Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ

7/03/2021 at 9:45 AM

ଲାହୋର,୦୭/୦୩:  ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଏକ ହିନ୍ଦୁ ପରିବାରର ୫ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କାରଣ ସେମାନଙ୍କ ବେକରେ କଟାଦାଗ ରହିଛି । ମୁଲତାନର ରହିମ ୟାର ଖାନ୍ ସହରରୁ ପ୍ରାୟ ୧୫ କିମି ଦୂରରେ ଏହି ଘଟଣା ଘଟିଛି ।

ନ୍ୟୁଜ ଇଣ୍ଟରନ୍ୟାଶନାଲର ରିପୋର୍ଟ ଅନୁସାରେ, ପରିବାରର ୫ ସଦସ୍ୟଙ୍କ ମୃତଦେହ ସନ୍ଦିଗ୍ଧ ପରିସ୍ଥିତିରେ ମିଳିଥିଲା । ପୋଲିସ ଘଟଣାସ୍ଥଳରୁ ଏକ ଛୁରା ଓ କୁରାଢି ଜବତ କରିଛି ।

ରହିମ ୟାର ଖାନର ସାମାଜିକ କର୍ମୀ ବୀରବଲ ଦାସ କହିଛନ୍ତି ଯେ, ରାମ ଚନ୍ଦ ମେଘଓ୍ୱାଲ ହିନ୍ଦୁ ଥିଲେ । ସେ ପ୍ରାୟ ୩୫-୩୬ ବର୍ଷର ଥିଲେ । ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଛି ।

ବୀରବଲ ଦାସଙ୍କ କହିବାନୁସାରେ, ରାମ ଚନ୍ଦ ଦୀର୍ଘଦିନ ଧରି ଟେଲରିଂ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ତାଙ୍କର କାହା ଶହ ଶତ୍ରୁତା ନଥିଲା । ସେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଥିଲେ । ସର୍ବଦା ହସଖୁସିରେ ରହୁଥିଲେ । ତେବେ ଏହି ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ସୂଚନାଯୋଗ୍ୟ, ଗତ କିଛି ବର୍ଷ ଧରି ପାକିସ୍ତାନରେ ରହୁଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । କେତେବେଳେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି ତ ପୁଣି କେତେବେଳେ ହିନ୍ଦୁ ଯୁବତୀଙ୍କୁ ଅପହରଣ ଓ ଧର୍ମ ପରିବର୍ତ୍ତନ କରାଯାଉଛି । କିଛିଦିନ ତଳେ ଏକ ହିନ୍ଦୁ ମନ୍ଦିରକୁ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

   Related Posts