ନୂଆ ସଙ୍କଟରେ ପାକିସ୍ତାନ : ଭାରତ ଆଡକୁ ମୁହାଇଁ ପାରେ ଏହି ସଙ୍କଟ

Published By : Prameya-News7 Bureau | June 21, 2019 IST

ଆର୍ଥିକ ସଙ୍କଟ ପରେ ପାକିସ୍ତାନ ଏବେ ଆଉ ଏକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନର ୪ଟି ରାଜ୍ୟରେ ପଙ୍ଗପାଳ ହଇଚଇ ସୃଷ୍ଟି କରିଛି । ପଙ୍ଗପାଳ ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାର ମଧ୍ୟ ଚିନ୍ତିତ ହୋଇପଡିଲେଣି । ପଙ୍ଗପାଳ ସଂଖ୍ୟା ବୃଦ୍ଧିକୁ କାବୁ କରିବା ପାଇଁ ବିମାନରୁ ଆଣ୍ଟି ପଙ୍ଗପାଳ ସ୍ପ୍ରେ କରାଇଛନ୍ତି । ଏଥିପାଇଁ ପାକିସ୍ତାନ ସରକାର ମିରପୁର ଜିଲ୍ଲାର ବିମାନବନ୍ଦର ଅନେକ ଜାହାଜ ନିୟୋଜିତ କରିଛନ୍ତି ।

{"id":125379}

ଏହି ସମସ୍ୟା ସମାଧାନ ପାଇଁ ପାକିସ୍ତାନ ମୁନାବାବରେ ବୁଧବାର ଦିନ ଭାରତ ପାକିସ୍ତାନର ପଙ୍ଗପାଳ ନିୟନ୍ତ୍ରଣ ସଂଗଠନ ଅଧିକାରୀଙ୍କ ମଧ୍ୟରେ ୪ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ପାକିସ୍ତାନ ଅଧିକାରୀ କହିଛନ୍ତି ସେ ୧୦ ହେକ୍ଟର ଜମିରେ ପଙ୍ଗପାଳକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟକ୍ରମ କରିଛନ୍ତି ।

{"id":125384}

ନିଜେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ପଙ୍ଗପାଳକୁ ନେଇ ଚିନ୍ତିତ ଅଛନ୍ତି । ଏଥିପାଇଁ ସେ ୩ ଦିନ ପୂର୍ବରୁ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ମନ୍ତ୍ରୀଙ୍କୁ ମିରପୁରକୁ ପଠାଇଥିଲେ ।

{"id":125380}

ପଙ୍ଗପାଳ ଯୋଗୁଁ ପାକିସ୍ତାନର ଫସଲ ନଷ୍ଟ ହେଉଛି । ଚାଷୀ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି । ଚାଷୀଙ୍କର ବହୁତ କ୍ଷତି ହେଉଛି । ମୌସୁମୀ ପୂର୍ବରୁ ବର୍ଷା ଏବଂ ଝଡତୋଫାନକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଚିନ୍ତିତ । ପବନର ଗତି ବଦଳାଇଲେ କିମ୍ବା ଅନୁକୂଳ ପରିସ୍ଥିତିରେ ପଙ୍ଗପାଳ ପୋକ ରାଜସ୍ଥାନ ଆଡକୁ ମୁହାଇନପାରେ ବୋଲି ଆଶଙ୍କା କରାଯାଉଛି ।

{"id":125381,"width":578,"height":404}

ପଙ୍ଗପାଳର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ରହିଛି । କିଛି ଦିନ ପୂର୍ବରୁ ରାଜସ୍ଥାନ ଜୈସଲମେରରେ ବହୁ ସଂଖ୍ୟାରେ ପଙ୍ଗପାଳ ପୋକ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ୧୯୯୩ ମସିହାରେ ଭାରତ ପାକିସ୍ତାନରେ ପଙ୍ଗପାଳ ସଙ୍କଟ ଦେଖାଦେଇଥିଲା ।

{"id":125382}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.