Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ତାଲିବାନକୁ ଭରପୂର ସମର୍ଥନ କରୁଛି ପାକିସ୍ତାନ, ପଞ୍ଜଶୀରରେ ଡେରା ପକାଇଛନ୍ତି ଆଇଏସ୍‌ଆଇ ମୁଖ୍ୟ: ଇରାନ

13/09/2021 at 9:58 PM

କାବୁଲ ୧୩/୦୯: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରଠୁ ଚର୍ଚ୍ଚା ଥମିବାର ନାଁ ଧରୁନି। ଦେଶର ସମସ୍ତ ଅଞ୍ଚଳ ଉପରେ ନିୟନ୍ତ୍ରଣ ଆଣିଥିବା ତାଲିବାନ ପଞ୍ଜଶୀର ଉପରେ କବଜା କରିବା ତା ପାଇଁ ମୁସ୍କିଲ ହେଉଛି। କିନ୍ତୁ ପାକିସ୍ତାନର ଭରପୂର ସମର୍ଥନ ତାଲିବାନକୁ ସବୁ କିଛି କରିବାକୁ ପ୍ରେରଣା ଦେଉଛି। ଏହା ସହ ପଞ୍ଜଶୀରରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ୍‌ ହମିଦ ଡେରା ପକାଇଛନ୍ତି ବୋଲି କହିଛନ୍ତି ଇରାନର ବରିଷ୍ଠ ସାଂସଦ ତଥା ଦେଶର ପୂର୍ବତନ ରାଷ୍ଟ୍ରଦୂତ ଫଦା ହୁସୈନ ମାଲେକି।

ଆଇଏସଆଇ ମୁଖ୍ୟ ତାଲିବାନର କ୍ୟାବିନେଟ୍‌ ଗଠନ ପ୍ରସଙ୍ଗରେ ମଧ୍ୟ ହସ୍ତକ୍ଷେପ କରୁଛନ୍ତି।  ମିଳିଥିବା ସୂଚନା ଅନୁସାରେ, ମାଲେକି ପରମର୍ଶ ଦେଇଛନ୍ତି ଯେ ଇରାନର ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ସହ ଆଲୋଚନା କରିବା ଦରକାର । ଏହା ସହ ରୁଷ, ଚୀନ, ଇରାନ ଏବଂ ପାକିସ୍ତାନ ମଧ୍ୟରେ ବୈଠକର ଆବଶ୍ୟକତା ରହିଛି। ସେ ଇରାନର ରାଷ୍ଟ୍ରୀୟ ସୁରକ୍ଷା ଏବଂ ବୈଦେଶିକ ରଣନୀତି କମିଟିର ସଦସ୍ୟ ମଧ୍ୟ ଅଛନ୍ତି।

ମାଲେକି ଆହୁରି କହିଛନ୍ତି, ପାକିସ୍ତାନ ଆଇଏସଆଇ ମୁଖ୍ୟ ପଞ୍ଜଶୀରରେ ଅଛନ୍ତି ଏବଂ ତାଲିବାନ କ୍ୟାବିନେଟ୍‌ ଗଠନରେ ସାମିଲ ଅଛନ୍ତି। ପାକିସ୍ତାନର ହସ୍ତକ୍ଷେପ ଏବଂ ଆଫଗାନିସ୍ତାନରେ ଆମେରିକୀୟ ସ୍ଥିତି ବଜାୟ ରଖିବାକୁ ଅନୁମତି ନଦେବା ଉଚିତ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ଆଫଗାନିସ୍ତାନରେ ଜାତୀୟ ଏବଂ ଧାର୍ମିକ ସମୂହର ଭାଗିଦାରୀ ସରକାର ପାଇଁ ଇରାନ ଦାବି କରିଛି। ମାଲେକି କହିଛନ୍ତି, ବୈଦେଶିକ ମନ୍ତ୍ରୀଙ୍କ ଅନୁସାରେ ଆଫଗାନିସ୍ତାନରେ ଏକ ଭାଗିଦାରୀ ସରକାର ଗଠନ ହେବା ଦରକାର ।

   Related Posts