ପାକିସ୍ତାନ ମାନିଗଲା ସତ : PoK ହେଉଛି ଭାରତର, ନୂଆ ନକ୍ସାରେ ଆସିଛି ଏହି ଚିତ୍ର !

Published By : Prameya-News7 Bureau | May 22, 2020 IST

ଇସଲାମାବାଦ ୨୨।୫: ପାକିସ୍ତାନ ସବୁବେଳେ ପାକ୍ ଅଧିକୃତ କାଶ୍ମୀରକୁ ନେଇ ଭାରତ ସହ ବିବାଦରେ ଜଡିତ ରହିଛି । ମାତ୍ର ଏବେ ଲାଗୁଛି ପାକ୍ ସରକାର ନିଜ ଭୁଲ୍ ମାନିଯାଇଛନ୍ତି । ପାକ୍ ସରକାର ଶେଷରେ ପିଓକେକୁ ଭାରତର ଅଂଶ ବୋଲି ମାନିଛନ୍ତି । ପ୍ରକୃତରେ ପାକ୍ ସରକାର କୋଭିଡ୍ ୧୯ ସଂପର୍କରେ ସୂଚନା ଦେବା ପାଇଁ ଏକ ଓ୍ବେବସାଇଟ୍ କରିଛନ୍ତି । ଯେଉଁଥିରେ ପିଓକେକୁ ଭାରତର ଅଂଶ ବୋଲି ଦର୍ଶାଯାଇଛି । ଏପର୍ଯ୍ୟନ୍ତ ପିଓକେ ଉପରେ ପାକିସ୍ତାନ ନିଜର ଅଧିକାର ସାବ୍ୟସ୍ତ କରିଆସିଛି । ପାକିସ୍ତାନ ସୁପ୍ରିମକୋର୍ଟ ସେଠାରେ ନିର୍ବାଚନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଭାରତ ବିରୋଧ କରିଥିଲା ।

{"align":"center","id":273954,"sizeSlug":"large"}

ଏବେ ସରକାରୀ ଓ୍ବେବସାଇଟ୍ ରେ ପିଓକେକୁ ଇମ୍ରାନ ସରକାର ଦ୍ବାରା ଭାରତର ଅଂଶ ଦର୍ଶାଇ ନିଜ ମିଛ ଉପରେ ହିଁ ପ୍ରଶ୍ନ ଉଠାଇଛି । ଓ୍ବେବସାଇଟ୍ ରେ ପିଓକେକୁ ଭାରତର ଅଂଶ ଦର୍ଶାଇ ଇମ୍ରାନ୍ ଖାନ୍ ସରକାର ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି । covid.gov.pok ନାମରେ ଏକ ଓ୍ବେବସାଇଟ୍ କରାଯାଇଛି । ଯେଉଁଠାରେ କରୋନା ସଂପର୍କୀତ ତଥ୍ୟ ଗ୍ରାଫିକ୍ସ ମାଧ୍ୟମରେ ଦର୍ଶାଯାଇଛି । ଏହି ଓ୍ବେବସାଇଟ୍ ରେ ଯେଉଁ ନକ୍ସାର ଚିତ୍ର ଦିଆଯାଇଛି ସେଥିରେ ପିଓକେକୁ ଭାରତର ଅଂଶ ବୋଲି ଦର୍ଶାଯାଇଛି । ଯାହାକୁ ଦେଖି ପାକିସ୍ତାନ ସରକାରଙ୍କୁ ୟୁଜର୍ସ ଟ୍ବିଟରରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

{"align":"center","id":273955,"sizeSlug":"large"}

ଏହା ପୂର୍ବରୁ ଭାରତ ମେ ୮ ତାରିଖରେ ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ ବାଲ୍ଟିସ୍ତାନର ପାଣିପାଗର ପୂର୍ବାନୁମାନ ଦେବା ଆରମ୍ଭ କରିଥିଲା । ଏହାର ଜବାବରେ ପାକିସ୍ତାନ ମଧ୍ ଲଦାଖ, ପୁଲଓ୍ବାମା, ଜମ୍ମୁର ପାଣିପାଗର ପୂର୍ବାନୁମାନ କରିବା ଆରମ୍ଭ କରିଦେଇଥିଲା ।

{"align":"center","id":273956,"width":346,"height":468,"sizeSlug":"large"}

ପ୍ରଥମ ଦିନରେ ହିଁ ପାକିସ୍ତାନ ନିଜର ମଜାକ ଉଡାଇଦେଇଥିଲା । ପାକିସ୍ତାନ ରୋଡିଓ ଲଦାଖର ତାପମାତ୍ରାକୁ ନେଇ ଟ୍ବିଟ୍ କରିଥିଲା । ଏଥିରେ ସର୍ବାଧିକ ତାପମାତ୍ରା ୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ଲେଖା ଯାଇଥିଲା । ଟ୍ବିଟର ପାକିସ୍ତାନକୁ ଟାର୍ଗେଟ୍ କରି କହିଥିଲା ଏହା ଭୁଲ୍ ଅଟେ । ସର୍ବାଧିକ ତାପମାତ୍ରା ୧ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ହେବା ଉଚିତ୍ । ପାକିସ୍ତାନ ରେଡିଓ ଜମ୍ମୁ ଏବଂ ପୁଲଓ୍ବାମାର ପାଣିପାଗ ସଂପର୍କରେ ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.