ପାକିସ୍ତାନ ହତାଶ : କାଶ୍ମୀର ପ୍ରସଙ୍ଗରେ ମିଳୁନି ସାଉଦି ଆରବର ସମର୍ଥନ, ଇସଲାମ ଦେଶ ମଧ୍ୟ କରୁନାହାଁନ୍ତି ସହଯୋଗ

Published By : Prameya-News7 Bureau | August 06, 2020 IST

ଇସଲାମବାଦ, ୦୬|୦୮:  କାଶ୍ମୀରରୁ ଧାରା ୩୭୦ ହଟିବାର ଗୋଟିଏ ବର୍ଷ ପୂରଣ ହୋଇଛି । ଭାରତର ଏହି ପଦକ୍ଷେପକୁ ପାକିସ୍ତାନ ଗ୍ରହଣ କରିପାରି ନାହିଁ । ଏହାକୁ ବିରୋଧ କରି ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସଙ୍ଗଠନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସବୁଠି ବିଫଳ ହୋଇଛି । ପାକ୍ କଥା କେହି ବି ଶୁଣୁ ନାହାଁନ୍ତି । ଏପରିକି ପାକ୍ ମୁସଲିମ ଦେଶଙ୍କୁ ମଧ୍ୟ ଏକତ୍ର କରିବାରେ ବିଫଳ ହୋଇଛି । ଏବେ ପାକ୍ ସାଉଦିର ନେତୃତ୍ୱରେ ଥିବା ଇସଲାମିକ ସହଯୋଗ ସଙ୍ଗଠନକୁ ସିଧାସଳଖ ଧମକ ଦେଇଛି ।

{"id":310862,"width":689,"height":503,"sizeSlug":"large"}

ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ କହିଛନ୍ତି ଯେ, ସାଉଦି କାଶ୍ୱୀର ଉପରେ ମନ୍ତ୍ରୀସ୍ତରୀୟ ବୈଠକ ଅତିଶୀଘ୍ର ଆୟୋଜନ କରିବା ଉଚିତ । ଏଥିରେ ବିଳମ୍ବିତ ହେବା ଅନୁଚିତ । ପାକ୍ ଓଆଇସିର ବୈଠକକୁ ଅପେକ୍ଷା କରିଛି । ଯଦି ଓଆଇସି ଏଥିରେ ବିଳମ୍ବ କରେ ତେବେ ପ୍ରଧାନମନ୍ତ୍ରୀ ଇମରାନ ଖାନ ପୃଥକ ଭାବେ ଅନ୍ୟ କିଛି ଇସଲାମିକ ଦେଶ ସହ ବୈଠକ କରିବେ । ପାକିସ୍ତାନ ବେଶୀ ଅପେକ୍ଷା କରିପାରିବ ନାହିଁ । ସାଉଦି ଆରବ ପାକିସ୍ତାନର ଅନୁରୋଧ ରକ୍ଷା କରୁନାହିଁ  । ପାକିସ୍ତାନ ସାଉଦି କଥା ମାନି ଗତ ବର୍ଷ କୁଆଲାଲପୁର ସମିଟରେ ସାମିଲ ହୋଇନଥିଲା । ଏବେ ପାକିସ୍ତାନ କାଶ୍ମୀର ବିରୋଧରେ ସାଉଦି ନେତୃତ୍ୱ ନେଉ ବୋଲି ଚାହୁଁଛି । ଏବେ କାଶ୍ମୀର ପ୍ରସଙ୍ଗରେ କିନ୍ତୁ ଏକଜୁଟ କେହି ହେଉ ନାହାଁନ୍ତି ।

{"id":310863,"width":698,"height":492,"sizeSlug":"large"}

ଓଆଇସି ହେଉଛି ମୁସଲିମ ଦେଶର ସବୁଠାରୁ ବଡ ସଙ୍ଗଠନ । ଏଥିରେ ୫୭ଟି ଦେଶ ସଦସ୍ୟ ରହିଛନ୍ତି । ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଶେଷ ହେବା ପରେ ପାକିସ୍ତାନ ଓଆଇସି ବୈଠକ ପାଇଁ ବାରମ୍ବାର ଦାବି କରି ଆସୁଛି । କିନ୍ତୁ ସାଉଦି ପାକିସ୍ତାନ କଥା ଶୁଣୁନାହିଁ । ତେବେ ସାଉଦିର ଓଆଇସିରେ ଦବଦବା ରହିଛି । କୌଣସି ପ୍ରସ୍ତାବ ପାରିତ କରିବା ପାଇଁ ସାଉଦିର ସମର୍ଥନ ଜରୁରୀ ।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ପାକିସ୍ତାନ, ମାଲେସିଆ ଓ ତୁର୍କୀ ମିଳିତ ଭାବେ ଆଉ ଏକ ସଙ୍ଗଠନ ଗଢିବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.