ପାକିସ୍ତାନର ସୂଚନା ଓ ପ୍ରସାରଣମନ୍ତ୍ରୀ ଭାରତୀୟ କ୍ରିକେଟ ଟିମ୍‌କୁ ଦେଲେ ଏହି ଧମକ

Published By : Prameya-News7 Bureau | March 09, 2019 IST

wp:heading {"level":5}
ପୁଲୱାମା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ସଂପର୍କ ଅଦିକ ଖରାପ ହୋଇଯାଇଛି। ତେବେ ଏହି ହମଲା ପରେ ୱାର୍ଲଡ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍‌କୁ ବନ୍ଦ କରିବା ପାଇଁ ଦାବି କରାଯାଇଛି। କିନ୍ତୁ ଆଇସିସି ଘୋଷଣା କରିଛି ଯେ, ଏହି ଭଳି ଦାବି ଅନ୍ତରାର୍ଷ୍ଟ୍ରିୟ କ୍ରିକେଟ ବୋର୍ଡ ମ଼ଞ୍ଜୁର କରିବ ନାହିଁ।     
/wp:heading {"id":92033,"width":597,"height":335}
wp:heading {"level":5}
ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଭାରତୀୟ ଟିମ୍‌ ବିଷୟରେ ଏମିତି ମନ୍ତବ୍ୟ ରଖିଛନ୍ତି ଯେ, ଯାହା ଶୁଣି ପ୍ରତ୍ୟେକ ଭାରତୀୟ ରାଗରେ କମ୍ପି ଉଠିବେ। ପାକିସ୍ତାନ କ୍ରିକେଟ ବୋର୍ଡରୁ ଫୱାଦ ଚୌଧୁରୀ ଭାରତୀୟ କ୍ରିକେଟ ଟିମ୍‌ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି।
/wp:heading {"id":92037,"width":599,"height":714}
wp:heading {"level":5}
ଫୱାଦ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେ, କେବଳ ଦୁଇଦେଶ ମଧ୍ୟର କ୍ରିକେଟ ଖେଳିବା ପ୍ରସଂଗ ନୁହେଁ, ଆଇସିସି ଖେଳରେ ହେଉଥିବା ରାଜନୀତିକୁ ନେଇ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ନେବେ ବୋଲି ତାଙ୍କର ବିଶ୍ୱାସ ରହିଛି। ଯଦି ଭାରତୀୟ କ୍ରିକେଟ ଟିମ୍‌ ଖେଳକୁ ନେଇ ରାଜନୀତି ବନ୍ଦ ନକରନ୍ତି ତାହେଲେ ପାକିସ୍ତାନ କ୍ରିକେଟ ଟିମ୍‌ କଳା ବ୍ୟାଣ୍ଡ ପିନ୍ଧି ମୈଦାନକୁ ଓହ୍ଲାଇବ।
/wp:heading {"id":92036,"width":595,"height":359}
wp:heading {"level":5}
ସେ ପାକିସ୍ତାନ କ୍ରିକେଟ ବୋର୍ଡ ବା  ପିସିବିକୁ ମଧ୍ୟ ଏନେଇ ଉଚିତ୍‌ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ୱାର୍ଲ୍ଡ କପରେ ପାକିସ୍ତାନ ସହ ମ୍ୟାଚ ନଖେଳିବାକୁ ଭାରତ ମାଗିଥିବା ଅନୁମତିକୁ ଆଇସିସି ଖାରଜ କରିଦେଇଛନ୍ତି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.