | November 11, 2021 IST

ଦୁବାଇ,୧୧/୧୧:ଟି୨୦ ବିଶ୍ୱକପରେ ଗୁରୁବାର ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ସେମିଫାଇନାଲ ମୁକାବିଲା । ପାକିସ୍ତାନ ପୁରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛି । ଏବେ କିନ୍ତୁ ଦଳ ପାଇଁ ଖରାପ ଖବର ଆସିଛି । ଫର୍ମରେ ଥିବା ସୋଏବ ମଲ୍ଲିକ ଓ ମହମ୍ମଦ ରିଜଓ୍ୱାନଙ୍କୁ ଫ୍ଲୁ ହୋଇଯାଇଛି । ଯେଉଁ କାରଣରୁ ଉଭୟ ମ୍ୟାଚ୍ ପୂର୍ବରୁ ପ୍ରାକ୍ଟିସ ସେସନରେ ଭାଗ ନେଇପାରି ନାହାଁନ୍ତି ।

ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ସରଫରାଜ ଅହମ୍ମଦ, ହାଇଦର ଅଳ୍ଲୀଙ୍କୁ ବଦଳ ଖେଳାଳି ଭାବେ ପ୍ରସ୍ତୁତ କରାଯାଉଛି  । ପୂର୍ବରୁ ସେମାନେ ଦଳରେ ସାମିଲ ଥିଲେ । ତେବେ ସୋଏବ ଓ ରିଜଓ୍ୱାନଙ୍କ କରୋନା ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି । ତାଙ୍କର ଉଭୟଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ଏପରି ଭାବେ ମହା ମୁକାବିଲା ପୂର୍ବରୁ ପାକିସ୍ତାନର ଚିନ୍ତା ବଢିଯାଇଛି । ସୋଏବ ଓ ରିଜଓ୍ୱାନ ଉଭୟ ଦମଦାର ପର୍ମରେ ଅଛନ୍ତି । ଶେଷ ମୁକାବିଲାରେ ସୋଏବ ୧୮ ବଲରୁ ୫୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ରିଜଓ୍ୱାନ ମଧ୍ୟ ଟୁର୍ଣ୍ଣାମେଣ୍ଟର ୫ଟି ମ୍ୟାଚରେ ଦୁଇଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.