ପାକ୍ ସ୍ୱାସ୍ଥ୍ୟ ମନ୍ତ୍ରୀ କରୋନା ପଜିଟିଭ୍ : ନିଜେ ଟ୍ୱିଟ୍ କରି ଦେଲେ ସୂଚନା
6/07/2020 at 2:54 PM

ଇସ୍ଲାମଵାଦ ୦୬/୦୭ : ପାକିସ୍ତାନ କରୋନା ସଂକରଣ ତାଣ୍ଡବ ରଚି ଚାଲିଛି | ଇମ୍ରାନ ଖାନ ସରକାରଙ୍କ ମନ୍ତ୍ରୀ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି | ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ବିଶେଷ ପରାମର୍ଶଦାତା ଡାକ୍ତର ଜାଫର ମିର୍ଜା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି | ସୋମବାର ଦିନ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି | ଜାଫର ଟ୍ୱିଟ କରି କହିଛନ୍ତି ତାଙ୍କର କରୋନା ଲକ୍ଷଣ କମ ରହିଛି ଏବଂ ସେ ୧୫ ଦିନ ପାଇଁ ସେଲ୍ଫ ଆଇସୋଲେସନରେ ରହିବେ | ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେସି କରୋନାରେ ସଂକ୍ରମିତ ହୋଇଥିଲେ |
ଜାଫର ଟ୍ୱିଟ କରି କହିଛନ୍ତି ଯେ ସେ କରୋନା ପଜିଟିଭ ଚିହ୍ନଟ ହେବାପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜକୁ ଆଇସୋଲେଟ କରି ସଚେତନ ଅଛନ୍ତି | ତାଙ୍କ ପାଇଁ ଶୀଘ୍ର ସୁସ୍ଥ କାମନା କରିବାକୁ ସେ ଅପିଲ କରିଛନ୍ତି | ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେସିଙ୍କୁ ଶନିବାର ଦିନ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସେ ଶୁକ୍ରବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ନିଜେ ପୃଥକବାସରେ ରହିଥିଲେ |