କରୋନା ଆଢ଼ୁଆଳରେ ପାକିସ୍ତାନ ଚଳାଇଛି ଆତଙ୍କବାଦ ଏଜେଣ୍ଡା, ପ୍ରମାଣ ନଷ୍ଟ କରିବାରେ ବ୍ୟସ୍ତ ଅଛନ୍ତି ଇମ୍ରାନ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ୨୧/୪: ଯେତେବେଳେ ସାରା ବିଶ୍ବ କରୋନା ଭାଇରସକୁ ନେଇ ଲଢ଼େଇ କରୁଛି ପାକିସ୍ତାନ କିନ୍ତୁ ତାର ଚାଲବାଜିରୁ ହଟୁନାହିଁ। ବେଳ ଦେଖି ୧୮ ଶହ ଆତଙ୍କବାଦୀଙ୍କ ନାଁ ତାର ୱାଚଲିଷ୍ଟରୁ ହଟେଇ ଦେଇଛି। ଏମାନଙ୍କ ମଧ୍ୟରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ଜାକିର ଉର୍ ରହମ୍ମନ ଲଖଭି ନାଁ ଅଛି।

{"id":257997,"sizeSlug":"large"}

ସୈତାନୀ ବୁଦ୍ଧି ଛାଡ଼ିପାରିବନି ପାକିସ୍ତାନ। କରୋନା ଆଡ଼ୁଆଳରେ ଚଳାଇଛି ତାର ଆତଙ୍କବାଦ ଏଜେଣ୍ଡା।  ଏଭଳି ସମ୍ବେଦନଶୀଳ ମୁହୂର୍ତ୍ତରେ ପୁଣି ସାମ୍ନାକୁ ଆସିଛି ପାକିସ୍ତାନର ନାପାକ୍‌ ଚେହେରା । ଗୋପନରେ  ୧୮ଶହ ଆତଙ୍କବାଦୀଙ୍କ ନାଁ ୱାଚଲିଷ୍ଟରୁ ହଟେଇ ଦେଇଛି ପାକିସ୍ତାନ।  ଆଉ ଏହି ୧୮ଶହ ଆତଙ୍କବାଦୀଙ୍କ ସହ ୨୦୦୮ ମୁମ୍ବାଇ ଆଟାକ୍‌ ଅଭିଯୁକ୍ତ ଜାକିର ଉର୍ ରହମ୍ମନ ଲଖଭିର ନାଁକୁ ମଧ୍ୟ ହଟାଇ ଦେବାକୁ ଚେଷ୍ଟା କରିଛି ପାକିସ୍ତାନ। ପାକିସ୍ତାନର ଏହି ଚାଲବାଜିକୁ ଧରିଛି ଆତଙ୍କବାଦୀଙ୍କ ଉପରେ ଅନୁଧ୍ୟାନ କରୁଥିବା ନ୍ୟୁୟର୍କର ଏକ ସଂସ୍ଥା କ୍ୟାଷ୍ଟେଲିୟମ ଏଆଇ। ଯେତେବେଳେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ଉପରେ ଏଫଏଟିଏଫ ତୀକ୍ଷ୍ଣ ନଜର ରଖିଛି।

{"id":257998,"sizeSlug":"large"}

ପାକିସ୍ତାନକୁ ଗ୍ରେ ଲିଷ୍ଟ ଭିତରେ ଏଫଏଟିଏଫ ରଖିଥିବା ବେଳେ ବ୍ଲାକ୍ ଲିଷ୍ଟ ସମ୍ଭାବନାକୁ ଇସଲାମାବାଦ ବାରମ୍ବାର ଏଡ଼େଇଛି । ସେତେବେଳେ ଏମିତି ତାର ପ୍ରୋ ଟେରରିଜିମ୍ ଏଜେଣ୍ଡାକୁ ପାକିସ୍ତାନ ଆଗକୁ ବଢ଼ାଇବାରେ ଲାଗିଛି । ପାକିସ୍ତାନକୁ ମିଳୁଥିବା ବିଭିନ୍ନ ଆର୍ଥିକ ସହାୟତାକୁ ଏହା ଆତଙ୍କବାଦ କାର୍ଯ୍ୟକଳାପରେ ବିନିଯୋଗ କରୁଥିବା ଅଭିଯୋଗ ପୁରୁଣା। ଯେଉଁଥିପାଇଁ ଏଫଏଟିଏଫ ପାକିସ୍ତାନକୁ ତାଗିଦ କରିଛି। ଏଫଏଟିଏଫକୁ ଭୁଆଁ ବୁଲାଇବା ଲାଗି ପାକିସ୍ତାନ ଏମିତି ତାର ଚାଲବାଜି ଖେଳିଥିବା ସନ୍ଦେହ କରାଯାଉଛି। ଯେଉଁଥିରେ ସେ ଦର୍ଶାଇବାକୁ ଚାହୁଁଛି ଯେ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀଙ୍କ ସଂଖ୍ୟା ହ୍ରାସ ପାଇଛି।  ପାକିସ୍ତାନର  କାଉଣ୍ଟର ଟେରରିଜମ ଅଥରିଟି NACTA ସକ୍ରିୟ ଆତଙ୍କବାଦୀଙ୍କ ତାଲିକା ତିଆରି କରିଥାଏ।

{"id":257999,"sizeSlug":"large"}

୨୦୧୮ରେ ପାକିସ୍ତାନର ଏହି ତାଲିକାରେ ୭୬୦୦ ଆତଙ୍କବାଦୀଙ୍କ ନାଁ ଥିଲା। ଗତ ୧୮ ମାସ ଭିତରେ ପାକିସ୍ତାନ ଏହି ତାଲିକାରେ ଥିବା ନାଁ ଗୁଡ଼ିକ ୩୮୦୦ ତଳକୁ ନେଇ ଆସିଛି। ବିଶେଷ କରି ମାର୍ଚ୍ଚ ପରେ ପରେ ତାର ଏହି ନାଁ କଟା ଅଭିଯାନକୁ ଜୋର କରିଛି ଇସ୍ଲାମାବାଦ। ଯେଉଁମାନଙ୍କ ନାଁ ତାଲିକାରୁ ହଟାଯାଇଛି ସେମାନଙ୍କ ମଧ୍ୟରେ ଜାତିସଂଘ ଏବଂ ଆମେରିକା ଚିହ୍ନଟ କରିଥିବା କିଛି କୁଖ୍ୟାତ ଆତଙ୍କବାଦୀ ଅଛନ୍ତି। ଏପରିକି ବର୍ତ୍ତମାନର ତାଲିକାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ଜାକିର ଉର୍ ରହମ୍ମନ ଲଖଭି ନାଁ ନାହିଁ।

ତେବେ ନାଁ କାଟିବା ନେଇ ପାକିସ୍ତାନ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହିଁ। ଯେଉଁଭଳି ଢଙ୍ଗରେ ଏବଂ ଖୁବ କମ ସମୟରେ ଆତଙ୍କବାଦୀଙ୍କ ତାଲିକାରୁ କୁଖ୍ୟାତ ଆତଙ୍କବାଦୀଙ୍କ ନାଁ ହଟାଯାଇଛି ଏହା ଇସ୍ଲାମାବାଦର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କରୋନାର କହର ଭିତରେ ପାକିସ୍ତାନ କାଶ୍ମୀର ସୀମାରେ ତାର ହରକତ ଜାରି ରଖିଛି। ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରି ଉତ୍ତେଜନା ସୃଷ୍ଟି କରିଚାଲିଛି। ଏପରିକି କାଶ୍ମୀରରେ ଥିବା ଆତଙ୍କବାଦୀମାନେ ପାକ୍ ଇଙ୍ଗିତରେ ସେମାନଙ୍କର କାର୍ଯ୍ୟକଳାକୁ ବଢ଼ାଇ ଚାଲିଛନ୍ତି। ଆଉ ଏତିକିବେଳେ ଭିତିରିଆ ଭାବେ ପାକିସ୍ତାନ ପୂରା ବିଶ୍ବରୁ ଭଆଁ ବୁଲାଇବାରେ ଆତଙ୍କବାଦୀଙ୍କ ତାଲିକାରୁ ନାଁ କାଟି ନିଜକୁ ଭଲେଇ ହେବାର ଚାଲବାଜି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.