Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ମାନିଲା ପାକିସ୍ତାନ : ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ, ପାକ୍ ମାଟିରେ ହୋଇଥିଲା ଷଡଯନ୍ତ୍ର ଓ ଆତଙ୍କବାଦୀଙ୍କୁ କରାଯାଇଥିଲା ଫଣ୍ଡିଂ

12/11/2020 at 9:56 AM

ଲାହୋର ,୧୨|୧୧: ୨୬୧୧ ମୁମ୍ବାଇ ଆକ୍ରମଣ ପଛରେ ଥିଲା ପାକିସ୍ତାନର ହାତ । ଏନେଇ ନିଜେ ମାନିଛନ୍ତି ଇମରାନ୍ ସରକାର । ଏହସହ ପାକିସ୍ତାନ ମାଟିରୁ ହିଁ ଏହି ଭୟଙ୍କର ଆକ୍ରମଣ ପାଇଁ ଷଡଯନ୍ତର ରଚାଯାଇଥିଲା ।ଏବେ ପାକିସ୍ତାନ ତରଫରୁ ଏକ ତାଲିକା ଜାରି କରାଯାଇଛି । ଯେଉଁଥିରେ ୧୨ରୁ ଅଧିକ ଏପରି ଆତଙ୍କବାଦୀଙ୍କ ନାଁ ରହିଛି ଯାହାର ସିଧାସଳଖ ସମ୍ପର୍କ ୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣ ସହ ରହିଛି ।

ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି ଦେଶର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀହ୍କ ତାଲିକା ଜାରି କରିଛି । ଏଥି ତାଲିକାରେ ଏପରି ୧୯ଜଣଙ୍କ ନାଁ ରହିଛି ଯେଉଁମାନେ ମୁମ୍ବାଇ ଆକ୍ରମଣ ସହ ଜଡିତ ଅଛନ୍ତି ।

ତାଲିକାରେ ଲଶ୍କର ଏ ତୋଏବାର ଅନେକ ଆତଙ୍କବାଦୀଙ୍କ ନାଁ ରହିଛି । ହପଥିକାର ଅଲ୍ଲୀ, ମହମ୍ମଦ ଅଣଜଦ ଖାନ, ଅବ୍ଦୁଲ ରେହମାନଙ୍କ ସମେତ ଅନେକ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ନାଁ ତାଲିକାରେ ଅଛି । ଏହାସହ ମୁମ୍ବାଇ ଆକ୍ରମଣ ପାଇଁ ପ୍ଲାନିଂ ଓ ଫଣ୍ଡିଂ ପାକିସ୍ତାନରୁ ହୋଇଥିବା ପାକ୍ ସ୍ୱୀକାର କରିଛି ।

ଏତତ୍ ବ୍ୟତୀତ ତାଲିକାରେ ସେହି ବ୍ୟକ୍ତିଙ୍କ ନାଁ ରହିଛି ଯେଉଁମାନେ ଆତଙ୍କବାଦୀଙ୍କ ପାଇଁ ମୋଟର ବୋଟ୍, ଲାଇଫ ଜ୍ୟାକେଟ ସମେତ ଅନ୍ୟ ସାମଗ୍ରୀ  ଉପଲବ୍ଧ କରାଇଥିଲେ । ଏହାସହ କରାଚୀରୁ ମୁମ୍ବାଇ ଆସିବା ପାଇଁ ସହାୟତା କରିଥିଲେ ।

ସୂଚନାଯୋଗ୍ୟ, ନଭେମ୍ବର ୨୬ରେ ମୁମ୍ବାଇ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା । ଏଥିରେ ୧୬୦ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ଏହି ଘଟଣାରେ ଏକମାତ୍ର ଜୀବନ୍ଦ ଧରା ପଡିଥିବା ଆତଙ୍କବାଦୀ କସାବକୁ ଫାସୀ ପ୍ରଦାନ କରାଯାଇଛି ।

   Related Posts