Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପାକିସ୍ତାନରେ ଟମାଟୋ ଦର ଆକାଶ ଛୁଆଁ, ଚିନ୍ତାରେ ପାକ୍ ସରକାର…

18/11/2019 at 3:37 PM

ଇସ୍ଲାମାବାଦ୧୮/୧୧: ପାକିସ୍ତାନରେ ଟମାଟୋ ଦର ଆକାଶ ଛୁଆଁ। ପାକିସ୍ତାନବାସୀ ଟମାଟୋ ଖାଇବା ବନ୍ଦ କରି ଦେଇଛନ୍ତି। ପାକିସ୍ତାନର ଟମାଟୋ ବଜାର ପୂରା ଖାଁ ଖାଁ ଡାକୁଛି। ବର୍ତ୍ତମାନର ବଜାର ଦର ହିସାବରେ ପାକିସ୍ତାନରେ ଟମାଟୋ କିଲୋପିଛା ୩୦୦ ଟଙ୍କାରେ ବିକ୍ରି ହେଉଛି। ଟମାଟୋ ବ୍ୟବସାୟୀଙ୍କ କହିବା ଅନୁସାରେ ପୂର୍ବରୁ ଟମାଟୋ କିଲୋପିଛା ୨୪୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିଲା। ଟମାଟୋ ସଙ୍କଟ ଯୋଗୁଁ ଏବେ ଚଢ଼ା ଦରରେ ବିକ୍ରି ହେଉଛି। ଆବଶ୍ୟକତା ଅନୁସାରେ ପାକିସ୍ତାନବାସୀ ଟମାଟୋ କିଣି ଖାଦ୍ୟ ପ୍ରସ୍ତୁତରେ ବ୍ୟବହାର କରୁଛନ୍ତି।  ପିଆଜ ସଙ୍କଟ ପାକିସ୍ତାନ ସରକାରର ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ ପାଲିଟିଛି।

ସୂଚନା ଅନୁସାରେ ପାକିସ୍ତାନରେ ଟମାଟୋ ଦର ଅଧିକ ହେବା ସହ ପିଆଜ ଦର ମଧ୍ୟ ବୃଦ୍ଧି ହୋଇଛି। ପିଆଜ କିଲୋପିଛା ୯୦ରୁ ୧୦୦ ଟଙ୍କା ଦରରେ ବିକ୍ରି ହେଉଛି। କିନ୍ତୁ ପୂର୍ବରୁ ପାକିସ୍ତାନରେ ପିଆଜ ଦର କିଲୋପିଛା ୮୦ ଟଙ୍କା ଥିଲା। ଟମାଟୋ ଓ ପିଆଜ ସଙ୍କଟ ଯୋଗୁଁ ପାକିସ୍ତାନବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

   Related Posts