Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଫସର ଫାଟିଲା ପାକିସ୍ତାନର ଆଉ ଏକ ଷଡଯନ୍ତ୍ର, ଭାରତ ବିରୋଧରେ ପାକ୍‌ର ହାତ ଛାଡିଲେ ମାଳଦ୍ୱୀପ ଓ ୟୁଏଇ

28/05/2020 at 6:03 PM

ନୂଆଦିଲ୍ଲୀ, ୨୮|୦୫: ଭାରତ ବିରୋଧରେ ପାକିସ୍ତାନର ଶତଚେଷ୍ଟା ବିଫଳ ହେବାରେ ଲାଗିଛି । ସଂଯୁକ୍ତ ରାଷ୍ଟ୍ରରେ ଇସଲାମୋଫୋବିଆ ଉପରେ ଇସଲାମିକ ସହଯୋଗ ସଙ୍ଗଠନର ରାଜଦୂତଙ୍କୁ ନେଇ ଏକ ଅନଔପଚାରିକ ସଙ୍ଗଠନ ପ୍ରସ୍ତୁତ କରିବାକୁ ପାକିସ୍ତାନର ପ୍ରସ୍ତାବକୁ ମୁସଲିମ ଦେଶମାନେ ଖାରଜ କରିଦେଇଛନ୍ତି ।

ପାକିସ୍ତାନ ଖବରକାଗଜ ଦି ଡନର ଏକ ରାଜନୈତିକ ସୂତ୍ରାନୁସାରେ, ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମୁନୀର ଆକ୍ରମ ଇସଲାମିକ ସହଯୋଗ ସଙ୍ଗଠନର ପ୍ରତିନିଧିଙ୍କ ବୈଠକରେ ଇସଲାମୋଫୋବିଆ ପ୍ରସଙ୍ଗ ଉଠାଇବା ସହ ଆଉ ଏକ ସଙ୍ଗଠନ କରିବାକୁ ଦାବି କରିଥିଲା । କିନ୍ତୁ ୟୁଏଇ ଓ ମାଳଦ୍ୱୀପ ପାକିସ୍ତାନର ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ।

ଏହା ଇସଲାମିକ ସଦସ୍ୟ ଦେଶଙ୍କର ଏକ ନିୟମିତକ ବୈଠକ ଥିଲା । ପାକିସ୍ତାନୀ ରାଷ୍ଟ୍ରଦୂତ ଭାରତୀୟ ମୁସଲମାନ ଓ କାଶ୍ମୀରକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ବିଜେପି ସରକାର ବିରୋଧରେ ବର୍ଷିଥିଲେ । ଏପରିକି ସେ ଭାରତ ବିରୋଧରେ ଅନ୍ୟ ଇସଲାମିକ ଦେଶକୁ ଉସକାଇଥିଲେ । ଏପରିକି ଇସଲାମୋଫୋବିଆକୁ କାଉଣ୍ଟର୍ କରିବା ପାଇଁ ଆଉ ଏକ ସଙ୍ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ।

ମାଳଦ୍ୱୀପ ପାକିସ୍ତାନକୁ ଖୋଲଖୋଲି ଭାବେ ବିରୋଧ କରିଥିଲା । ମାଳଦ୍ୱୀପ ଗଣମାଧ୍ୟମ ଅନୁସାରେ, ଦେଶର ରାଷ୍ଟ୍ରଦୂତ ଥିଲମିଜା ହୁସେନ ପାକିସ୍ତାନର ଭାରତ ବିରୋଧି ମନୋଭାବକୁ ବିରୋଧ କରିବା ସହ ଦିଲ୍ଲୀ ବିରୋଧରେ ଅଭିଯୋଗ କରିବା ଅନୁଚିତ ବୋଲି କହିଥିଲେ । ଏହାଦ୍ୱାରା ଦକ୍ଷିଣ ଏସିଆର ଧାର୍ମିକ ସୌହାର୍ଦ୍ଦତା କ୍ଷୁର୍ଣ୍ଣ ହେବ ବୋଲି ସେ କହିଥିଲେ ।

ସେହିପରି ୟୁଏଇ ରାଷ୍ଟ୍ରଦୂତ ମଧ୍ୟ ପାକିସ୍ତାନର ପ୍ରସ୍ତାବକୁ ଖାରଜ କରିଦେଇଥିଲେ । ଏହା ପାକିସ୍ତାନକୁ ଏକ ବଡ ଝଟକା ଦେଇଛି । ଫଳରେ ପାକିସ୍ତାନର ଭାରତ ବିରୋଧି ଆଉ ଏକ ଚାଲ ଫସର ଫାଟିଛି ।

   Related Posts