ପାକିସ୍ତାନକୁ ଝଟକା : ଋଣ ପରିଶୋଧ ପରେ ମଧ୍ୟ ସାଉଦି ଆରବ ଦେଉନାହିଁ ଅଶୋଧିତ ତୈଳ, ସାହାଯ୍ୟ ଅପେକ୍ଷାରେ ଇମରାନ

Published By : Prameya-News7 Bureau | August 08, 2020 IST

କରାଚୀ ୦୮/୦୮ : ମେ ମାସ ପରଠାରୁ  ପାକିସ୍ତାନକୁ ସାଉଦି ଆରବରୁ ଋଣରେ ଅଶୋଧିତ ତୈଳ ମିଳୁନାହିଁ | ଯୋଗାଣକାରୀଙ୍କଠାରୁ ଏହି ସୁବିଧା ଜାରି କରିବା ପାଇଁ ପାକିସ୍ତାନ କୌଣସି ଉତ୍ତର ମଧ୍ୟ ପାଇନାହିଁ | ରିପୋର୍ଟ ଅନୁଯାୟୀ, ଉଭୟ ପକ୍ଷଙ୍କ ମଧ୍ୟରେ ଏହି ବାବଦରେ ୩.୨ ଅରବ ଡଲାରର ଚୁକ୍ତିନାମା ହୋଇଥିଲା ଯାହା ଦୁଇ ମାସ ପୂର୍ବରୁ ସମାପ୍ତ ହୋଇଯାଇଛି | ଏହି ବ୍ୟବସ୍ଥାକୁ ବିସ୍ତାର କରିବାକୁ ପାକିସ୍ତାନ ସାଉଦି ଆରବକୁ ଅନୁରୋଧ କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ |

ନ୍ୟୁଜ ଏଜେନ୍ସି ଅନୁସାରେ, ସାଉଦି ଆରବ ୨୦୧୮ ନଭେମ୍ବର ମାସରେ ପାକିସ୍ତାନର ବାହାର ଅଞ୍ଚଳର ଚିନ୍ତା ଦୂର କରିବାକୁ ୬.୨ ଅରବ ଡଲାରର ପ୍ୟାକେଜ ଘୋଷଣା କରିଥିଲା | ସାଉଦି ଆରବରୁ ୩.୨ ଅରବ ଡଲାରର ଅଶୋଧିତ ତୈଳ ସୁବିଧା ଏହି ପ୍ୟାକେଜର ଅଂଶବିଶେଷ | 

ପେଟ୍ରୋଲିୟମ ବିଭାଗର ମୁଖପାତ୍ର ସାଜିଦ କାଜି କହିଛନ୍ତି ଯେ ଏହି ମେ’ ମାସରେ ଏହି ଚୁକ୍ତିନାମା ଶେଷ ହୋଇଛି | ଅର୍ଥ ବିଭାଗ ଏହାର ନବୀକରଣ କରିବାକୁ ଚେଷ୍ଟା କରୁଛି | ସେ କହିଛନ୍ତି ଯେ ସାଉଦି ଆରବ ସରକାରଙ୍କ ଉତ୍ତରକୁ ପାକିସ୍ତାନ ଅପେକ୍ଷା କରିଛି |

ବଜେଟ୍ ଆକଳନ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବନିମ୍ନ ଏକ ବିଲିୟନ ଡଲାର ଅଶୋଧିତ ତୈଳ ପାଇବାକୁ ଆଶା କରିଛି | ପାକିସ୍ତାନର ଆର୍ଥିକ ବର୍ଷ ଜୁଲାଇରୁ ଆରମ୍ଭ ହୋଇଥାଏ |

ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ସାଉଦି ଆରବର ଚାରିମାସ ପୂର୍ବରୁ ଏକ ବିଲିୟନ ଡଲାରର ଋଣ ପରିଶୋଧ କରିଛି | ସୂତ୍ରରୁ ପ୍ରକାଶ ପାଇଛି ଯେ, ଯଦି ପାକିସ୍ତାନ ଚୀନ୍ ଠାରୁ ସମାନ ସୁବିଧା ପାଇବ, ତାହେଲେ ଏହା ଦୁଇ ବିଲିଅନ୍ ଡଲାର ନଗଦ ଋଣ ପରିଶୋଧ କରିବାକୁ ସ୍ଥିତିରେ ରହିବ |

ସାଉଦି ଆରବ ଠାରୁ ୩ ବିଲିୟନ ଡଲାରର ନଗଦ ସହାୟତା ଏବଂ ବାର୍ଷିକ ୩.୨ ବିଲିୟନ ଡଲାର ଅଶୋଧିତ ତୈଳ ସୁବିଧାରେ ଦୁଇ ବର୍ଷର ନବୀକରଣର ବ୍ୟବସ୍ଥା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.