Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

କମିଶନରଙ୍କ ହଜିଗଲା କୁକୁର, ଲାଉଡ ସ୍ପିକର ଲଗାଇ ଚାଲିଲା କୁକୁର ଖୋଜା ଅଭିଯାନ

28/07/2021 at 1:21 PM

ପାକିସ୍ତାନ ୨୮/୭ : ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ନେତା ଆଜାମ ଖାନଙ୍କ ସାତୋଟି ମଇଁଷି ହଜିବା ପରେ ସେମାନଙ୍କୁ ଖୋଜିବାରେ ନିୟୋଜିତ ହୋଇଥିଲେ ପୋଲିସ ଓ ପ୍ରଶାସନ । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ବହୁ ପରିଶ୍ରମ ପରେ ସମସ୍ତ ମଇଁଷିଙ୍କୁ ଉଦ୍ଧାର କରାଯାଇଥିଲା । ଠିକ୍ ସେମିତି ପଡୋଶୀ ଦେଶ ପାକିସ୍ତାନରୁ ନଜର ଆସିଛି ଏପରି ମଧ୍ୟ ଏଭଳି ଅନୁରୂପ ଘଟଣା ।

ଏଠାରେ ନିଖୋଜ ପୋଷା କୁକୁରକୁ ଖୋଜିବାରେ ଲାଗିଯାଇଛନ୍ତି ପୂରା ପୋଲିସ ବାହିନୀ । ତେବେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଏହି କୁକୁର ଖୋଜା ଅଭିଯାନକୁ ମାଇକ ଜରିଆରେ କରାଯାଇଥିଲା । ଅର୍ଥାତ ମାଇକ ଲଗାଇ ଆନାଉନ୍ସ କରି କୁକୁର ଖୋଜିବାରେ ଲାଗିଯାଇଥିଲେ ସବୁ ଅଧିକାରୀ । କାରଣ କୁକୁରଟି ଥିଲା ଗୁଜରନୱାଲା କମିଶନର ଜୁଲଫିକର ଅହମ୍ମଦ ଘୋମନଙ୍କର । କମିଶନରଙ୍କ କୁକୁର ହୋଇଥିବାରୁ ପୋଲିସ ଉପରେ ଚାପ ଅଧିକ ଥିଲା ।

ଏପରିକି ପୋଲିସ ଘରକୁ ଘର ବୁଲି ଲାଉଡ ସ୍ପିକର ଲଗାଇ ଖୋଜିଥିଲେ କୁକୁର । ଦୀର୍ଘ ସମୟ ଧରି କୁକୁର ଖୋଜା ଚାଲିଥିଲା । ହେଲେ ମିଳିଲାନି କୁକୁର । ସୂଚନା ଅନୁଯାୟୀ ଗୁଜରନୱାଲା ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପୁରା ପୋଲିସ ବିଭାଗ ଦ୍ୱାରା ସର୍ଚ୍ଚ ଅପରେସନରେ ଲାଗିଛନ୍ତି । ସୂଚନାନୁସାରେ, କମିଶନର ତାଙ୍କ କୁକୁରର ନିଖୋଜ ବିଷୟରେ ଜାଣିବା ମାତ୍ରେ ସେ ପୋଲିସ କର୍ମଚାରୀଙ୍କୁ ତାଗିଦ କରିଥିଲେ ।

ଗୁଜରନଓ୍ୱାଲା କମିଶନର ଏକ ଅଟୋ ରିକ୍ସା ବ୍ୟବହାର କରି ରାସ୍ତାରେ କୁକୁର ଏବଂ ନିଖୋଜ ଥିବା ବିଷୟରେ ସ୍ପିକର ମାଧ୍ୟମରେ ଘୋଷଣା କରିଥିଲେ ଏବଂ ଏହା ଜଣାଇଥିଲେ । କୌଣସି ପରିସ୍ଥିତିରେ କୁକୁର ଖୋଜିବା ପାଇଁ ସେ ତାଙ୍କ ଅଧସ୍ତନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

   Related Posts