Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଆଜିଠୁ ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ : ବ୍ଲାକ୍ ଲିଷ୍ଟ ହେବ ପାକିସ୍ତାନ!

14/10/2019 at 11:34 AM

ନୂଆଦିଲ୍ଲୀ ୧୪/୧୦: ଆଜିଠୁ ପ୍ୟାରିସରେ ଏଫଏଟିଏଫ ବୈଠକ । କଳା ତାଲିକା ଭୁକ୍ତ ହୋଇପାରେ ପାକିସ୍ତାନ । ଚୀନ ଶରଣ ପଶିଲା ପାକିସ୍ତାନ । କାଶ୍ମୀର ଉପରେ ପ୍ରୋପାଗାଣ୍ଡା କରୁଥିବା ପଡ଼ୋଶୀ ପାକିସ୍ତାନ ଆତଙ୍କବାଦଙ୍କୁ ସାଥ ହେଉଥିବାରୁ ବ୍ଲାକ ଲିଷ୍ଟ ହେବ ।

ପ୍ୟାରିସରେ ହେବାକୁ ଥିବା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦୁନିଆ ସାରା ଲୋକଙ୍କ ନଜର ରହିଛି । ସେଠାରେ ପାକିସ୍ତାନକୁ ପ୍ରମାଣ ଦେଖାଇବାକୁ ପଡ଼ିବ ଯେ, ସେ ଆତଙ୍କୀ ଫଣ୍ଡିଙ୍ଗ ଓ ମନି ଲଣ୍ଡରିଂ ରୋକିବା ସହ ଆତଙ୍କବାଦୀଙ୍କ ସଂଗଠନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ଦର୍ଶାଇବାକୁ ହେବ । ୨୦୧୮ମସିହାରେ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଇବା ସହ ୨୭ ପଏଣ୍ଟଦେଇ ନିଜକୁ ପ୍ରମାଣିତ କରିବା ପାଇଁ ଏକ ବର୍ଷ ସମୟ ଦିଆଯାଇଥିଲା ।

ମନି ଲଣ୍ଡରିଂ ଓ ଆତଙ୍କୀ ସଂଗଠନର ଟେରର ଫାଇନାନ୍ସିଙ୍ଗ ବ୍ୟାଙ୍କିଙ୍ଗ, ନନ ବ୍ୟାଙ୍କିଙ୍ଗ, କର୍ପୋରେଟ ଓ ନନ କର୍ପୋରେଟ ସେକ୍ଟରରେ ରୋକିବାର ଉପାୟ ରହିଥିଲା । ଏହି ସବୁ ବିଷୟ ଓ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆର୍ଥିକ ଅନୁପାଳନ  ପାକ୍ ଅର୍ଥମନ୍ତ୍ରୀ ହମ୍ମାଦ ଅଜହରଙ୍କ ସମ୍ମୁଖରେ ଯାଂଚ କରାଯିବ । ଏହି ସବୁ ୨୭ପଏଣ୍ଟ ଅନୁସାରେ କାର୍ଯ୍ୟ ହୋଇ ନଥିଲେ ପାକିସ୍ତାନକୁ ବ୍ଲାକ ଲିଷ୍ଟ କରିଦିଆଯିବ । ତେଣୁ ବର୍ତ୍ତମାନ ଏହି ବୈଠକକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡ଼ିଛି । ୨୭ଟି ପଏଣ୍ଟରୁ ପାକ୍ ୬ଟି କରିଥିବା ଭାରତୀୟ ରିପୋର୍ଟରୁ ସୂଚନା ମିଳିଛି ।

ଫଳରେ ପାକିସ୍ତାନ ବ୍ଲାକ ଲିଷ୍ଟ ହେବା ସମ୍ଭାବନା ଅଧିକ ବଢିଯାଇଛି । ଟେକନିକ ଅନୁପାଳନରେ ମଧ୍ୟ ପାକିସ୍ତାନ ୪୦ରୁ ୧୦ ପଏଣ୍ଟରେ ରହିଛି । ନିକଟରେ ଏହି ବୈଠକରୁ ବଞ୍ଚିବା ପାଇଁ ପାକିସ୍ତାନ ବହୁ ଆତଙ୍କୀଙ୍କୁ ଧରି ଜେଲରେ ରଖିଛି । କିନ୍ତୁ ଇତିହାସ ଦେଖିବାକୁ ଗଲେ କେବଳ ଦୁନିଆ ଆଖିରେ ଧୂଳି ଦେବାକୁ ଏପରି କରୁଛି ପାକିସ୍ତାନ ।

   Related Posts