Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲଖବୀକୁ ମାସିକ ଦେଢ ଲକ୍ଷ ଟଙ୍କା ଦେବ ପାକିସ୍ତାନ

12/12/2020 at 12:12 PM

ନୂଆଦିଲ୍ଲୀ, ୧୨|୧୨:   ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଉର୍ ରେହମାନ ଲଖବୀର ଖର୍ଚ୍ଚ ବାବଦରେ ମାସିକ ଦେଢ ଲକ୍ଷ ଟଙ୍କା ଦେବାକୁ ଅନୁମତି ଦେଇଛି । ୟୁଏନର ପ୍ରତିବନ୍ଧକ ସମିତି ଏହି ଅନୁମତି ପ୍ରଦାନ କରିଛି । ସମିତି କୌଣସି ବୈଶ୍ୱିକ ଅପରାଧୀକୁ ଆତଙ୍କବାଦୀ ଘୋଷିତ କରିଥାଏ ।ସମିତି ଏହି ସ୍ୱୀକୃତି ପାକିସ୍ତାନ ସରକାରଙ୍କୁ ପ୍ରସ୍ତାବ ଭାବେ ପ୍ରଦାନ କରିଛି ।

ପ୍ରତିବନ୍ଧକ ସମିତ ଚଳିତ ସପ୍ତାହରେ ଲଖବୀର ଔଷଧ ଖର୍ଚ୍ଚ ବାବଦରେ ୪୫ ହଜାର ଟଙ୍କା ପ୍ରଦାନ କରିଥିଲା । ସେହିପରି ଖାଇବା ପାଇଁ ୫୦ ହଜାର ଟଙ୍କା ଓ ଅନ୍ୟ ଆବଶ୍ୟକତା ପାଇଁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲା । ଏହାବାଦ୍ ଓକିଲ ଖର୍ଚ୍ଚ ପାଇଁ ୨୦ ହଜାର ଦେବା ପାଇଁ ଅନୁମତି ପ୍ରଦାନ କରିଛି ।ଏହି ଟଙ୍କା ଲଖବୀର ବ୍ୟାଙ୍କ୍ ଆକାଉଣ୍ଟରେ ଡିପୋଜିଟ୍ କରାଯିବ ।

ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ର ଲଖବୀକୁ ୨୦୦୮ରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲା । ସେ ଲଶ୍କର-ଏ-ତୋଏବା ଓ ଅଲକାଏଦା ସହ ଜଡିତ ଥିବା ପ୍ରମାଣ ମିଳିଥିଲା । ଏହାପରେ ତାର ସମସ୍ତ ସମ୍ପତ୍ତି ଜବତ କରାଯାଇଥିଲା । ଏପରିକି ବ୍ୟାଙ୍କ୍ ନେଣଦେଣ ଉପରେ ରୋକ୍ ଲଗାଯାଇଥିଲା ।

ଏତତ୍ ବ୍ୟତୀତ ୟୁଏନ ପାକିସ୍ତାନ ସରକାରଙ୍କୁ ଲାଦେନ ବାବଦରେ ସୂଚନା ଦେଇତିବା ପରମାଣୁ ବୈଜ୍ଞାନିକ ମହମ୍ମଦ ସୁଲତାନ ବଶୀର-ଉଦ୍ଦୀନଙ୍କୁ ମାସିକ ଖର୍ଚ୍ଚ ପ୍ରଦାନ ପାଇଁ ଥିବା ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ସୁଲତାନ ଆମେରିକାକୁ ଏଲ କାଏଦା ମୁଖ୍ୟ ଲାଦେନ ବାବଦରେ ସୂଚନା ଦେଇଥିଲେ ।  

   Related Posts