Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପାକିସ୍ତାନକୁ ଘାରିଲା ‘କରୋନା’ ଭୟ : ପିଓକେ ସହ ସାରା ଦେଶରେ ସେନା ମୁତୟନ

30/03/2020 at 10:54 AM

ଇସଲାମାବାଦ ୩୦।୩: ପାକିସ୍ତାନରେ କରୋନା ଭାଇରସ୍ ର ସଂକ୍ରମଣ ବଢୁଥିବାରୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ), ଗିଲଗିଟ-ବାଲଟିସ୍ତାନ ଏବଂ ସମଗ୍ର ପାକିସ୍ତାନରେ ସେନା ମୁତୟନ କରାଯାଇଛି । ପାକିସ୍ତାନ ସେନାର ମିଡିଆ ଶାଖା ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର) ଏକ ବିବୃତ୍ତି ଜାରି କରି କହିଛି ଯେ, କରୋନା ଭାଇରସର ମୁକାବିଲା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ କାର୍ଯ୍ୟକାରୀ କରିବାରେ ସେନା, ପ୍ରଶାସନକୁ ସାହାଯ୍ୟ କରୁଛି ।

ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ସମ୍ବିଧାନର ଧାରା ୨୪୫ ଅନୁଯାୟୀ ଦେଶରେ ସେନା ମୁତୟନ କରାଯାଇଛି । ଦେଶର ସମସ୍ତ ସହରରେ ସେନା ଯବାନଙ୍କୁ ପୋଲିସ ସହିତ ସେହି ରାସ୍ତାରେ ନିୟୋଜିତ କରାଯାଇଛି ଯେଉଁଠାରୁ ସହରକୁ ଆସିଥାନ୍ତି ଏବଂ ସେହିଠାରୁ ବାହାରକୁ ମଧ୍ୟ ଯାଇଥାନ୍ତି । କେବଳ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଉଛି ।

ଦେଶର କୋଣ ଅନୁକୋଣରେ ସେନା ନିୟୋଜନ ହୋଇଥିବା ସଂକେତ ଦେଇ ଏହି ବିବୃତ୍ତିରେ କୁହାଯାଇଛି ଯେ, ସିନ୍ଧର ୨୯ଟି ଜିଲ୍ଲା, ପଞ୍ଜାବର ସମସ୍ତ ୩୪ଟି ଜିଲ୍ଲା, ବେଲୁଚିସ୍ତାନର ୯ଟି ଜିଲ୍ଲା ଏବଂ ପାଖତୁନଖୱାର ୨୬ଟି ଜିଲ୍ଲାରେ ସେନା ମୁତୟନ କରାଯାଇଛି । ବିବୃତ୍ତିରେ କୁହାଯାଇଛି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ସମ୍ବେଦନଶୀଳ କୋଟଲି, ଭୀମ୍ବର, ମୀରପୁର, ବରନାଲା, କେଲ, ରାୱଲକୋଟ ଏବଂ ରାଜଧାନୀ ମୁଜାଫରାବାଦରେ ସେନା ମୁତୟନ କରାଯାଇଛି ।

ସମଗ୍ର ଦେଶରେ କରୋନା ସନ୍ଦିଗ୍ଧ ଏବଂ ରୋଗୀମାନଙ୍କ ପାଇଁ ସମୁଦାୟ ୧୮୨ କ୍ବାରେଣ୍ଟାଇନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ସେହି ସେଣ୍ଟରଗୁଡିକୁ ସେନା ଦ୍ବାରା ତଦାରଖ କରାଯାଉଛି । ସେନାର ଚିକିତ୍ସା ବିଭାଗ ରୋଗୀଙ୍କ ଚିକିତ୍ସାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

   Related Posts