ସାଙ୍ଗମାନଙ୍କ ସାମ୍ନାରେ ନ ନାଚିବାରୁ ପତ୍ନୀଙ୍କୁ ନଗ୍ନ କରିବା ସହ ଲଣ୍ଡା କରି ମାଡ ମାରିଲା ସ୍ୱାମୀ

Published By : Prameya-News7 Bureau | March 31, 2019 IST

ଲାହୋର ୩୧/୩ : ଜଣେ ପାକିସ୍ତାନୀ ସ୍ୱାମୀ ନିଜ ସ୍ତ୍ରୀ ସହିତ ଯେଉଁଭଳି ଅମାନୁଷିକ କାଣ୍ଡ କରିଛି ଜାଣିଲେ ଆପଣମାନଙ୍କ ଲୋମ ଟାଙ୍କୁରି ଉଠିବ | ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରି ୪ଦିନିଆ ରିମାଣ୍ଡରେ ନେଇଯାଇଛି | ସ୍ୱାମୀ ନିଜ ସ୍ତ୍ରୀକୁ ତାଙ୍କ ସାଙ୍ଗମାନଙ୍କ ସମ୍ମୁଖରେ ନାଚିବାକୁ କହିଥିଲେ | ପତ୍ରୀ ମନା କରିଦେବାରୁ ସ୍ୱାମୀ ଜଣକ ନିଜ ପତ୍ନୀଙ୍କୁ ନଗ୍ନ କରି ମାଡ ମାରିଥିଲେ ଏବଂ ତାଙ୍କୁ ଲଣ୍ଡା କରିଦେଇଥିଲେ | ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାପରେ ଘଟଣା ସମ୍ପର୍କରେ ଜଣାପଡିଥିଲା | ଭିଡିଓରେ ଦେଖା ଯାଉଥିବା ମହିଳା ନିଜ ନାଁ ଅସମା ଅଜିଜ ବୋଲି କହିଛନ୍ତି | ତାଙ୍କ ମୁହଁରେ ଅନେକ କ୍ଷତ ଚିହ୍ନ ଥିଲା ଏବଂ ସେ ଲୋକଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ |

{"id":98814}


ପାକିସ୍ତାନର ଲାହୋର ଅଂଚଳରେ ରହୁଥିବା ଅସମା ଭାଇରାଲ ଭିଡିଓରେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଫୈଜଲ ତାଙ୍କ ସାଙ୍ଗମାନଙ୍କ ସମ୍ମୁଖରେ ନାଚିବାକୁ କହିଥିଲେ | ଅସମା ମନା କରିଦେବାରୁ ଫୈଜଲ ତାଙ୍କୁ ନଗ୍ନ କରିଦେଇଥିଲେ ଏବଂ ତାଙ୍କୁ ଲଣ୍ଡା କରି ଅପମାନିତ କରିଥିଲେ | ଏହାପରେ ତାଙ୍କୁ ଏକ ଲୁହା ପାଇପରେ ମାଡ ମାରିଥିଲେ | ଏଥିରେ ଫୈଜଲଙ୍କ ସାଙ୍ଗମାନେ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ | ଫୈଜଲ ତାଙ୍କୁ ବାନ୍ଧି ପଙ୍ଖାରେ ଲଟକାଇ ଦେଇଥିଲା | ନଗ୍ନ ଅବସ୍ଥାରେ ତାଙ୍କୁ ଫାଶୀ ଦେବା ପାଇଁ ମଧ୍ୟ ଧମକ ଦେଇଥିଲା |

{"id":98819}


ଫୈଜଲ ଏବଂ ଅସମାଙ୍କ ବିବାହ ୪ ବର୍ଷ ପୂର୍ବରୁ ହୋଇଥିଲା | ସେତେବେଳେ ଫୈଜଲ ପତ୍ନୀଙ୍କୁ ଭଲ ପାଉଥିଲା | କିନ୍ତୁ ବିବାହର ୬ ମାସ ପରେ ତାର ବ୍ୟବହାରରେ ପରିବର୍ତ୍ତନ ଦେଖା ଦେଇଥିଲେ | ଅସମା ଏବଂ ଫୈଜଲଙ୍କ ୩ଟି ଶିଶୁ | ଫୈଜଲ ସବୁବେଳେ ଅସମାଙ୍କୁ ମାରପିଟ କରିଥିଲା | ସେ ସବୁବେଳେ ଘରେ ପାର୍ଟି ରଖୁଥିଲା ଏବଂ ଅସଭ୍ୟ ସାଙ୍ଗମାନଙ୍କୁ ଘରକୁ ଡାକୁଥିଲା |

{"id":98815,"width":581,"height":338}


ବୁଧବାର ଦିନ ପୋଷ୍ଟ କରାଯାଇଥିବା ଭିଡିଓରେ ଅସମା କହିଛନ୍ତି ଯେ, ସେହିଦିନର ଘଟଣା ପରେ କୌଶଳକ୍ରମେ ସେ ଘରୁ ପଳାଇ ଆସିଥିଲେ ଏବଂ ପୋଲିସ ଥାନାରେ ଏତଲା ଦେଇଥିଲେ | କିନ୍ତୁ ପୋଲିସ ଅଧିକାରୀ ମାମଲା ରୁଜ୍ଜୁ କରିବା ପାଇଁ ମନା କରିଦେଇଥିଲେ | କାରଣ ପୋଲିସକୁ ଲାଞ୍ଚ ଦେବା ପାଇଁ ଅସମାଙ୍କ ପାଖରେ ଟଙ୍କା ନଥିଲା |


ମେଡିକାଲ ଯାଞ୍ଚ ପାଇଁ ପୋଲିସ ଅସମାଙ୍କୁ ଟଙ୍କା ମାଗିଥିଲେ | କିନ୍ତୁ ଅସମାଙ୍କ ପାଖରେ ତାଙ୍କଟିଏ ବି ନଥିଲା | ସେଥିପାଇଁ ପୋଲିସ ତାଙ୍କ କଥା ଶୁଣିନଥିଲା | ଯେହେତୁ ଅସମାଙ୍କ ବାପା ମା' ମଧ୍ୟ ନଥିଲେ ସେଥିପାଇଁ ତାଙ୍କ ପାଖରେ କେବଳ ଗୋଟିଏ ମାତ୍ର ରାସ୍ତା ଥିଲା, ସେ ଜନତାଙ୍କୁ ସାହାଯ୍ୟ ମାଗିବେ | ସେଥିପାଇଁ ସେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ |

{"id":98816,"width":574,"height":344}


ଭାଇରାଲ ଭିଡିଓ ଦେଖିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ୟାବିନେଟ ମନ୍ତ୍ରୀ ସିରିନ ମଜାରୀ ଟ୍ୱିଟ କରି କହିଥିଲେ ଯେ, ଅସମାଙ୍କ ସ୍ୱାମୀ ଫୈଜଲ ଏବଂ ତାଙ୍କ ସାଙ୍ଗ ରସିଦକୁ ପୋଲିସ ଗିରଫ କରିଛି |

wp:html
/wp:html


ଶୁକ୍ରବାର ଦିନ ଅସମା ମାଜିଷ୍ଟ୍ରେଟଙ୍କ ପାଖରେ ଘଟଣା ସମ୍ପର୍କରେ ବୟାନ ଦେଇଥିଲେ | ପଞ୍ଜାବ ପୋଲିସ ପ୍ରବକ୍ତା ନବୀଲା ଗଜନଫର କହିଛନ୍ତି ଯେ, ଘଟଣାର ଯାଞ୍ଚ ପାଇଁ ଉଚ୍ଚ ସ୍ଥରୀୟ ତଦନ୍ତ ଆରମ୍ଭ ହୋଇଛି | ପୀଡିତାଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି |

{"id":98817}


କ୍ୟାବିନେଟ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଅସମାଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା | ମେଡିକାଲ ରିପୋର୍ଟରେ ଜଣାପଡିଥିଲା ଯେ, ଅସମାଙ୍କ ବାମ ହାତରେ ଅନେକ କ୍ଷତ ହୋଇଛି | ବାମ ଆଖି ନାଲି ପଡିଯାଇଛି ଏବଂ ସେଥିରୁ ପାଣି ବୋହୁଛି | ତାଙ୍କୁ ବାନ୍ତି ମଧ୍ୟ ହେଉଥିଲା | ହାତରେ କଟା ଦାଗ ମଧ୍ୟ ରହିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.