ସୁଧୁରୁନି ପାକିସ୍ତାନ : ସୀମାରେ ଅସ୍ତବିରତି ଉଲ୍ଲଂଘନ, ଗୁଳିମାଡରେ ଚାଲିଗଲା ଶିଶୁ ସମେତ ୩ ଜଣଙ୍କ ଜୀବନ

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯।୦୭: ସାରାଦେଶରେ ମହାମାରୀ କରୋନା ନେଇ ଲଢେଇ ଚାଲିଛି । କିନ୍ତୁ ପାକିସ୍ତାନ ତା ନାପାକ ହରକତରୁ ତିଳେ ମାତ୍ର ସୁଧୁରୁନାହିଁ । ବରଂ ପ୍ରତିଦିନ ସୀମାରେ ଅସ୍ତ୍ରବିରତି ଉଲଂଘନ କରୁଛି । ଯାହାକୁ ନେଇ ଭାରତ କଡା ମନୋଭାବ ଦେଖାଇଛି । ପାକିସ୍ତାନ ପକ୍ଷରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଲଗାତର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ମାମଲାରେ ଭାରତୀୟ ବିୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ତଲବ କରି ଏହି ଘଟଣାରେ ଆପତ୍ତି ଉଠାଇଛି । ଭାରତ ଚେତାବନୀ ଦେଇ କହିଛନ୍ତି ଯେ, ପାକିସ୍ତାନ ସୀମାରେ ନିର୍ଦ୍ଦୋଶ ନାଗରିକ ମାନଙ୍କୁ ଟାର୍ଗେଟ କରିବା ବନ୍ଦ କରିବା ଉଚିତ୍ ।

ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ୧୮ଜୁଲାଇରେ ପାକିସ୍ତାନ ଉଚ୍ଚାୟୁକ୍ତର ପ୍ରମୁଖଙ୍କୁ ତଲବ କରାଯାଇଥିଲା । ୧୭ଜୁଲାଇ ରାତିରେ ପାକିସ୍ତାନ ସେନା ପକ୍ଷରୁ ବିନା କୌଣସି କାରଣରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ । ଏହି ଗୁଳିମାଡରେ ଜଣେ ଶିଶୁ ସମେତ ତିନି ଜଣ ନିର୍ଦ୍ଦୋଶ ନାଗରିକଙ୍କ ଜୀବନ ଚାଲିଯାଇଥିଲା । ଏହାକୁ ଭାରତ ବିରୋଧ କରିଥିଲା । ଜାମ୍ମୁ-କାଶ୍ମୀରର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ତରଫରୁ ହୋଇଥିବା ଗୁଳିମାଡର ଶିକାର ହୋଇଥିବା ସମସ୍ତ ମୃତାହତ ଗୋଟିଏ ପରିବାରର ଥିଲେ ।  ଭାରତ ଏହାକୁ ନେଇ କଡ଼ା ଆପତ୍ତି ଉଠାଇଥିଲା । ପାକିସ୍ତାନ ସେନା ପକ୍ଷରୁ ଜାଣିଶୁଣି ଭାରତୀୟ ନାଗରିକ ମାନଙ୍କୁ ଟାର୍ଗେଟ କରାଯାଉଛି । ଏହାସହିତ ପାକିସ୍ତାନୀ ସୈନ୍ୟମାନେ ମଧ୍ୟ ଭାରତୀ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ପାଇଁ ସହଯୋଗ କରୁଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ କହିଛି। ସୀମାରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସୈନ୍ୟଙ୍କ ସମର୍ଥନ ରହିଛି। ସୀମାରେ ପାକିସ୍ତାନ କରୁଥିବା ଅସ୍ତ୍ରବିରତି ଉଲ୍ଲଂଘନ ଆଡରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଯୋଜନା ଚାଲୁଛି । ଗୁଳିମାଡ ଆଡରେ ସୀମାରେ ଆତଙ୍କାବାଦୀଙ୍କୁ ସହଯୋଗ କରୁଛି ପାକିସ୍ତାନୀ ସେନା ।

ବିଦେଶ ମନ୍ତ୍ରାଳୟ ଅନୁଯାୟୀ, ୨୦୨୦ରେ ପାକ୍‌ ସେନା ଏପର୍ଯ୍ୟନ୍ତ ୨୭୧୧ରୁ ଅଧିକ ଥର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଲାଣି । ଯେଉଁଥିରେ ୨୧ଭାରତୀୟଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୯୪ଜଣ ଆହତ ହୋଇଛନ୍ତି । ପାକିସ୍ତାନ-ଭାରତ ମଧ୍ୟରେ ୨୦୦୩ରୁ ସୀମା ସଂଘର୍ଷ ବିରାମ ଲୁାଗୁ ରହିଛି ।କିନ୍ତୁ ପାକିସ୍ତାନ ତରଫରୁ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି । ଯାହାକି ନିୟମର ଉଲ୍ଲଂଘନ ବୋଲି କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.