ଆମେରିକାର ଇରାନ୍‌ ଯୁଦ୍ଧ ସଙ୍କଟରେ ଫସିଲା ପାକିସ୍ତାନ- କାଶ୍ମୀର ବିଷୟରେ ବି ଭୟଭୀତ

Published By : Prameya-News7 Bureau | January 07, 2020 IST

ନୂଆଦିଲ୍ଲୀ ୦୭।୦୧ - ଆମେରିକା ଓ ଇରାନ ମଧ୍ୟରେ  ଇରାନ ଓ ଆମେରିକା ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି। ମାତ୍ର ଏହାକୁ ନେଇ ହରଡ ଘଣାରେ ପଡିଛି ପାକିସ୍ତାନ । ପାକିସ୍ତାନ ବିଦେଶମନ୍ତ୍ରୀ ଶାହ ମହମୁଦ କୁରେଶୀ ପାକିସ୍ତାନ ସଂସଦରେ ନିଜ ବୟାନ ରଖିଛନ୍ତି । ପାକିସ୍ତାନ କୌଣସି ଆଞ୍ଚଳିକ ଯୁଦ୍ଧର ଅଂଶ ବିଶେଷ ହୋଇ ନାହିଁ ବୋଲି ସଫେଇ ଦେଇଛନ୍ତି ।

କେବଳ ସେତିକି ନୁହେଁ ଏହା ପୂର୍ବରୁ ପାକିସ୍ତାନ ସେନାର ପ୍ରବକ୍ତା  ପାକିସ୍ତାନ ଯୁଦ୍ଧ ହେଲେ କୌଣସି ଦେଶର ସମର୍ଥନ କରିବ ନାହିଁ ବୋଲି କହିଥିଲେ ।

{"id":207272,"width":565,"height":318,"sizeSlug":"large"}

ପୂର୍ବରୁ ଇରାକ ଯୁଦ୍ଧ ସମୟରେ ପାକିସ୍ତାନ ଭୂମିକୁ ଆମେରିକା ବ୍ୟବହାର କରିଥିଲା  । ଏବେ ପାକିସ୍ତାନ ଧର୍ମ ସଙ୍କଟରେ ପଡିଛି। କାହାକୁ ସାହାଯ୍ୟ କରିବ କି ମନା କରିବ  ପାକିସ୍ତାନ ଠିକ୍‌ କରିପାରୁ ନାହିଁ । ଶେଷକୁ ଶାନ୍ତିର ଦ୍ୱାହୀ ଦେଇ ଶାନ୍ତିର ଆବଶ୍ୟକତା ରହିଛି ବୋଲି କହିଛି ।

{"id":207833,"sizeSlug":"large"}

ଆମେରିକାର ଏହି ପଦକ୍ଷେପ ଯୋଗୁଁ ଅସ୍ଥିରତା ସୃଷ୍ଟି ହୋଇ ଏହାର ଗମ୍ଭୀର ପରିସ୍ଥିତି ହେବବୋଲି କୁରେଶୀ କହିଛନ୍ତି ।

ପାକିସ୍ତାନ ସହଯୋଗ ନକଲେ ଆମେରିକାକୁ ବଶୀ କଷ୍ଟ କରିବାକୁ ପଡିବା ନାହିଁ  । କାରଣ ଆମେରିକାର ଏବେବି ଆଫଗାନୀସ୍ତାନର ଅନେକ ଅଞ୍ଚଳରେ ନିଜ ସେନା ମୁତୟନ କରିଛି।

ଇରାନ ଘଟଣା ପରେ ପାକିସ୍ତାନକ ବଡ ଝଟକା ଲାଗିଛି । କାଶ୍ମୀର ପ୍ରସଙ୍ଗରେ ସ ବିଭିନ୍ନ ବିଭିନ୍ନ ଇସଲାମୀୟ େଦଶର ସହଯୋଗ ଚାହୁଁଥିବା ବେଳେ ଏବେ ତାକୁ ସହଯୋଗ ମିଳୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.