ଇସଲାମ୍‌ବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର , ବହୁ ବିବାଦ ପରେ ମିଳିଲା ଅନୁମତି

Published By : Prameya-News7 Bureau | November 10, 2021 IST

ନୂଆଦିଲ୍ଳୀ ୧୦।୧୧ : ପାକିସ୍ତାନର ରାଜଧାନୀ ଇସଲାମ୍‌ବାଦରେ କିଛି ଦିନ ତଳେ ହିନ୍ଦୁ ସମ୍ପ୍ରଦାୟକୁ ଦିଆଯାଇଥିବା ଜମିକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଯେତେବେଳେ ହିନ୍ଦୁ ସମୁଦାୟଙ୍କ ପାଇଁ ଭୂମି ରଦ୍ଧ କରାଯାଇଥିଲା । ଏହି ଜମିରେ ହିନ୍ଦୁ ମନ୍ଦିର , ଶ୍ମଶାନ ଓ ସାମୁଦାୟିକ କେନ୍ଦ୍ର ନିର୍ମାଣ ହେବାର ଥିଲା । ତେବେ ଏହି ପ୍ରସଙ୍ଗରେ ସମାଲୋଚନା ପରେ ହିନ୍ଦୁ ସମ୍ପ୍ରଦାୟକୁ ଥରେ ଏହି ଜମିକୁ ନେଇ ବଣ୍ଟନ କରାଯାଇଛି।

ତେବେ ରିପୋର୍ଟ ଅନୁଯାୟୀ, ଇସ୍‌ଲାମାବାଦ ହାଇକୋର୍ଟରେ (ଆଇଏଚ୍‌ସି) ଏକ ମାମଲାର ଶୁଣାଣି ବେଳେ କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି (ସିଡିଏ) ସୋମବାର କୋର୍ଟରେ ପ୍ରକାଶ କରିଛି ଯେ ହିନ୍ଦୁ ସମ୍ପ୍ରଦାୟକୁ ଦିଆଯାଇଥିବା ଜମିକୁ ବାତିଲ ତଥା ରଦ୍ଧ କରାଯାଇଛି। ସିଡିଏର ପରାମର୍ଶଦାତା ଜାଭେଦ ଇକବାଲ କୋର୍ଟଙ୍କୁ କହିଛନ୍ତି ଯେ ନାଗରିକ ଏଜେନ୍ସି ଚଳିତ ବର୍ଷ ଫେବୃଆରୀରେ ହିନ୍ଦୁ ସମ୍ପ୍ରଦାୟ ପାଇଁ ଜମି ବାତିଲ କରିସାରିଛି। କିନ୍ତୁ ୨୦୧୬ରେ ଇସଲାମାବାଦରେ ୦.୫ ଏକର ଜମି ହିନ୍ଦୁ ସମ୍ପ୍ରଦାୟକୁ ଦିଆଯାଇଥିଲା। ଏହି ଜମିରେ ଏକ ହିନ୍ଦୁ ମନ୍ଦିର, ଶବଦାହ ଏବଂ ସମ୍ପ୍ରଦାୟ କେନ୍ଦ୍ର ନିର୍ମାଣ କରାଯାଉଥିଲା। ହେଲେ ଜମି ଆବଣ୍ଟନ ବାତିଲ ହେବା ଖବର ପାକିସ୍ତାନୀ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ହିନ୍ଦୁ ସମ୍ପ୍ରଦାୟର କ୍ରୋଧ ସୃଷ୍ଟି କରିଥିଲା ​​ଏବଂ ଅନେକେ ସିଡିଏର ପଦକ୍ଷେପକୁ ସମାଲୋଚନା କରିଥିଲେ। ହେଲେ ପରେ କୁହାଯାଇଥିଲା ଯେ ଭୁଲ ବୁଝାମଣା ହେତୁ ହିନ୍ଦୁ ସମ୍ପ୍ରଦାୟର ଜମି ବାତିଲ କରାଯାଇଥିଲା। ସେ କହିଛନ୍ତି ଯେ ଯେହେତୁ ମନ୍ଦିର ପାଇଁ ଆବଣ୍ଟିତ ଜମିରେ ସୀମା ପ୍ରାଚୀର ନିର୍ମାଣ ପାଇଁ ଅନୁମୋଦନ ମିଳିସାରିଛି ।

ଅନ୍ଯପଟେ ଯେଉଁମାନେ କ୍ୟାବିନେଟର ନିଷ୍ପତ୍ତିକୁ ଭୁଲ ବ୍ୟାଖ୍ୟା କରିଛନ୍ତି ସେମାନଙ୍କ ବିରୋଧରେ ସିଡିଏ କୌଣସି ତଦନ୍ତ ଆରମ୍ଭ କରିବ କି ନାହିଁ । ଏହା ପଚରାଯିବାରୁ ସେ କହିଛନ୍ତି ଯେ ପ୍ରକୃତରେ ଏହି ଘଟଣାରେ କୌଣସି ଉଦ୍ଦେଶ୍ୟମୂଳକ ବ୍ୟକ୍ତି ନାହାଁନ୍ତି। କ୍ୟାବିନେଟର ନିଷ୍ପତ୍ତି ଯୋଗୁଁ କିଛି ଦ୍ୱନ୍ଦ୍ୱ ଦେଖା ଦେଇଥିଲା କିନ୍ତୁ ଯେତେବେଳେ ଏହି ମାମଲା ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଲା, ତୁରନ୍ତ ଆବଣ୍ଟନ ପୁନଃ ସ୍ଥାପିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.