Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ମିସାଇଲ୍‌ ପରୀକ୍ଷା ପାଇଁ କରାଚୀ ଏୟାର ସ୍ପେସ୍‌ ବନ୍ଦ କଲା ପାକିସ୍ତାନ !

28/08/2019 at 5:30 PM

କରାଚୀ .- ଏବେ କରାଚୀ ଏୟାରସ୍ପେସ୍‌କୁ ପାକିସ୍ତାନ ୩ ଦିନ ପାଇଁ ବନ୍ଦ କରିଛି ।  ପାକିସ୍ତାନ ଏବେ ଏକ କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଯୋଜନା କରିଛି ବୋଲି ସୂଚନା ମିଳିଛି । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ  ପାକିସ୍ତାନ ବିଚଳିତ ହୋଇପଡିଲାଣି । କେବଳ ଚୀନ୍‌କୁ ଛାଡିଦେଲେ କେହି ତାକୁ ସମର୍ଥନ ଦେଉ ନାହାନ୍ତି  । ମାତ୍ର ପାକିସ୍ତାନର ମୁହଁ ଫୁଟାଣି ଛାଡୁ ନାହିଁ ।

ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷା  କରିବାକୁ ନେଇ ନିଜ ଏୟାରମ୍ୟାନ ଓ ନୌସେନାକୁ ସତର୍କ କରିଛି। କରାଚୀ ଏୟାରସ୍ପେସ୍‌ରେ ଏହି ମିସାଇଲ୍‌ର ପରୀକ୍ଷା କରାଯିବ । ପାକିସ୍ତାନ ରେଳ ମନ୍ତ୍ରୀ ବି ଭାରତ ପାକିସ୍ତାନର ସମ୍ଭାବ୍ୟ ଯୁଦ୍ଧର ତାରିଖ ବି ଘୋଷଣା କରି ଦେଇଛନ୍ତ । ପୂର୍ବରୁ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍‌ କରିବା ପରେ ପାକିସ୍ତାନ ଅନେକ ଦିନ ପର୍ଯ୍ୟନ୍ତ ନିଜର ବାୟୁସୀମା ବା ଏୟାରସ୍ପେସ୍‌କୁ ବନ୍ଦ କରି ଦେଇଥିଲା ।

କେବଳ ଏତିକି ନୁହେଁ ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତିମନ୍ତ୍ରୀ ଭାରତ ପାଇଁ ପାକିସ୍ତାନ ଏୟାର ସ୍ପେସ୍‌ ବନ୍ଦ କରିବା ପାଇଁ ଯୋଜନା କରୁଛି ବୋଲି ସୂଚନା ଦେଇଥିଲେ । ମାତ୍ର କରାଚୀ ବିମାନବନ୍ଦର କର୍ତ୍ତୃପକ୍ଷ ଏୟାରସ୍ପେସ୍‌ ବନ୍ଦ କରିବା ପାଇଁ ଅନ୍ୟ କାରଣ ଦର୍ଶାଇଛନ୍ତି । କରାଚୀ ବିମାନ ବନ୍ଦରରେ ଲାଗିଥିବା ସରଞ୍ଜମା ଖରାପ ହୋଇଥିବାରୁ ଏୟାରସ୍ପେସ୍‌କୁ ବନ୍ଦ କରାଯାଇଥିବା  ସୂଚନା ଦିଆଯାଇଛି ।

   Related Posts