Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ପାକିସ୍ତାନରେ ଭୟଙ୍କର ବିମାନ ଦୁର୍ଘଟଣା, ଅବତରଣ ପୂର୍ବରୁ ଜଳିଗଲା, ବିମାନରେ ଥିଲେ ୧୦୭ ଆରୋହୀ

22/05/2020 at 3:46 PM

କରାଚି ୨୨।୦୫: ପାକିସ୍ତାନର ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଶୁକ୍ରବାର ଭୟାନକ ଦୁର୍ଘଟଣାର ଶିକାର ହୋଇଛି। ଲାହୋରରୁ  କରାଚି ଯାଉଥିବା ଏହି ବିମାନଟି କରାଚି ବିମାନ ବନ୍ଦର ନିକଟରେ ହିଁ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ଘଟଣାଗସ୍ତ ହୋଇଛି। କୁହାଯାଉଛି ଯେ, ବିମାନରେ ୯୯ ଯାତ୍ରୀ ଏବଂ ୮ କ୍ରିଉ ସଦସ୍ୟ ଥିଲେ। ଏ ପର୍ଯ୍ୟନ୍ତ ମୃତାହତକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ପାକିସ୍ତାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ବଞ୍ଚିବାର ସମ୍ଭାବନା ବହୁତ କମ ରହିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ।

ପିଆଇଏର ମୁଖପାତ୍ର ଅବଦୁଲ ସତାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଦେଇଛନ୍ତି। ବିମାନ ଏ-୩୨୦  ୯୯ ଜଣ ଯାତ୍ରୀଙ୍କୁ ନେଇ ଲାହୋରରୁ କରାଚି ଯାତ୍ରା କରୁଥିଲା। କୁହାଯାଉଛି ଯେ, ଅବତରଣର ଗୋଟିଏ ମିନିଟ୍ ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରୁ ଦୁର୍ଘଟଣାସ୍ଥଳରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳୁଛି। ଆମ୍ବୁଲାନ୍ସ ଓ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ ବିମାନଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡିଛି। ଏଥିରେ ଅତିକମରେ ୪ ରୁ ୫ କୋଠା କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଡି ଧ୍ଵଂସ ହୋଇ ଯାଇଛି। ବିମାନ ଖସି ପଡିବାରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ବ୍ୟତୀତ ତାରି ତଳେ ସ୍ଥାନୀୟ ଅଞ୍ଚଳର ଅନେକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ବିମାନ କ୍ରାଶ ହେବା ମାତ୍ରେ ଘରଗୁଡିକରେ ନିଆଁ ଲାଗି ଯାଇଛି ଏବଂ ଜୋରଦାର ବିସ୍ଫୋରଣ ଘଟିଛି। ଦୁର୍ଘଟଣାସ୍ଥଳରୁ ଏତେ ଧୂଆଁ ଉଠୁଛି ଯେ ଦେଖିବା ମୁସ୍କିଲ ହୋଇ ପଡିଛି। ପାକିସ୍ତାନର ଫାୟର ବ୍ରିଗେଡ୍‌ର ଗାଡି ନିଆଁକୁ ଆୟତ୍ତ କରିବାରେ ଜୁଟିଛନ୍ତି। ଗଳି ସଂକୀର୍ଣ୍ଣ ହୋଇଥିବା କାରଣରୁ ଅଗ୍ନିଶମ ଗାଡିକୁ ଉଦ୍ଧାରକାର୍ଯ୍ୟରେ ସମସ୍ୟାର ସମ୍ମୁଖୀନ  ହେବାକୁ ପଡିଛି। ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ଲକ୍‌ଡାଉନ୍ କାରଣରୁ ଦେଶରେ ଘରୋଇ ଉଡାଣ ବନ୍ଦ ରହିଥିଲା। ଗତ ଶନିବାରଠୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା।

   Related Posts