Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମହିଳାଙ୍କ ଲାଗି ପାକିସ୍ତାନ ବିଶ୍ୱର ଷଷ୍ଠ ବିପଦଜନକ ଦେଶ, ଅସଦାଚରଣ ରୋକିବାକୁ ପ୍ରଚଳିତ ହେଉଛି ଡ୍ରେସକୋଡ

14/09/2019 at 4:17 PM

ଇସ୍ଲାମାବାଦ : ମାନବାଧିକାରର କଥା କହୁଥିବା ପାକିସ୍ତାନର ଶାସକ ନିଜ ଦେଶରେ ବଢି ଚାଲିଥିବା ମହିଳା ଅପରାଧ ହାରକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି। ପରିସ୍ଥିତି ଏବେ ଏତେ ଉଦବେଗଜନକ ଯେ ମହିଳାଙ୍କ ଲାଗି ପାକିସ୍ତାନକୁ ବିଶ୍ୱର ଷଷ୍ଠ ବିପଦଜନକ ଦେଶର ମାନ୍ୟତା ମିଳିଛି। ଦେଶର ବିଦ୍ୟାଳୟ ବି ଏଥିରୁ ବାଦ ପଡିନି। ସାଥୀ ଛାତ୍ର ଓ ଶିକ୍ଷକଙ୍କ ଅସଦାଚରଣରୁ ଛାତ୍ରୀଙ୍କୁ ମୁକ୍ତ ରଖିବା ଲାଗି ଏବେ ଦେଶର ବିଦ୍ୟାଳୟରେ ଡ୍ରେସକୋଡ ପ୍ରଚଳନ କରାଯାଉଛି।

ନିକଟରେ ଖୈବର ପକ୍ତୁନଖ୍ୱାଂ ହରିପୁର ଜିଲ୍ଲାର ଏକ ସ୍କୁଲରେ  ଅସଦାଚରଣ ଲାଗି ଡ୍ରେସକୋଡ ଲାଗୁ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ୍ରେସ କୋଡ ଲାଗୁ କରିବା ସହ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି  ସମସ୍ତ ବିଦ୍ୟାଳୟର ହେଡମାଷ୍ଟରଙ୍କୁ ସର୍କୁଲାର ଜାରି କରିଛନ୍ତି। ପାକିସ୍ତାନୀ ସମ୍ବାଦପତ୍ର ‘ଡନ’  ଅନୁସାରେ ଛାତ୍ରୀମାନଙ୍କୁ କୌଣସି ପ୍ରକାର ଅନୈତିକ କାର୍ଯ୍ୟକଳାପରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ସର୍କୁଲାର ଜାରି ହୋଇଛି। ଯେଉଁଥିରେ ସେମାନଙ୍କୁ ଅବାୟା, ହିଜାବ ଅଥବା ଚାଦର ଘୋଡେଇ ହୋଇ ସ୍କୁଲକୁ ଆସିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।

ଶିକ୍ଷା ଅଧିକାରୀ ସମିନା ଅଲତାଫକହିଛନ୍ତି ଯେ ବିଦ୍ୟାଳୟରେ ଅସଦାଚରଣ ଓ ଯୌନ ଶୋଷଣ ଅଭିଯୋଗ ବଢିବଢି ଚାଲିଥିବାରୁ ଏଭଳି ପଦକ୍ଷେପ ନେବା ଏବେ ଜରୁରି ହୋଇପଡିଛ।ସ୍କୁଲରେ ଛାତ୍ରୀଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେଇ ହେବନି । ଏଣୁ ଡ୍ରେସକୋଡ ପ୍ରଚଳନ ଲାଗି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିବା ବେଳେ ଏଥିଲାଗି ସରକାରଙ୍କୁ ଖୁବ୍ ସରବ୍ୟ ହେବାକୁ ପଡୁଛି।

ଜର୍ଣ୍ଣାଲ ଅଫ ଇଣ୍ଟନ୍ୟାସନାଲ ୱିମେନ ଷ୍ଟଡିଜ୍ ରେ ପ୍ରକାଶିତ ରିପୋର୍ଟ ଅନୁସାରେ। ପାକିସ୍ତାନରେ ଏବେ ଯୁବତୀ ଏବଂ ମହିଳାଙ୍କ ପ୍ରତି ଏସିଡ ଆକ୍ରମଣ ବଢିବଢି ଚାଲିଛି।  କେବଳ ଏତିକି ନୁହେଁ ଜବରଦସ୍ତ ବିବାହ, ବାଲ ବିବାହ ଓ କନ୍ୟାଭୃଣ ହତ୍ୟା ଭଳି ଘଟଣା ବି ବେଶ ବଢିଛି। ପାକିସ୍ତାନରେ ବାର୍ଷିକ ମହିଳାଙ୍କ ସମ୍ବଦ୍ଧିତ ଯେତିକି ଅପରାଧ ହେଉଛି ତାର ଏକ ତୃତୀୟାଂଶ କେବଳ ଘରୋଇ ହିଂସା ବୋଲି ରିପୋର୍ଟରୁ ଜଣାପଡିଛି।

   Related Posts