Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଫଗାନ୍‌ ସହ ଖେଳୁଛି ପାକିସ୍ତାନ, ଜିହାଦୀ ସଂଗଠନକୁ କରୁଛି ଏକ୍‌ଜୁଟ୍‌, ତାଲିବାନକୁ କରିବ ଦୁର୍ବଳ

14/11/2021 at 2:02 PM

ନୂଆଦିଲ୍ଲୀ, ୧୪/୨୧: ପାକିସ୍ତାନ ପୁଣିଥରେ ପ୍ରମାଣ କରିବାକୁ ଯାଉଛି ଯେ, ସେ କାହା ସହିତ ରହିପାରିବ ନାହିଁ । ଯିଏ ବି ପାକିସ୍ତାନ ଉପରେ ଭରସା କରିବ ସେ ନିଶ୍ଚିତ ଧୋକା ଖାଇବ, ସେ ତାଲିବାନ ହେଉ ପଛେ । ଏକ ରିପୋର୍ଟରୁ ଖୁଲାସା ହୋଇଛି ଯେ, ଯେଉଁ ତାଲିବାନକୁ ମାନ୍ୟତା ଦେବା ପାଇଁ ତାଲିବାନ ଦୁନିଆ ଆଗରେ ନାଟକ କରୁଛି, ସେହି ତାଲିବାନ୍‌ ପାଇଁ ଓକିଲାତି କରୁଥିବା ପାକିସ୍ତାନ ଏବେ ତାକୁ କନ୍ଦେଇବାକୁ ଯୋଜନା କରୁଛି । ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ଆଫଗାନିସ୍ତାନରେ ଛୋଟ ଛୋଟ ଜିହାଦି ସମ୍ମୁହଙ୍କୁ ଉତ୍ସାହିତ କରି ସେମାନଙ୍କୁ ସାଥିରେ ରଖି ତାଲିବାନ୍‌କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି ।

ବୈଦେଶିକ ନୀତିର ନୂଆ ରିପୋର୍ଟ ଅନୁସାରେ, ଏହିପରି ଏକ ସଂଗଠନ ହେଉଛି ଇସଲାମିକ୍ ଇନ୍‌ଭିଟେଶନ୍‌ ଆଲାଇନ୍ସ (IIA), ଯାହା ISI ରୁ ଅର୍ଥ ନେଇ ଚାଲିଥାଏ ଏବଂ ଏହା ୨୦୨୦ରେ ଗଠିତ ହୋଇଥିଲା। ଏହି ଗୋଷ୍ଠୀ ଆମେରିକାର ଗୁପ୍ତଚର ସଂସ୍ଥାର ରାଡାରରେ ଏକ ବର୍ଷରୁ ଅଧିକ ସମୟ ଧରି ରହିଆସିଛି । ଯଦିଓ ଏହା କରିବା ପଛର ଉଦ୍ଦେଶ୍ୟ ଆଫଗାନିସ୍ତାନରେ ତାଲିବାନର ବିଜୟ ନିଶ୍ଚିତ କରିବା ଥିଲା, କିନ୍ତୁ ବର୍ତ୍ତମାନ ତାଲିବାନକୁ ଦୁର୍ବଳ କରିବା ପାଇଁ ଏହି ମିଳିତ ମଞ୍ଚ ବ୍ୟବହାର କରାଯାଉଛି।

ନିକଟରେ ନୂଆଦିଲ୍ଲୀରେ ଭାରତ ଅନ୍ୟ ୭ଟି ଦେଶ ସହ NSA ସ୍ତରୀୟ ଆଲୋଚନା କରିଥିଲା। ଏହି ବୈଠକରେ ଯୋଗ ଦେଇଥିବା ଦେଶଗୁଡିକ ଏକ ମୂଲ୍ୟାଙ୍କନ ରିପୋର୍ଟ ଦେଇଛନ୍ତି । ଯାହା ଅନୁଯାୟୀ ତାଲିବାନ ମଧ୍ୟରେ ଦଳଗତ କନ୍ଦଳ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏକ ଖରାପ ପର୍ଯ୍ୟାୟରେ ପହଞ୍ଚିବ। ଯଦିଓ ଅଧିକାଂଶ ଆଲୋଚନା ବନ୍ଦ କୋଠରୀରେ ହୋଇଥିଲା, କିନ୍ତୁ ଆଫଗାନିସ୍ତାନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସହମତ ହୋଇଥିଲା ।

   Related Posts