ଅତି ଭୟରେ ରହିଛି ପାକିସ୍ତାନ, ପିଓକରେ ପାକସେନାର ସବୁଠାରୁ ବଡ ପଦାତିକ ବ୍ରିଗେଡକୁ ମୁତୟନ କଲା

Published By : Prameya-News7 Bureau | September 11, 2019 IST

ଶ୍ରୀନଗର/ନୂଆଦିଲ୍ଲୀ - ପାକିସ୍ତାନ ଏବେ ଅତି ଭୟାବସ୍ଥାରେ ରହିଛି। ବାରମ୍ବାର ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଅବସ୍ଥା ସାଂଘାତିକ । କାଳେ ଭାରତ ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ କିମ୍ବା ଏୟାର ଷ୍ଟ୍ରାଇକ୍‌ କରିଦେବ ସେହି ଭୟରେ ରହିଛି ପାକିସ୍ତାନ । ସୀମା ନିକଟରେ ପାକିସ୍ତାନ ସେନାକୁ ମୁତୟନ କରିବା ସହ ଏହା ଅସ୍ତ୍ରଶସ୍ତ୍ର ଠୁଳ କରିଥିଲା । ଏବେ ପାକିସ୍ତାନ ସେନାର ସବୁଠାରୁ ବଡ ଇନଫିଣ୍ଟ୍ରି ବ୍ରିଗେଡ୍‌ ବା ପଦାତିକ ସେନାକୁ ମୁତୟନ କରିଛି ।

ଏବେ ପାକ ଅଧିକୃତ କାଶ୍ମୀରରେ ବିଭିନ୍ନ ଶିବିରରେ ଆତଙ୍କବାଦୀମାନଙ୍କୁ ରଖାଯାଇଛି।ସେମାନଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ଉଦ୍ୟମ କରୁଛି । ଏବେ ପାକିସ୍ତାନ ଅଧିକୃତ କାଶ୍ମୀରରେ ୧୨ ଟି ପଦାତିକ ସେନାର ବ୍ରିଗଡ ବା ୧୨ ଇନଫ୍ଟାଣ୍ଟ୍ରିକୁ ମୁତୟନ କରିଥିବା ସୂଚନା ମିଳିଛି । ଏହା ପାକିସ୍ତାନର ସବୁଠାରୁ ବଡ ଇନଫିଣ୍ଟ୍ରି ବ୍ରିଗେଡ୍‌ ।
ପାକିସ୍ତାନ ସେନାର ୬ ପିଓକେ ବ୍ରିଗେଡ୍‌ ପିଓକେ ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ଓ ଖାଦ୍ୟ ଏକାଠି କରି ରଖିଛନ୍ତି । ପିଓକେର ହାଜିରା, ନିକିୟାଲ, ସମାନୀ ଅଞ୍ଚଳରେ ପାକିସ୍ତାନ ସେନା ସାଧାରଣ ଲୋକଙ୍କ ଯାତାୟତକୁ ବନ୍ଦ କରି ଦେଇଛି ।

ପାକିସ୍ତାନ ୪୦ ଜଣ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସକ୍ଷମ ହୋଇଛି । ଏମାନଙ୍କୁ ପାକିସ୍ତାନ ସେନା ବନ୍ଧୁକ ଚାଳନା ପାଇଁ ଭଲ ତାଲିମ ଦେଇଛି । ଭାରତୀୟ ସୁରକ୍ଷା କର୍ମୀମାନେ ଅନୁପ୍ରବେଶକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି ।

ଭାରତୀୟ ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସି ଏବେ ହାଇ ଆଲର୍ଟରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.