ବୁଡାଜାହାଜକୁ ଘାତକ କରିବାକୁ ଚାହୁଁଥିଲା ପାକିସ୍ତାନ, ଜୋରଦାର ଝଟକା ଦେଲା ଜର୍ମାନୀ

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪।୦୮: ସମଗ୍ର ଦୁନିଆରେ ଆତଙ୍କବାଦ ପ୍ରସଙ୍ଗ ନେଇ ଘେରି ହୋଇ ଯାଇଥିବା ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି। ପାକିସ୍ତାନ ନିଜର ବୁଡାଜାହାଜକୁ ଘାତକ କରିବାକୁ ଯେଉଁ ପ୍ରୟାସ ଚଳାଇଥିଲା ସେଥିରେ ଝଟକା ଲାଗିଛି। ଜର୍ମାନୀର ଚାନ୍‌ସେଲର ଆଞ୍ଜେଲ ମର୍କେଲଙ୍କ ନେତୃତ୍ଵାଧୀନ ଏକ ଉଚ୍ଚସ୍ତରୀୟ ସୁରକ୍ଷା କମିଟି ବୁଡାଜାହାଜ ପାଇଁ ଏୟାର ଇଣ୍ଡିପେଡେଣ୍ଟ ପ୍ରୋପେଲେସନ(ଏଆଇପି) ସିଷ୍ଟମ ଦେବାକୁ ପାକିସ୍ତାନର ଅନୁରୋଧକୁ ପ୍ରତ୍ୟାଖାନ କରିଛି। ଏହି ସିଷ୍ଟମ ସାହାଯ୍ୟରେ ପାକିସ୍ତାନ ବୁଡାଜାହାଜକୁ ସପ୍ତାହ ପର୍ଯ୍ୟନ୍ତ ପାଣି ତଳେ ରଖି ପାରିଥାନ୍ତା।

ଏହି ସିଷ୍ଟମ ଜରିଆରେ ପାକିସ୍ତାନ ନିଜର ବୁଡାଜାହାଜର  ବ୍ୟାଟେରୀକୁ ଲମ୍ଵା ସମୟ ପର୍ଯ୍ୟନ୍ତ ସ୍ଥଳ ଭାଗକୁ ନଆଣି ବି ରିଚାର୍ଜ କରି ପାରିଥାନ୍ତା। ପାକିସ୍ତାନ ନିଜ ତାଲିକାରେ ବୁଡାଜାହାଜ ଅପଗ୍ରେଡ କରିବା ଓ ଚୀନ-ପାକିସ୍ତାନ ପ୍ରକଳ୍ପ ଆଧାରରେ ନିର୍ମାଣ ହେବାକୁ ଥିବା ୟୁଆନ ଶ୍ରେଣୀର ବୁଡାଜାହାଜର ପ୍ରସ୍ତାବ ଦେଇଥିଲା। ଏଥିରେ ଏଆଇପି ସିଷ୍ଟମର ଡିଜେଲ ଇଞ୍ଜିନର ଆବଶ୍ୟକତା ଥିଲା।  ହେଲେ ଜର୍ମାନୀ ପାକିସ୍ତାନକୁ ଏହି ସିଷ୍ଟମ ଦେବାକୁ ମନା କରି ଦେଇଛି।

ପରମ୍ପରାଗତ ବୁଡାଜାହାଜକୁ ନିଜର ଡିଜେଲ ଇଞ୍ଜିନ ଚଳାଇବା ପାଇଁ ପ୍ରାୟତଃ ପ୍ରତି ଦୁଇ ଦିନରେ ଥରେ ସ୍ଥଳଭାଗକୁ ଆସିବାକୁ ପଡିଥାଏ।  ଏହି ପୂରା ମାମଲାରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଜର୍ମାନୀର ପ୍ରଧାନମନ୍ତ୍ରୀ ଦ୍ଵାରା ଇମ୍ରାନ ଖାନଙ୍କ ସରକାରଙ୍କୁ ଏହି ଟେକ୍ନୋଲୋଜି ଦେବାକୁ ମନା କରିବା ପାକିସ୍ତାନକୁ ଜୋରଦାର ଝଟକା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.