Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ୟୁଏଇ ମାଗୁଛି ଋଣ ଅର୍ଥ, ଦେବାଳିଆ ପାକିସ୍ତାନକୁ ଘାରିଛି ଚିନ୍ତା

12/03/2021 at 4:27 PM

ନୂଆଦିଲ୍ଲୀ, ୧୨/୦୩: ପାକିସ୍ତାନ ସରକାର ଏବେ ଛାନିଆ । ୟୁନାଇଟେଡ୍‌ ଆରବ ଏମିରେଟ୍‌ସ ବା ୟୁଏଇ ସରକାର ପାକିସ୍ତାନକୁ ଦେଇଥିବା ଋଣ ଏବେ ଫେରାଇବା ପାଇଁ ଦାବି କରିଛନ୍ତି ଯାହାକୁ ନେଇ ପାକିସ୍ତାନ ସରକାର ଏବେ ହଡ଼ବଡ଼ ହୋଇଯାଇଛନ୍ତି ।

ୟୁଏଇ ପାଖାପାଖି ୧ ବିଲିୟନ୍‌ ୟୁଏସ୍‌ ଡଲାରର ଲେନ୍ ପାକିସ୍ତାନକୁ ଦେଇଛି । ଯାହାକି ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ପାକିସ୍ତାନର ଆକାଉଣ୍ଟରେ ଡିପୋଜିଟ୍‌ ହୋଇଥିଲା । ଏହି ଟଙ୍କାକୁ ଫେରାଇବାର ସମୟ ସୀମା ୧୨ ମାର୍ଚ୍ଚ ରହିଛି । ଯେହେତୁ ଏହା ମାଚୁରିଟି ପୂରଣ କରିବାକୁ ଯାଉଛି ତେଣୁ ୟୁଏଇ ଟଙ୍କା ଫେରାଇବା ପାଇଁ ଦାବି କରିଛି ।

ପାକିସ୍ତାନର ମୁଖ୍ୟ ଆଧିକାରୀକ ସ୍ତରରୁ ଜଣାପଡ଼ିଛି ଯେ, ୟୁଏଇ ସରକାରଙ୍କ ପାଖରେ ପହଞ୍ଚିବା ପାଇଁ ପାକିସ୍ତାନ ପକ୍ଷରୁ ବହୁବାର ଚେଷ୍ଟା କରାଯାଇଛି । ବିଶେଷ କରି ୟୁଏଇର ଯୁବରାଜ ମହମ୍ମଦ ବିନ୍‌ ଯାୟାଦ୍‌ ଏଆଇ ନାହୟାନଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି । କିନ୍ତୁ ସେଠାରୁ କୌଣସି ଉତ୍ତର ମିଳୁନାହିଁ । ଯଦି ଏହି ଟଙ୍କା ୟୁଏଇକୁ ଫେରାଇ ଦିଆଯାଏ ତେବେ ଏହା ପାକିସ୍ତାନର ବର୍ତ୍ତମାନର ଅର୍ଥନୈତିକ ଅବସ୍ଥା ଉପରେ ଗଭୀର ପ୍ରଭାବ ପକାଇବ ବେଲି ପାକିସ୍ତାନ ସରକାର ୟୁଏଇକୁ ଅନୁରୋଧ ସହ ଜଣାଇଥିବା ସୂଚନା ମିଳିଛି ।

ପାକିସ୍ତାନର ଅର୍ଥବ୍ୟବସ୍ଥା ଏକ ପ୍ରକାର ଦୁର୍ବଳ ସ୍ଥିତି ଦେଇ ଗତି କରୁଛି । ବିଶ୍ୱ ବ୍ୟାଙ୍କର ଅନୁମାନ ଅନୁସାରେ ୨୦୧୯ରେ ପାକିସ୍ତାନର ଜିଡିପି ୧.୯ ପ୍ରତିଶତ ଥିବା ବେଳେ କରୋନା କାରଣରୁ ଏଥିରେ ହ୍ରାସ ଘଟି ଏହା ଆର୍ଥିକ ବର୍ଷ ୨୦୨୦ରେ ୧.୫ ବିଯୁକ୍ତ ରହିଥିଲା ।    

   Related Posts