ଭାରତ ସହ ଲଢିବାକୁ ଷଡଯନ୍ତ୍ର ରଚୁଛି କି ପାକିସ୍ତାନ ? ଗୁଲାମ କାଶ୍ମୀରରେ ଥିବା ମଦ୍ରାସାଗୁଡିକୁ କରୁଛି ଖାଲି, ବଢାଇଚାଲିଛି ସେନା ସଂଖ୍ୟା

Published By : Prameya-News7 Bureau | September 08, 2019 IST

ନୂଆଦିଲ୍ଲୀ ୮/୯: ଭାରତ ସହ ଯୁଦ୍ଧ କରିବାକୁ ଷଡଯନ୍ତ୍ର ରଚୁଛିକି  ପାକିସ୍ତାନ? ଏହାର ପ୍ରମାଣ ଏକଥାରୁ ମିଳୁଛି କି, ପାକିସ୍ତାନ ଗୁଲାମ କାଶ୍ମୀରରେ ଥିବା ମଦ୍ରାସାଗୁଡିକୁ ଖାଲି କରିବାରେ ଲାଗିପଡିଛି  ଏବଂ ଏହି ମଦ୍ରାସାଗୁଡିକରେ ନିଜ ଯବାନଙ୍କୁ ଥଇଥାନ କରୁଛି । ଏବେ ପ୍ରଶ୍ନ ଉଠୁଛି କି ପାକିସ୍ତାନର ଏଭଳି କାର୍ଯ୍ୟ ପଛରେ ପୁଣି କୌଣସି ହୀନ ଯୋଜନା ଲୁଚିରହି ନାହିଁ ତ । ଖାଲି ଏତିକି ନୁହେଁ ଘାଟିରେ ବର୍ତ୍ତମାନ ପାକିସ୍ତାନ ତାର ସେନା ସଂଖ୍ୟା ବି ବଢାଇଚାଲିଛି ।ଆଉ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଦେଖି ଏବେ ଚିନ୍ତାରେ ପଡିଯାଇଛି ଭାରତୀୟ ସେନା । କାହିଁକି ନା ପାକିସ୍ତାନ କୌଣସି ବି ମୁହୂର୍ତ୍ତରେ ଆକ୍ରମଣ କରିପାରେ । କାରଣ ପାକିସ୍ତାନକୁ ଲାଗୁଛି କି ଭାରତ ପାକିସ୍ତାନର ଗୁଲାମ କାଶ୍ମୀରରେ କୌଣସି ବି ସମୟରେ ଆକ୍ରମଣ କରିପାରେ ବୋଲି ।

ପାକିସ୍ତାନୀ ଗଣମାଧ୍ୟମ ମୁତାବକ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସେନା ମୁଖ୍ୟ କମର ଯାବେଦ ବାଜବା ସାମୀବର୍ତ୍ତୀ ଅଂଚଳଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ବଡ କଥା ହେଲା କି  ଇମ୍ରାନ ଖାନ୍ ଏବଂ ବାଜବା ସେତେବେଳେ ଯାଇଥିଲେ ଯେତେବେଳେ ଭାରତୀୟ ସ୍ଥଳ ସେନା ମୁଖ୍ୟ ବିପିନ ରାଓ୍ବତ ଘାଟି ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ । ପ୍ରକୃତରେ ପାକିସ୍ତାନକୁ ଚିନ୍ତା ଘାରିଛି କି ଭାରତ କୌଣସି ମୁହୂର୍ତ୍ତରେ ଗୁଲାମ କାଶ୍ମୀର ଉପରେ ଆକ୍ରମଣ କରି ନିଜ ଅଂଶରେ ମିଶାଇପାରେ ।ବର୍ତ୍ତମାନ  ପାକିସ୍ତାନ ସେନା ଗୁଲାମ କାଶ୍ମୀରରୁ ମଦ୍ରାସାଗୁଡିକୁ ଖାଲି କରି ସେଠାରେ ସେନାଙ୍କୁ ରଖୁଛି ଖାଲି ସେତେକି ନୁହେଁ ପାକିସ୍ତାନ ସୀମା ଉପରେ ଟ୍ୟାଙ୍କରଗୁଡିକୁ ବି ମୁତୟନ କରିବାରେ ଲାଗିଛି । ଦୁଇ ଦିନ ପୂର୍ବରୁ ହିଁ ପାକିସ୍ତାନ ପାଖାପାଖି ୨ ହଜାର ଯବାନଙ୍କୁ ପୁଚ୍ଛ ସୀମାରେ ମୁତୟନ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.