ପାକିସ୍ତାନକୁ ଘାରିଛି ବାଲାକୋଟ୍ ପାର୍ଟ-୨ର ଭୟ, ପୂରା ରାତି ଶୋଇ ପାରିଲାନି କରାଚି !

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦।୦୬: ପାକିସ୍ତାନକୁ ଭୟ ଘାରିଛି ଯେ, କାଳେ ଭାରତ ବାଲାକୋଟ୍ ପରି ଆଉ ଏକ ଆକ୍ରମଣ କରି ଦେବ। ଏମିତି ଆଶଙ୍କାରେ ରହିଛି ପାକିସ୍ତାନ। କାଲିର ଘଟଣା ଏହା ପ୍ରମାଣିତ କରିଛି ଯେ, ପାକିସ୍ତାନ ବାଲାକୋଟ୍‌ରେ ଭାରତର ଏୟାର ଷ୍ଟ୍ରାଇକକୁ ନେଇ କେତେ ବିଚଳିତ। ସୂଚନା ଅନୁଯାୟୀ ପାକିସ୍ତାନରେ କରାଚି ନିକଟ ବର୍ଡରରେ ମଙ୍ଗଳବାର ରାତିରେ କିଛି ଅସ୍ଵାଭାବିକ ହଲଚଲ୍ ଦେଖିବାକୁ ମିଳିଛି। ଆକାଶରେ ଉଡୁଥିବା ବିମାନର ଶବ୍ଦ ଓ କ୍ରମାଗତ ଉଡାଣ ଭରୁଥିବା ବିମାନ ଦେଖି ପାକିସ୍ତାନରେ ଚାଞ୍ଚଲ୍ୟ ଖେଳି ଯାଇଛି। ବୁଧବାର ସକାଳେ ଟ୍ଵିଟରରେ କରାଚି କ୍ରମାଗତ ଟପ୍ ଟ୍ରେଣ୍ଡରେ ରହିଛି। ପାକିସ୍ତାନ ଲୋକ ଟ୍ଵିଇଟ୍‌ କରୁଛନ୍ତି ଯେ, ଭାରତ ପୁଣି ଥରେ ରାତିରେ କିଛି ବଡ ଘଟଣା ଘଟାଇଛି।

ପାକିସ୍ତାନର ଅନେକ ୟୁଜର୍ସ ଦାବି କରିଛନ୍ତି ଯେ, କରାଚିରେ ମଙ୍ଗଳବାର ରାତି ପୂରା ଅନ୍ଧାରରେ ଛାଇ ଯାଇଥିଲା ଏବଂ ଆକାଶରେ କେବଳ ଲଢୁଆ ବିମାନ ଉଡୁଥିଲା। ଲୋକେ ଲେଖିଛନ୍ତି ଆମକୁ ଲାଗିଲା ଯେ, ଭାରତ ପୁଣି ଥରେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍‌ ପରି ଆଉ କିଛି ବଡ କରି ଦେଇଛି। ଖୋଦ୍ କରାଚିର ନିବାସୀ ଦାବି କରୁଛନ୍ତି ଆମେ ବିମାନ ବନ୍ଦରରେ ଜେଟ୍‌  ବିମାନ ଦେଖିଥିଲୁ। ଆମକୁ ଲାଗିଲା ଯେ, କରାଚି ଉପରେ ବହୁତ ଗୁଡାଏ  ଲଢୁଆ ବିମାନ ଉଡୁଛି।

wp:core-embed/twitter {"url":"https://twitter.com/TM_Journalist/status/1270448433082613765?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1270448433082613765\u0026ref_url=https%3A%2F%2Faajtak.intoday.in%2Fstory%2Fpakistan-indian-air-force-karachi-twitter-trend-balakot-air-strike-1-1199406.html","type":"rich","providerNameSlug":"twitter","className":""}
https://twitter.com/TM_Journalist/status/1270448433082613765?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1270448433082613765&ref_url=https%3A%2F%2Faajtak.intoday.in%2Fstory%2Fpakistan-indian-air-force-karachi-twitter-trend-balakot-air-strike-1-1199406.html
/wp:core-embed/twitter

ପାକିସ୍ତାନ ରାତ୍ର ସମୟରେ  ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରି ଆକ୍ରମଣ ରୋକିବା ଲାଗି  ଡ୍ରିଲ୍ କରୁଛି। ଏଥିରେ ଚାଇନିଜ୍‌ ଜେଏଫ-୧୭, ଏଫ-୧୬ ଓ ମିରାଜ ୩ ପରି ଲଢୁଆ ବିମାନକୁ ଏଥିରେ ସାମିଲ କରିଛି। ଏଥିରୁ ଜଣା ପଡୁଛି ଯେ, ଭାରତୀୟ ବାୟୁସେନାର  ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌କୁ ନେଇ ପାକିସ୍ତାନ ଏବେ ମଧ୍ୟ ଭୟରେ ରହିଛି।

wp:core-embed/twitter {"url":"https://twitter.com/salmanzit/status/1270452975262208004?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1270452975262208004\u0026ref_url=https%3A%2F%2Faajtak.intoday.in%2Fstory%2Fpakistan-indian-air-force-karachi-twitter-trend-balakot-air-strike-1-1199406.html","type":"rich","providerNameSlug":"twitter","className":""}
https://twitter.com/salmanzit/status/1270452975262208004?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1270452975262208004&ref_url=https%3A%2F%2Faajtak.intoday.in%2Fstory%2Fpakistan-indian-air-force-karachi-twitter-trend-balakot-air-strike-1-1199406.html
/wp:core-embed/twitter

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଫେବୃଆରୀରେ ପୁଲଓ୍ଵାମା ଆକ୍ରମଣ ପରେ ଯେବେ ଭାରତ ପାକିସ୍ତାନର ବାଲାକୋଟ୍‌ରେ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ମାଡ କରିଥିଲା ସେହି ସମୟରେ ପାକିସ୍ତାନ ବାୟୁସେନାର ଲଢୁଆ ବିମାନ ଅନ୍ଧାର କାରଣରୁ ଉଡାଣ ମଧ୍ୟ ଭରି ପାରିନଥିଲା।

wp:core-embed/twitter {"url":"https://twitter.com/SacchiSadhana/status/1270477649639469058?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1270477649639469058\u0026ref_url=https%3A%2F%2Faajtak.intoday.in%2Fstory%2Fpakistan-indian-air-force-karachi-twitter-trend-balakot-air-strike-1-1199406.html","type":"rich","providerNameSlug":"twitter","className":""}
https://twitter.com/SacchiSadhana/status/1270477649639469058?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1270477649639469058&ref_url=https%3A%2F%2Faajtak.intoday.in%2Fstory%2Fpakistan-indian-air-force-karachi-twitter-trend-balakot-air-strike-1-1199406.html
/wp:core-embed/twitter

ପାକିସ୍ତାନୀ ବିମାନ ଗତ ରାତିରେ କରାଚି ସହର ଉପରେ ମଧ୍ୟ ଉଡାଣ ଭରିଥିଲା। ଗତ ମାସରେ ମଧ୍ୟ ପାକିସ୍ତାନ ରାତିରେ ନିଜର ଲଢୁଆ  ବିମାନ ଉଡାଇଥିଲା। ହନ୍ଦଓ୍ଵାରାରେ ଭାରତୀୟ ସେନାର କର୍ଣ୍ଣେଲଙ୍କ ବଳିଦାନ ପରେ ପାକିସ୍ତାନକୁ ବାଲାକୋଟ୍‌ ପରି ଏୟାରଷ୍ଟ୍ରାଇକ୍‌ର ଭୟ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.