ପାକିସ୍ତାନକୁ ମାସୁଦ ଅଜହର ଚିନ୍ତା ; ଅଜହର ସୁରକ୍ଷାବ୍ୟବସ୍ଥା ବଢ଼ାଇଲା ପାକିସ୍ତାନ
26/02/2019 at 6:24 PM

ଇସଲାମବାଦ ୨୬/୨- ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନ ସବୁବେଳେ ଆତଙ୍କବାଦୀ ଓ ଆତଙ୍କୀ ସଂଗଠନକୁ ପ୍ରଶୟ ଦେଉଥିବାବେଳେ ବିଶ୍ଵଆଗରେ ନିଜକୁ ସଫେଇ ଦେଉଥିଲା । ପୁଲଓ୍ଵାମା ଘଟଣା ପରେ ଜୈସ-ଏ- ମହମ୍ମଦ ଓ ମାସୁଦ ଅଜହର ସଂଶ୍ଳିଷ୍ଟଥିବା ନେଇ ପ୍ରମାଣ ଖୋଜୁଥିଲା ପାକିସ୍ତାନ । ଭାରତରେ ଆତଙ୍କୀ କରିଥିବା ହମଲାରେ କୌଣସି ହାତ ନାହିଁ ବୋଲି କହୁଥିବାବେଳେ ଆଜି ଧରାପଡ଼ିଯାଇଛି ପାକିସ୍ତାନର ଫିକର । ମାସୁଦ ଅଜହରକୁ ଅଧିକ ସୁରକ୍ଷା ଦେବାକୁ ପାକିସ୍ତାନର ଆଇଏସଆଇ କରିଛି ସ୍ଥାନାନ୍ତର ।
ମାସୁଦକୁ ସୁରକ୍ଷାଦେବାକୁ ପାକିସ୍ତାନ ରାଓ୍ଵଲପିଣ୍ଡିରୁ ବାହାବଳପୁର କରିଛି ସ୍ଥାନାନ୍ତର । ସୁରକ୍ଷାଦେବାକୁ ମାସୁଦକୁ ସ୍ଥାନାନ୍ତର କରିବା ପଛରେ ଜଣାପଡ଼ିଲା ପାକିସ୍ତାନର ଆତଙ୍କୀ ପ୍ରୀତି । ମାସୁଦ ସହ କୌଣସି ସଂପର୍କ ନ ଥିବା ଓ ଆର୍ନ୍ତଜାତୀୟ ସ୍ତରରେ ନିଜକୁ ଭଲ ଦେଖାଇବାକୁ ଜୈସ-ଏ-ମହମ୍ମଦର ମୁଖ୍ୟାଳୟକୁ ନିଜ କବଜାକୁ ଆଣିଥିଲା ବୋଲି ପାକିସ୍ତାନ ଗଣମାଧ୍ୟମରେ ପ୍ରଚାରିତ କରିଥିଲା ।
ମାସୁଦକୁ ସୁରକ୍ଷାଦେବାକୁ ରାଓ୍ଵଲପିଣ୍ଡିରୁ ବାହାବଳପୁର ସ୍ଥାନାନ୍ତର କରିବା ପଛରେ ଜଣାପଡ଼ିଲା ପାକିସ୍ତାନ କେତେ ମିଛ କହୁଛି , କେଉଁ ପରିମାଣରେ ଆତଙ୍କବାଦୀଙ୍କୁ ସମର୍ଥନ ଦେଉଛି । ନିଜମୁଖା ନିଜେ ବିଭିନ୍ନ ମିଛ ଆଳରେ ବିଶ୍ଵସ୍ତରରେ ଖୋଲିଦେଇଛି ପାକିସ୍ତାନ ।