ପାକିସ୍ତାନକୁ ବିଶ୍ୱାସ କରୁନି ସାରା ଦୁନିଆ- ମାନିଲେ ପାକିସ୍ତାନ ଗୃହ ମନ୍ତ୍ରୀ

Published By : Prameya-News7 Bureau | September 12, 2019 IST

ଇସଲାମାବାଦ- ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବିଶ୍ୱ ସମୁଦାୟଠାରୁ ଏହି ପ୍ରସଙ୍ଗରେ ସାହାଯ୍ୟ ପାଇବା ପାଇଁ ଆଶା କରିଥିଲା । ଜାତି ସଂଘର ସୁରକ୍ଷା ପରିଷଦଠାରୁ ଆରମ୍ଭ କରି ଅନ୍ୟ କେତକ ଅନ୍ତର୍ଜାତୀୟ ଫୋରମରେ ଏହି ବିଷୟ ଉତ୍ଥାପନ କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସବୁଠାରେ ତାକୁ ନିରାଶ ହେବାକୁ ପଡିଛି । ଏବେ ପାକିସ୍ତାନର ଗୃହ ମନ୍ତ୍ରୀ ଖୋଦ ଏହି କଥାକୁ ସ୍ୱୀକାର କରିଛନ୍ତି ।
ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମୁଦାୟର ସାହାଯ୍ୟ ପାଉନି । କେହି ପାକିସ୍ତାନ କଥାକୁ ବିଶ୍ୱାସ କରୁ ନାହାନ୍ତି ବୋଲି ସେ କହିଛନ୍ତି । କେହି ପାକିସ୍ତାନ କଥାକୁ ଶୁଣୁନାହାନ୍ତି । ଯିଏ ଶୁଣୁଛି ସେ ବିଶ୍ୱାସ କରୁନାହିଁ ବୋଲି ପାକିସ୍ତାନର ଆନ୍ତରିକ ଗୃହ ମନ୍ତ୍ରୀ ବିଗ୍ରେଡିୟର ଏଜାଜ ଅହମ୍ମଦ କହିଛନ୍ତି ।

wp:core-embed/twitter {"url":"https://twitter.com/mohitgroverAT/status/1172014884927655936","type":"rich","providerNameSlug":"twitter","className":""}
https://twitter.com/mohitgroverAT/status/1172014884927655936
/wp:core-embed/twitter

ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଲୋକ ଆମ କଥାକୁ ବିଶ୍ୱାସ କରୁ ନାହାନ୍ତି । ଆମେ କହୁଛୁ କାଶ୍ମୀରରେ କର୍ଫ୍ୟୁ ଲାଗିଛି , ସେଠାରେ ଅନ୍ୟାୟ ହେଉଛି ହେଲେ କେହି ଆମ କଥା ଶୁଣୁ ନାହାନ୍ତି । ସାରା ଦୁନିଆ ଭାରତର କଥାକୁ ବିଶ୍ୱାସ କରୁଛନ୍ତି ।

ଏହା ଗୋଟିଏ ଦିନ କାମ ନୁହେଁ, ଆଗରୁ ପାକିସ୍ତାନରେ ଯେଉଁମାନେ ବି ଶାସନ କରିଛନ୍ତି ସେମାନେ ସମସ୍ତେ ଏଥିପାଇଁ ଦାୟୀ । ଏହି ସମସ୍ତେ ଦେଶର ଛବିକୁ ଖରାପ କରି ଦେଇଛନ୍ତି । ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛନ୍ତି ।ଏତିକି ନୁହେଁ ଏହି ସାକ୍ଷାତକାରରେ ସେ ହାଫିଜ ସୟିଦକୁ ସାହେବ ବୋଲି କହି ସମ୍ବୋଧନ କରିଛନ୍ତି । ହାଫିଜ୍‌ ସୟିଦକୁ ଭାରତ ବିପକ୍ଷରେ ଲଢାଇ କରିବା ପାଇଁ ପାକିସ୍ତାନ ତିଆରି କରିଛି । କିନ୍ତୁ ଏବେ ତାକୁ କାବୁ କରିବା ଆବଶ୍ୟକ ।

ଏବେ ୟୁଏନ୍‌ଏଚ୍‌ଆରସିରେ କାଶ୍ମୀର ଓ ଧାର ୩୭୦କୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ବିତର୍କଚାଲିଥିବା ବେଳେ ସେ ଏହି ବୟାନ ଦେଇଛନ୍ତି ।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଭାରତର ଅଭ୍ୟନ୍ତରୀଣ ପ୍ରସଙ୍ଗ ଏଥିରେ କେହି ଦଖଲ ଦେଇ ପାରିବେ ନାହିଁ ବୋଲି ଭାରତ ପ୍ରମାଣ ଉପସ୍ଥାପନ କରିଛି । ଏଥିପାଇଁ ଅନ୍ତର୍ଜାତୀୟ ଫୋରମରେ ପାକିସ୍ତାନକୁ ନିରାଶ ହେବାକୁ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.